ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»Tokyo Paralympics: ଇତିହାସ ରଚିଲେ ନୋଏଡାର ଡିଏମ୍ ସୁହାସ; ଏବେ ନଜର ଗୋଲ୍ଡ ମେଡାଲ ଉପରେ

Tokyo Paralympics: ଇତିହାସ ରଚିଲେ ନୋଏଡାର ଡିଏମ୍ ସୁହାସ; ଏବେ ନଜର ଗୋଲ୍ଡ ମେଡାଲ ଉପରେ

ସୁହାସ ପୂର୍ବରୁ ପ୍ରମୋଦ ଭାଗତ ମଧ୍ୟ ଏସଏଲ ୩ ଶ୍ରେଣୀର ଫାଇନାଲରେ ପ୍ରବେଶ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଭାରତୀୟ ଖେଳାଳି ଅଲିମ୍ପିକ୍ କିମ୍ବା ପାରାଲିମ୍ପିକ୍ ଗେମ୍ସରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇ ନାହାଁନ୍ତି ।

Tokyo Paralympics: ଇତିହାସ ରଚିଲେ ନୋଏଡାର ଡିଏମ୍ ସୁହାସ; ଏବେ ନଜର ଗୋଲ୍ଡ ମେଡାଲ ଉପରେ
ଟୋକିଓ ପାରାଲିମ୍ପିକ୍ସରେ ଫାଇନାଲରେ ପ୍ରବେଶ କରିଛନ୍ତି ସୁହାସ ୟତିରାଜ
  • News18 Odia
  • Last Updated: September 4, 2021, 10:58 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଫାଇନାଲରେ ପ୍ରବେଶ କରି ବ୍ୟାଡମିଣ୍ଟନ ଖେଳାଳି ସୁହାସ ୟତିରାଜ ଇତିହାସ ସୃଷ୍ଟି କରିଛନ୍ତି । ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସର ଏସଏଲ ୪ ଶ୍ରେଣୀ ସେମିଫାଇନାଲରେ ସୁହାସ ଇଣ୍ଡୋନେସିଆର ଫ୍ରେଡି ସୋତିୱାନଙ୍କୁ ସିଧାସଳଖ ସେଟରେ ୨-୦ରେ ପରାସ୍ତ କରିଛନ୍ତି । ନୋଏଡା ଡିଏମ୍ ସୁହାସ୍ ମାତ୍ର ୩୦ ମିନିଟରେ ୨୧-୯, ୨୧-୧୫ ସ୍କୋର କରି ସେମିଫାଇନାଲ ମ୍ୟାଚ୍ ଜିତିଛନ୍ତି ।

ସୁହାସ ପୂର୍ବରୁ ପ୍ରମୋଦ ଭାଗତ ମଧ୍ୟ ଏସଏଲ ୩ ଶ୍ରେଣୀର ଫାଇନାଲରେ ପ୍ରବେଶ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଭାରତୀୟ ଖେଳାଳି ଅଲିମ୍ପିକ୍ କିମ୍ବା ପାରାଲିମ୍ପିକ୍ ଗେମ୍ସରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇ ନାହାଁନ୍ତି । ବର୍ତ୍ତମାନ ପ୍ରମୋଦ ଓ ସୁହାସଙ୍କୁ ବ୍ୟାଡମିଣ୍ଟନରେ ଭାରତର ପ୍ରଥମ ସ୍ୱର୍ଣ୍ଣ ଜିତିବାର ସୁଯୋଗ ରହିଛି ।

ସେ ଫାଇନାଲରେ ପହଞ୍ଚିବା ମାତ୍ରେ ସୁହାସ୍ ଭାରତର ୧୫ତମ ପଦକ ନିଶ୍ଚିତ କରିଛନ୍ତି । ଟୋକିଓ ପାରାଲିମ୍ପିକ୍ସରେ ଭାରତ ଏ ପର୍ଯ୍ୟନ୍ତ ଦୁଇଟି ସ୍ୱର୍ଣ୍ଣ, ଛଅଟି ରୌପ୍ୟ ଓ ପାଞ୍ଚଟି ବ୍ରୋଞ୍ଜ ପଦକ ଜିତିସାରିଛି ।

ବ୍ୟାଡମିଣ୍ଟନରେ ସାଇନା ନେହୱାଲ ଲଣ୍ଡନ ଅଲିମ୍ପିକ୍ସ ୨୦୧୨ରେ ବ୍ରୋଞ୍ଜ, ପିଭି ସିନ୍ଧୁ ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ଓ ଟୋକିଓ ୨୦୨୦ରେ ବ୍ରୋଞ୍ଜ ପଦକ ଜିତିଥିଲେ ।

ମନୋଜ ସରକାର ହାରିଗଲେ

ଟୋକିଓ ପାରାଲିମ୍ପିକ୍ସର ସେମିଫାଇନାଲରେ ଭାରତୀୟ ସଟଲର ମନୋଜ ସରକରା ପରାଜୟର ସମ୍ମୁଖୀନ ହୋଇଛନ୍ତି । ବର୍ତ୍ତମାନ ମନୋଜ ବ୍ରୋଞ୍ଜ ପଦକ ପାଇଁ ଜାପାନର ଫୁଜିହାରାଙ୍କ ସହ କଡ଼ା ଟକ୍କର ଦେବାକୁ ଯାଉଛନ୍ତି ।

ପ୍ରଥମ ଥର ପାଇଁ ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଖେଳ ଅନ୍ତର୍ଭୁକ୍ତ ହୋଇଛି । ପ୍ରମୋଦ ଓ ସୁହାସ ପଦକ ବ୍ୟତୀତ ବ୍ୟାଡମିଣ୍ଟନରେ ଭାରତ ଆଉ ତିନୋଟିଟି ପଦକ ଜିତିପାରିବ ପ୍ରମୋଦ ଭାଗତ ଓ ତାଙ୍କ ସହଯୋଗୀ ପଲକ କୋହଲି ଶୁକ୍ରବାର ଦିନ ବ୍ୟାଡମିଣ୍ଟନ ମିଶ୍ରିତ ଡବଲ୍ସ ଇଭେଣ୍ଟର ସେମିଫାଇନାଲରେ ଯୋଗ୍ୟତା ଅର୍ଜନ କରିଛନ୍ତି ।
Published by: Lipina Das
First published: September 4, 2021, 10:53 AM IST