T-20 World Cup: ଫାଇନାଲ ପାଇଁ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ

ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ୍‌ ଶେଷ ଚରଣର ଗୋଟିଏ ପାଦ ଦୂରରେ ରହିଛି।

ଫାଇନାଲ ପାଇଁ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ

ଫାଇନାଲ ପାଇଁ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ୍‌ ଶେଷ ଚରଣର ଗୋଟିଏ ପାଦ ଦୂରରେ ରହିଛି। ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବୁଧବାର ନ୍ୟୁଜିଲାଣ୍ଡ୍‌କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିସାରିଥିଲା ବେଳେ ଆଜି ଇଂଲଣ୍ଡ ବିପକ୍ଷରେ ଭାରତ ଗୁରୁତ୍ବପୂର୍ଣ୍ଣ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳିବାକୁ ଯାଉଛି। ବିରାଟ କୋହଲିଙ୍କ ସବୁଠୁ ପସନ୍ଦିତା ସ୍ଥାନ ଆଡିଲେଡ୍‌ ଓଭାଲ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ଦୀର୍ଘ ୧୫ ବର୍ଷ ପରେ ପୁଣି ଥରେ ଭାରତ ପାଖରେ ଫାଇନାଲ୍‌ ଖେଳିବା ସୁଯୋଗ ସୃଷ୍ଟି ହୋଇଛି।

ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ଯେଉଁଭଳି ଏହି ବିଶ୍ବକପ୍ ରେ ପ୍ରଦର୍ଶନ ଜାରି ରଖିଛି ଭାରତକୁ ଅଟକାଇବାକୁ ଇଂଲଣ୍ଡ ପାଇଁ ବେଶ କାଠିକର ହେବ । ରାହୁଲ ଫର୍ମକୁ ଫେରିଥିବା ବେଳେ ବିରାଟ କୋହଲି ଜବରଦସ୍ତ ଫର୍ମରେ ରହିଛନ୍ତି। ଏହି ପଡ଼ିଆରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳର ବିଜୟ ପରାଜୟ ରେକର୍ଡ ୪-୨ ରହିଛି ଏବଂ ହାରାହାରି ପ୍ରଥମ ପାଳି ‌ସ୍କୋର ୧୫୭ ରନ୍‌ ରହିଛି। ଅନ୍ୟପକ୍ଷରେ ଏହି ଦୁଇ ଦଳ ପୂର୍ବରୁ ୨୨ଥର ଭେଟାଭେଟି ହୋଇଥିଲା ବେଳେ ଭାରତ ୧୨ ମ୍ୟାଚ୍‌ରେ ବିଜୟୀ ହୋଇଛି।

ଟି -୨୦ ବିଶ୍ୱକପ ୨୦୨୨ର ଭାରତ ବନାମ ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ପ୍ରସାରଣ ହେବ
ଷ୍ଟାର ସ୍ପୋର୍ଟସ ନେଟୱାର୍କ ଭାରତ ବନାମ ଇଂଲଣ୍ଡ ଟି -୨୦ ବିଶ୍ୱକପ ୨୦୨୨ ସେମିଫାଇନାଲ ମ୍ୟାଚକୁ ଟେଲିକଷ୍ଟ କରିବ

ଅନଲାଇନରେ ଟି -୨୦ ବିଶ୍ୱକପ ୨୦୨୨ର ଇଂଲଣ୍ଡ ବନାମ ଭାରତ ସେମିଫାଇନାଲ ମ୍ୟାଚ କେବେ ଏବଂ କେଉଁଠାରେ ଦେଖିବେ?

ଡିଜନି + ହଟଷ୍ଟାର ଇଂଲଣ୍ଡ ବନାମ ଇଣ୍ଡିଆ ଟି -୨୦ ବିଶ୍ୱକପ ୨୦୨୨ ସେମିଫାଇନାଲ ମ୍ୟାଚକୁ ଲାଇଭ ଷ୍ଟ୍ରିମ କରିବ

ଟିମ୍ ଇଣ୍ଡିଆ:କେଏଲ୍‌ ରାହୁଲ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ୍‌, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ଭୁବନେଶ୍ବର କୁମାର, ମହମ୍ମଦ ସାମି, ଅର୍ଶଦୀପ ସିଂହ।

ଟିମ୍ ଇଂଲଣ୍ଡ : ଆଲେକ୍ସ ହେଲ୍‌ସ, ଜୋସ୍‌ ବଟଲର୍‌, ବେନ୍‌ ଷ୍ଟୋକ୍‌ସ, ହାରି ବ୍ରୁକ୍‌, ଲିଆମ୍‌ ଲିଭିଙ୍ଗ୍‌ଷ୍ଟୋନ୍‌, ମୋଇନ୍‌ ଅଲୀ, ଫିଲ୍‌ ସଲ୍ଟ, ସାମ୍‌ କରନ୍‌, କ୍ରିସ୍‌ ୱକ୍ସ, ଆଦିଲ୍‌ ରସିଦ୍‌, ମାର୍କ ଉଡ୍‌/ଡେଭିଡ୍‌ ୱିଲି।
Published by:Soumyashree Mishra
First published: