Tokyo Olympics: ପଦକ ପାଇଁ ସାଇନା ନେହୱାଲ ମୋତେ ଅଭିନନ୍ଦନ ଜଣାଇ ନାହାଁନ୍ତି: ପିଭି ସିନ୍ଧୁ

ପିଭି ସିନ୍ଧୁ ଭାରତକୁ ଦ୍ଵିତୀୟ ପଦକ ଦେବା ପରେ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଥିଲା। କିନ୍ତୁ ବରିଷ୍ଠ ଖେଳାଳି ସାଇନା ନେହୱାଲ ତାଙ୍କୁ ଅଭିନନ୍ଦନ ଜଣାଇ ନଥିବା ନେଇ କହିଛନ୍ତି ପିଭି ସିନ୍ଧୁ।

ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି ପିଭି ସିନ୍ଧୁ (ପ୍ରତୀକାତ୍ମକ ଛବି)

ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି ପିଭି ସିନ୍ଧୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଭାରତର ତାରକା ବ୍ୟାଡ଼ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଇତିହାସ ରଚିଛନ୍ତି। ପିଭି ସିନ୍ଧୁ ସୋମବାର କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ମୁଖ୍ୟ ଜାତୀୟ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ ତାଙ୍କୁ ଅଭିନନ୍ଦନ ବାର୍ତ୍ତା ପଠାଇଥିବା ବେଳେ ବରିଷ୍ଠ ଖେଳାଳି ସାଇନା ନେହୱାଲଙ୍କ ଅଭିନନ୍ଦନ ଜଣାଇ ନାହାଁନ୍ତି। ରବିବାର ଦିନ ପୂର୍ବତନ ବିଶ୍ୱ ଚାମ୍ପିୟନ ସିନ୍ଧୁ ଦ୍ୱିତୀୟ ଭାରତୀୟ ତଥା ଦେଶର ପ୍ରଥମ ମହିଳା ଭାବରେ ଦୁଇଟି ବ୍ୟକ୍ତିଗତ ଅଲିମ୍ପିକ୍ ପଦକ ଜିତିଛନ୍ତି। ସେ ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ପିଭି ସିନ୍ଧୁଙ୍କୁ ପଚରାଯାଇଥିଲା କି ପଦକ ଜିତିବା ପରେ ଗୋପୀଚାନ୍ଦ ଓ ସାଇନା ନେହୱାନ ତାଙ୍କ ସହ କଥା ହୋଇଛନ୍ତି କି?  ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ସିନ୍ଧୁ କହିଛନ୍ତି ଯେ ଅବଶ୍ୟ ଗୋପୀ ସାର୍ ମୋତେ ଅଭିନନ୍ଦନ ଜଣାଇଛନ୍ତି।  ମୁଁ ଏପର୍ଯ୍ୟନ୍ତ ସୋସିଆଲ ମିଡ଼ିଆ ଦେଖି ନାହିଁ। ମୁଁ ଧୀରେ ଧୀରେ ସମସ୍ତଙ୍କୁ ଉତ୍ତର ଦେଉଛି। ସାଇନା ଅଭିନନ୍ଦନ ଜଣାଇ ନାହାଁନ୍ତି।  ଆମ ଭିତର ଅଧିକ କଥାବାର୍ତ୍ତା ହୁଏ ନାହିଁ।

ଗୋପୀଚାନ୍ଦଙ୍କ ସହିତ ମତଭେଦର ମଧ୍ୟ ରହିଛି

ଗତ ବର୍ଷ ପିଭି ସିନ୍ଧୁ କୋଭିଡ଼୧୯ ମହାମାରୀ ମଧ୍ୟରେ ତିନି ମାସର ତାଲିମ ପାଇଁ ଲଣ୍ଡନ ଯାଇଥିଲେ ଯାହା ପରେ ତାଙ୍କର ଗୋପୀଚାନ୍ଦଙ୍କ ମଧ୍ୟରେ ମତଭେଦ ହୋଇଥିବା ନେଇ ଖବର ଆସିଥିଲା।  ଘରକୁ ଫେରିବା ପରେ ମଧ୍ୟ ପିଭି ସିନ୍ଧୁ ଗୋପୀଚାନ୍ଦ ଏକାଡେମୀ ପରିବର୍ତ୍ତେ ପାର୍କ ତେଇ-ସାଙ୍ଗଙ୍କ ନିର୍ଦ୍ଦେଶନାରେ ଗାଚିବୋଭଲି ଇନଡୋର ଷ୍ଟାଡିୟମରେ ଟ୍ରେନିଂ ନେବାକୁ ନିଷ୍ପତ୍ତି ନେଇଥିଲେ।  ତେବେ ସେ ଗୋପୀଚାନ୍ଦଙ୍କ ସହ ହୋଇଥିବା ବିବାଦ ବିଷୟରେ କେବେ ପ୍ରକାଶ କରି ନାହାଁନ୍ତି।

ସାଇନା ଅଲିମ୍ପିକରେ ପଦକ ଖାତା ଖୋଲିଥିଲେ।

ସାଇନା ନେହୱାଲ ଅଲିମ୍ପିକ୍ସରେ ବ୍ୟାଡ଼ମିଣ୍ଟନରେ ଭାରତର ପଦକ ଖାତା ଖୋଲିଥିଲେ। ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ପରେ ପିଭି ସିନ୍ଧୁ ୨୦୧୬ରେ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ। ବର୍ତ୍ତମାନ ୨୦୨୧ ମସିହାରେ ସିନ୍ଧୁ ଟୋକିଓରେ ପଦକ ଜିତିଥିଲେ। ଏଥର ସାଇନା ନେହୱାଲ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲେ।
Published by:Soumya Das
First published: