News18 Odia Digital
ନୂଆ ଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ୨୦୨୦ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଅଛି, ଯେଉଥିରେ ଚୀନ ଏ ପର୍ଯ୍ୟନ୍ତ ରାଜ୍ କରୁଛି । ଟୋକିଓ ଅଲମ୍ପିକ୍ସରେ ଚୀନ ୨୧ଟି ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛି । ଚୀନର ସୁଟରମାନେ ସୁଟିଂରେ ମୋଟ ୯ ପଦକ ଜିତିଛନ୍ତି। ସେଥି ମଧ୍ୟରୁ ତିନୋଟି ସ୍ବର୍ଣ୍ଣ ପଦକ । ସ୍ବାଇମିଂରେ ମଧ୍ୟ ସମାନ ପରିମାଣର ସ୍ବର୍ଣ୍ଣ ପଦକ ହାସଲ କରିଛି ଚୀନ ।
ଏହା ବ୍ୟତୀତ ଚାଇନିଜ ଖେଳାଳିମାନେ ବ୍ୟାଡମିଣ୍ଟନ୍ ଓ ଟେବୁଲ୍ ଟେନିସରେ ମଧ୍ୟ ନିଜର ପ୍ରାଧାନ୍ୟ ବଜାୟ ରଖିଥିଲେ। ଏହି ଖେଳ ଗୁଡ଼ିକରେ ଚୀନ୍ ଏ ପର୍ଯ୍ୟନ୍ତ ତିନୋଟି ସ୍ୱର୍ଣ୍ଣ ଜିତିଛି। ଏଥି ସହିତ ଆମେରିକା ପଦକ ହାସଲ କରିବାରେ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଜାପାନ ଅଛି । ୧୮ଟି ସ୍ୱର୍ଣ୍ଣ ପଦକ ଜିତି ସାରିଛି ଆମେରିକା ଜାପନା ଖାତାରେ ଲାଗିଛି ୧୭ଟି ସ୍ବର୍ଣ୍ଣ ପଦକ । ପ୍ରଥମ ତିନୋଟି ସ୍ଥାନ ପାଇଁ ଜାପାନ, ଆମେରିକା ଓ ଚୀନ ମଧ୍ୟରେ ତ୍ରୀବ ପ୍ରତିଯୋଗୀତା ଚାଲିଛି ।
ଭାରତ ଭାରୋତ୍ତୋଳନରେ ଏ ପର୍ଯ୍ୟନ୍ତ କେବଳ ଗୋଟିଏ ପଦକ ପାଇଛି। ମୀରାବାଇ ଚାନୁ ଖେଳର ପ୍ରଥମ ଦିନରେ ରୌପ୍ୟ ପଦକ ଜିତି ଭାରତର ଆକାଉଣ୍ଟ ଖୋଲିଥିଲେ। ତେବେ ମହିଳା ବକ୍ସର ଲଭଲିନା ବୋର୍ଗୋହେନ ସେମିଫାଇନାଲରେ ପ୍ରବେଶ କରିଥିବାରୁ ଭାରତର ବ୍ରୋଞ୍ଜ ପଦକ ନିଶ୍ଚିତ ହୋଇଛି।
ନଜର ପକାଉନ୍ତୁ ଟୋକିଓ ଅଲମ୍ପିକ୍ସର ପଦକ ହାସଲ କରିଥିବା ଦେଶ ଗୁଡ଼ିକ ଉପରେ…ଦେଶ/NOC ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ମୋଟ୍ ପଦକ୧ ପ୍ରଥମ ସ୍ଥାନରେ ଚୀନ ଅଛି । ୨୧ ସ୍ବର୍ଣ୍ଣ ପଦକ, ୧୩ ରୌପ୍ୟ ପଦକ ଓ ୧୨ ବ୍ରୋଞ୍ଜ ପଦକ ଜିତିଛି ଚୀନ । ଏହା ସହ ଚୀନର ସମୁଦାୟ ପଦକ ସଂଖ୍ୟା ୪୬।
୨. ଦ୍ବିତୀୟ ସ୍ଥାନରେ ଆମେରିକା ଅଛି । ୧୮ଟି ସ୍ବର୍ଣ୍ଣ ପଦକ, ୧୮ଟି ରୌପ୍ୟ ପଦକ ଓ ୧୩ଟି ବ୍ରୋଞ୍ଜ ପଦକ ସହ ଆମେରିକାର ପଦକ ସଂଖ୍ୟା ୪୯ ।
୩. ଜାପାନ ୧୭ଟି ସ୍ବର୍ଣ୍ଣ ପଦକ, ୫ଟି ରୌପ୍ୟ ପଦକ ସହ ୮ଟି ବ୍ରୋଞ୍ଜ ପଦକ ଜିତି ତୃତୀୟ ସ୍ଥାନରେ ଅଛି ।
୪.ROC ୧୧ଟି ସ୍ବର୍ଣ୍ଣ ପଦକ, ୧୫ଟି ରୌପ୍ୟ ପଦକ ଓ ୧୧ଟି ବ୍ରୋଞ୍ଜ ପଦକ ଜିତି ଚତୁର୍ଥ ସ୍ଥାନରେ ଅଛି ।
୫. ୧୧ଟି ସ୍ବର୍ଣ୍ଣ ପଦକ, ୦୩ଟି ରୌପ୍ୟ ପଦକ ଓ ୧୪ଟି ବ୍ରୋଞ୍ଜ ପଦକ ହାସଲ କରି ଅଷ୍ଟେଲିଆ ପଞ୍ଚମ ସ୍ଥାନରେ ଅଛି ।
୬.ଗ୍ରେଟ୍ ବ୍ରିଟେନ୍ ୯ଟି ସ୍ବର୍ଣ୍ଣ ପଦକ, ୯ଟି ରୌପ୍ୟ ପଦକ ଓ ୧୧ଟି ବ୍ରୋଞ୍ଜ ପଦକ ଜିତି ଷଷ୍ଠତମ ସ୍ଥାନରେ ଅଛି ।
୭. ଡି. କୋରିଆ ୫ଟି ସ୍ବର୍ଣ୍ଣ ପଦକ, ୪ଟି ରୌପ୍ୟ ପଦକ ଓ ୭ଟି ବ୍ରୋଞ୍ଜ ପଦକ ସହ ସପ୍ତମ ସ୍ଥଆନରେ ଅଛି ।
୮. ଫ୍ରାନ୍ସ ମଧ୍ୟ ୪ଟି ସ୍ବର୍ଣ୍ଣ ପଦକ, ୧୦ଟି ରୌପ୍ୟ ପଦକ ଓ ୬ଟି ବ୍ରୋଞ୍ଜ ପଦକ ହାସଲ କରି ଅଷ୍ଟମ ସ୍ଥାନରେ ଅଛି ।
୯. ନେଦରଲ୍ୟାଣ୍ଡ ୪ଟି ସ୍ବର୍ଣ୍ଣ ପଦକ, ୭ଟି ରୌପ୍ୟ ପଦକ, ୫ଟି ବ୍ରୋଞ୍ଜ ପଦକ ଜିତି ନବମ ସ୍ଥାନରେ ଅଛି ।
୧୦. ନ୍ୟୁଜିଲ୍ୟାଣ୍ଡ ସ୍ବର୍ଣ୍ଣ ପଦକ, ୩ଟି ରୌପ୍ୟ ପଦକ ଓ ୩ଟି ବ୍ରୋଞ୍ଜ ପଦକ ସହ ଦଶମ ସ୍ଥାନରେ ଅଛି । ଏହି ତାଲିକାରେ ଭାରତର ସ୍ଥାନ ୬୧ତମ ସ୍ଥାନରେ ଅଛି । ଭାରତ ଏଯାବତ କେବଳ ଗୋଟିଏ ରୌପ୍ୟ ପଦକ ହାସଲ କରିଛି ।
ରବିବାର ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ଭାରତ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିପାରିବ। ଆଜି ସନ୍ଧ୍ୟାରେ ବ୍ରୋଞ୍ଜ ପଦକ ଜିତିବା ପାଇଁ ପିଭି ସିନ୍ଧୁ ଚୀନର ବିଙ୍ଗ ଜିଆଓଙ୍କୁ ସାମ୍ନା କରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।