ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»ଟୋକିଓ ପାରାଲିମ୍ପିକ୍ସ ୨୦୨୦: ସୁଟିଂରେ ସ୍ୱର୍ଣ୍ଣ ହାସଲ କଲେ ରାଜସ୍ଥାନ ଝିଅ ଅବନୀ ଲେଖାର

ଟୋକିଓ ପାରାଲିମ୍ପିକ୍ସ ୨୦୨୦: ସୁଟିଂରେ ସ୍ୱର୍ଣ୍ଣ ହାସଲ କଲେ ରାଜସ୍ଥାନ ଝିଅ ଅବନୀ ଲେଖାର

ଟୋକିଓ ପାରାଲିମ୍ପିକ୍ସ ୨୦୨୦ରେ ଭାରତୀୟ ସୁଟର ଅବନୀ ଲେଖରା ଚମତ୍କାର କରିଛନ୍ତି। ଅଲିମ୍ପିକ୍ସ ହେଉ କିମ୍ବା ପାରାଲିମ୍ପିକ୍ସ ହେଉ, ଭାରତର ପ୍ରଥମ ସୁବର୍ଣ୍ଣ ମୁକୁଟ ଅବନୀ ପିନ୍ଧିଛନ୍ତି।

ଟୋକିଓ ପାରାଲିମ୍ପିକ୍ସ ୨୦୨୦: ସୁଟିଂରେ ସ୍ୱର୍ଣ୍ଣ ହାସଲ କଲେ ରାଜସ୍ଥାନ ଝିଅ ଅବନୀ ଲେଖାର
ଟୋକିଓ ପାରାଲିମ୍ପିକ୍ସରୁ ଭାରତକୁ ମିଳିଲା ସ୍ୱର୍ଣ୍ଣ ପଦକ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 30, 2021, 9:16 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସ ୨୦୨୦ରେ ଭାରତୀୟ ସୁଟର ଅବନୀ ଲେଖରା ଚମତ୍କାର କରିଛନ୍ତି। ସେ ସୋମବାର ଏକ ସୁବର୍ଣ୍ଣ ଇତିହାସ ସୃଷ୍ଟି କରିଛନ୍ତି। ଅଲିମ୍ପିକ୍ସ ହେଉ କିମ୍ବା ପାରାଲିମ୍ପିକ୍ସ ହେଉ, ଭାରତର ପ୍ରଥମ ସୁବର୍ଣ୍ଣ ମୁକୁଟ ଅବନୀ ପିନ୍ଧିଛନ୍ତି।  ମହିଳା ୧୦ ମିଟର ଏୟାର ରାଇଫଲର SH1 ଶ୍ରେଣୀରେ ଶୀର୍ଷରେ ରହିଛନ୍ତି।

ସେ ଯୋଗ୍ୟତା ପର୍ଯ୍ୟାୟରେ ୨୧ ଜଣ ସୁଟରଙ୍କ ମଧ୍ୟରେ ସପ୍ତମ ସ୍ଥାନ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲେ। ପାରାଲିମ୍ପିକ୍ସରେ ପଦକ ଜିତିଥିବା ଅବନୀ ଲାଖେରା ହେଉଛନ୍ତି ତୃତୀୟ ଭାରତୀୟ। ତାଙ୍କ ପୂର୍ବରୁ ଭବୀନା ପଟେଲ ଓ ଦୀପା ମଲିକ ମଧ୍ୟ ପଦକ ଜିତିଛନ୍ତି।

ଭାରତର ସୁବର୍ଣ୍ଣ ଝିଅ

ଅବନୀ ହେଉଛି ଭାରତର ପ୍ରଥମ ସୁବର୍ଣ୍ଣ ଝିଅ। ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ମହିଳା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ନାହାଁନ୍ତି।  ପିଭି ସିନ୍ଧୁ ଓ ମିରବାଇ ଚାନୁ ରୌପ୍ୟ ଜିତିଥିଲେ। ଏଭଳି ପରିସ୍ଥିତିରେ ଅବନୀ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବରେ ଅଲିମ୍ପିକ୍ସ କିମ୍ବା ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି। ପାରାଲିମ୍ପିକ ଗେମ୍ସରେ ସ୍ୱର୍ଣ୍ଣ ଜିତିବାରେ ସେ କେବଳ ଚତୁର୍ଥ ଭାରତୀୟ ଖେଳାଳି। ୧୯୭୨ ପାରାଲିମ୍ପିକ୍ସରେ ମୁରଲୀ କାନ୍ତ ପେଟକର ପ୍ରଥମ ସ୍ୱର୍ଣ୍ଣ ଜିତିଥିଲେ। ଦେବେନ୍ଦ୍ର ଜାଜରିଆଙ୍କ ଦ୍ଵିତୀୟ ଓ ତୃତୀୟ ଓ ମାରିଆପନ ଥାଙ୍ଗାଭେଲୁଙ୍କ ଚତୁର୍ଥ ପଦକ ଦେଇଛନ୍ତି।

ଅଲିମ୍ପିକ୍-ପାରାଲିମ୍ପିକ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଷଷ୍ଠତମ ଭାରତୀୟ

ଅଲିମ୍ପିକ-ପାରାଲିମ୍ପିକ ଗେମ୍ସରେ ସ୍ୱର୍ଣ୍ଣ ଜିତିବାରେ ଅବନୀ ଲାଖେରା ଷଷ୍ଠ ଭାରତୀୟ ଅଟନ୍ତି। ତାଙ୍କ ପୂର୍ବରୁ ମୁରଲୀ କାନ୍ତ ପେଟକର, ଦେବେନ୍ଦ୍ର ଜାଜରିଆ ଓ ମାରିଆପାନ୍ ଥାଙ୍ଗାଭେଲୁ ପାରାଲିମ୍ପିକ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି। ଅଲିମ୍ପିକ୍ ଗେମ୍ସରେ ଅଭିନବ ବିନ୍ଦରେ ବେଜିଂ ଅଲିମ୍ପିକ୍ସ ୨୦୦୮ରେ ସ୍ୱର୍ଣ୍ଣ ଜିତିଥିବାବେଳେ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
Published by: Soumya Das
First published: August 30, 2021, 9:15 AM IST