ଅହମ୍ମଦାବାଦ ଟେଷ୍ଟରେ ଭାରତର କମ୍‌ବ୍ୟାକ୍‌: ଅଷ୍ଟ୍ରେଲିଆ ବୋଲ୍‌ରଙ୍କୁ ଧୋଇଲେ ଗିଲ୍‌ ଓ କୋହଲି

କଙ୍ଗାରୁ ବୋଲର୍‌ଙ୍କୁ କଡ଼ା ଜବାବ୍‌ ଦେଲେ ଗିଲ୍‌ ଓ କିଙ୍ଗ୍‌ କୋହଲି । ଗିଲ୍‌ଙ୍କ ପ୍ରଥମ ଟେଷ୍ଟ ଶତକ ଓ ବିରାଟଙ୍କ ଧୈର୍ଯ୍ୟପୂର୍ଣ୍ଣ ଅପରାଜିତ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆକୁ ଟକ୍କର ଦେଉଛି ଟିମ୍‌ ଇଣ୍ଡିଆ ।

ଅହମ୍ମଦାବାଦ ଟେଷ୍ଟରେ ଭାରତର କମ୍‌ବ୍ୟାକ୍‌

ଅହମ୍ମଦାବାଦ ଟେଷ୍ଟରେ ଭାରତର କମ୍‌ବ୍ୟାକ୍‌

  • News18 Odia
  • Last Updated :
  • Ahmadabad (Ahmedabad) [Ahmedabad], India
  • Share this:
News 18 Odia Digital

Ind vs Aus 4th Test: ଭାରତ(India) ଅଷ୍ଟ୍ରେଲିଆ (Australia) ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ଚମକିଲେ ଯୁବ କ୍ରିକେଟର୍‌ ଶୁଭମନ ଗିଲ୍‌ (Shubman Gill) । କଙ୍ଗାରୁ ବୋଲର୍‌ଙ୍କୁ କଡ଼ା ଜବାବ୍‌ ଦେଲେ ଗିଲ୍‌ ଓ କିଙ୍ଗ୍‌ କୋହଲି । ଗିଲ୍‌ଙ୍କ ପ୍ରଥମ ଟେଷ୍ଟ ଶତକ ଓ ବିରାଟ (Virat Kohli)ଙ୍କ ଧୈର୍ଯ୍ୟପୂର୍ଣ୍ଣ ଅପରାଜିତ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆକୁ ଟକ୍କର ଦେଉଛି ଟିମ୍‌ ଇଣ୍ଡିଆ । ଅଷ୍ଟ୍ରେଲିଆର ପ୍ରଥମ ପାଳି ସ୍କୋର ୪୮୦ ରନ୍‌ ଜବାବ୍‌ରେ ଭାରତ ତୃତୀୟ ଦିନ ସୁଦ୍ଧା ୩ ୱିକେଟ ହରାଇ କରିଛି ୨୮୯ ରନ୍‌ ।

ବିନା ୱିକେଟ୍‌ରେ ୩୬ ରନ୍‌ରୁ ତୃତୀୟ ଦିନ ଖେଳ ଆରମ୍ଭ କରିଥିବା ଭାରତ ୭୪ ରନ୍‌ରେ ପ୍ରଥମେ ରୋହିତ ଶର୍ମା (Rohit Sharma)ଙ୍କ ୱିକେଟ ହରାଇଥିଲା । ୩୫ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ ରୋହିତ । ତେବେ ଗିଲ୍‌ ଓ ପୂଜାରା (Cheteshwar Pujara) ପ୍ରଥମ ୱିକେଟରେ ୧୧୩ ରନ୍‌ କରି ଦଳର ସ୍ଥିତି ସୁଦୃଢ଼ କରିଥିଲେ । ଦଳୀୟ ସ୍କୋର ୧୮୭ ଥିବା ବେଳେ ୪୨ ରନ୍‌ ଆଉଟ ହୋଇଥିଲେ ପୂଜାରା । ୨୩୫ ବଲ୍‌ରୁ ୧୨ଟି ଚୌକା ଓ ଗୋଟିଏ ଛକ୍କା ସହ ଚିତାକର୍ଷକ ୧୨୮ ରନ୍‌ କରିଥିଲେ ଗିଲ୍‌ । କୋହଲି ୫୯ ଓ ରବୀନ୍ଦ୍ର ଜାଡେଜା ୧୬ ରନ୍‌ କରି ଅପରାଜିତ ଅଛନ୍ତି । ବିରାଟ କୋହଲି ଚତୁର୍ଥ ବ୍ୟାଟର୍‌ ଭାବେ ଭାରତରେ ୪ ହଜାର ଟେଷ୍ଟ ରନ୍‌ କ୍ଲବରେ ସାମିଲ ହୋଇଛନ୍ତି ।

ପ୍ରଥମ ତିନିଟି ଟେଷ୍ଟରେ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିବା ବେଳେ ଏକତରଫା ଭାବେ ଅଢ଼େଇ ଦିନରେ ସରିଥିଲା ମ୍ୟାଚ । ହେଲେ ଅହମ୍ମଦାବାଦରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର । ପ୍ରଥମ ପାଳିରେ ଦୁଇ ଦଳର ଟପ୍‌ ଅର୍ଡର୍‌ ବ୍ୟାଟର୍‌ ଭଲ ପ୍ରଦର୍ଶନ କରିଛନ୍ତି । ମ୍ୟାଚ୍‌ରେ ଆହୁରି ୨ ଦିନ ବାକି ଥିବା ବେଳେ ଭାରତ ଏବେ ବି ପ୍ରଥମ ପାଳି ସ୍କୋରରୁ ୧୯୧ ରନ୍‌ ପଛୁଆ ଅଛି । ପିଚ୍‌ରେ ଏଯାଏ ବୋଲର୍‌ଙ୍କୁ ସୁହାଇଲା ଭଳି ସ୍ଥିତି ସୃଷ୍ଟି ହୋଇନି । ତେଣୁ ଚତୁର୍ଥ ଦିନରେ ବି ଯଦି ଏଭଲି ସ୍ଥିତି ରହେ ଭାରତ ନିଶ୍ଚିତ ଭାବେ ସିରିଜ୍‌ ହାତେଇବାକୁ ରଣନୀତି ବଦଳାଇବ । ପ୍ରଥମ ଇନିଂସରେ ଲିଡ୍‌ ନେଇ ଅଷ୍ଟ୍ରେଲିଆ ପାଇଁ ଅଡ଼ୁଆ ସୃଷ୍ଟି କରିବାକୁ ପଡ଼ିବ ।
Published by:nihar panda
First published: