T-20 World Cup: ଆଜି ଟିମ୍ ଇଣ୍ଡିଆ ଓ ସାଉଥ୍ ଆଫ୍ରିକା ମ୍ୟାଚରେ ବାଧା ଦେଇପାରେ ବର୍ଷା

ଚାଲିଥିବା ଆଇସିସି ଟି -୨୦ ବିଶ୍ୱକପରେ ଅପରାଜିତ ରହି ଟିମ୍ ଇଣ୍ଡିଆ ଆଜି ଦକ୍ଷିଣ ଆଫ୍ରିକା ସହ ମ୍ୟାଚ୍ ଖେଳିବ। କିନ୍ତୁ ଏଥିରେ ବର୍ଷା ବାଧା ଦେଇପାରେ ।

ଆଜି ଟିମ୍ ଇଣ୍ଡିଆ ଓ ସାଉଥ୍ ଆଫ୍ରିକା ମ୍ୟାଚ୍

ଆଜି ଟିମ୍ ଇଣ୍ଡିଆ ଓ ସାଉଥ୍ ଆଫ୍ରିକା ମ୍ୟାଚ୍

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଚାଲିଥିବା ଆଇସିସି ଟି -୨୦ ବିଶ୍ୱକପରେ ଅପରାଜିତ ରହି ଟିମ୍ ଇଣ୍ଡିଆ ଆଜି ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ସହ ମ୍ୟାଚ୍ ଖେଳିବ। କ୍ରିକେଟ୍ ପ୍ରେମୀମାନେ ଆଜି ବହୁ ଅପେକ୍ଷା କରିଛନ୍ତି। ପାଣିପାଗ ବିଭାଗ ଅନୁଯାୟୀ, ସନ୍ଧ୍ୟାରେ ପାଗ ମେଘୁଆ ରହିବ, କିନ୍ତୁ ଖେଳ ସାରା ବର୍ଷା ହେବ ନାହିଁ। ବର୍ଷା ହେତୁ ଏପର୍ଯ୍ୟନ୍ତ କିଛି ବିଶ୍ୱକପ ଖେଳ ପରିତ୍ୟାଗ କରାଯାଇଛି। ଅପରାହ୍ନ ଏବଂ ସନ୍ଧ୍ୟା ସମୟରେ ମଧ୍ୟମ (୫୦ ପ୍ରତିଶତ) ବର୍ଷା ହେବାର ସମ୍ଭାବନା ରହିଛି। ଅଷ୍ଟ୍ରେଲିଆର ବ୍ୟୁରୋ ଅଫ୍ ମେଟେରୋଲୋଜି ଅନୁଯାୟୀ ଆଜି ପବନ ବେଗ ୨୫ ରୁ ୩୫ କିଲୋମିଟର ଘଣ୍ଟା ପ୍ରତି ରହିବ। ସମୁଦ୍ର ଉପକୂଳ ନିକଟରେ ୪୫ କିଲୋମିଟର ବେଗରେ ପବନ ବହିବ।

ମ୍ୟାଚ୍ ଦିନରେ ତାପମାତ୍ରା ୪୯ ସେଲସିୟସ୍ ରହିବ ଏବଂ ଖେଳ ସମୟରେ ୧୧ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟିମ୍ ମୋଟ ୨୩ଟି ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେହି ଭିତରୁ ଭାରତ ୧୩ଟି ମ୍ୟାଚ୍ ଜିତିଥିବାବେଳେ ଆଫ୍ରିକା ଏହାର ୯ଟି ଜିତିଛି। ଗୋଟିଏ ମ୍ୟାଚ୍ ର ଫଳାଫଳ ସାମ୍ନାକୁ ଆସିନାହିଁ। ୨୦୦୬ ମସିହାରେ ପ୍ରଥମ ଥର ପାଇଁ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ।

ଅନ୍ୟପକ୍ଷରେ, ଟି -୨୦ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୫ଟି ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ ଭାରତ ୪ ଟି ମ୍ୟାଚ୍ ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା କେବଳ ଗୋଟିଏ ମ୍ୟାଚ୍ ଜିତିଛି। ୨୦୦୯ ବିଶ୍ୱକପ ପରଠାରୁ ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ଗୋଟିଏ ବି ମ୍ୟାଚ୍ ଜିତି ନାହିଁ।
Published by:Soumyashree Mishra
First published: