ସେମିଫାଇନାଲରେ ଭାରତୀୟ ବକ୍ସର ଲଭଲିନା ବୋର୍ଗୋହେନ
New18 Odia Digital
ଟୋକିଓ: ଟୋକିଓ ଅଲମ୍ପିକ୍ସ ୨୦୨୦ରେ ଭାରତୀୟ ମହିଳା ବକ୍ସର ଲଭଲିନା ବୋର୍ଗୋହେନ ଭାରତ ପାଇଁ ଦ୍ୱିତୀୟ ପଦକକୁ ନିଶ୍ଚିତ କରିଛନ୍ତି। ସେ ୱେଲଟରୱେଟ୍ ବର୍ଗର (୬୪-୬୯ କିଲୋଗ୍ରାମ) ସେମି-ଫାଇନାଲରେ ପ୍ରବେଶ କରିଛନ୍ତି । ଏହା ସହିତ ତାଙ୍କର ବ୍ରୋଞ୍ଜ ପଦକ ନିଶ୍ଚିତ ହୋଇଛି । ସେ ପ୍ରଥମ ଥର ପାଇଁ ଅଲମ୍ପିକ୍ସରେ ପ୍ରବେଶ କରୁଛନ୍ତି । କ୍ୱାର୍ଟର ଫାଇନାଲ ମ୍ୟାଚରେ ଲଭଲିନା ଚୀନ ତାଇପାଇର ନିଏନ ଚିନ୍ ଚେନଙ୍କୁ ୪-୧ରେ ପରାସ୍ତ କରିଛନ୍ତି।
ସେ ପ୍ରଥମ ରାଉଣ୍ଡରେ ବିଦାୟ ନେଇଥିବାବେଳେ ୧୬ ରାଉଣ୍ଡରେ ସେ ୩୫ ବର୍ଷୀୟ ଜର୍ମାନ ବକ୍ସର ନେଦିନେ ଏପେଟଜଙ୍କୁ ୩-୨ରେ ପରାସ୍ତ କରିଥିଲେ । ଏହା ପୂର୍ବରୁ ମହିଳା ଭାରୋତ୍ତୋଳକ ମିରବାଇ ଚାନୁ ରୌପ୍ୟ ପଦକ ଜିତିସାରିଛନ୍ତି, ଯାହାକୁ ନେଇ ଗର୍ବିତ ଭରତ ।
ଲଭଲିନା ବିଶ୍ୱ ଚାମ୍ପିଆନସିପରେ ଦୁଇଥର ବ୍ରୋଞ୍ଜ ପଦକ ବିଜେତା ଓ ଏସୀୟ ଚାମ୍ପିଆନସିପ୍ ବ୍ରୋଞ୍ଜ ପଦକ ବିଜେତା ମଧ୍ୟ । ଲଭଲିନାଙ୍କ ପୂର୍ବରୁ ମହିଳା ବକ୍ସର ଏମସି ମେରି କମ ୨୦୧୨ ଲଣ୍ଡନ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଅଲମ୍ପିକ୍ ଇତିହାସରେ କେବଳ ଦୁଇଜଣ ମହିଳା ବକ୍ସର ପଦକ ଜିତିଛନ୍ତି। ପୁରୁଷ ବର୍ଗରେ ବିଜୟନ୍ଦର ସିଂ ୨୦୦୮ରେ ବେଜିଂ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।