T-20 World Cup: ଆଜି ଅଷ୍ଟ୍ରେଲିଆରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ

ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି -୨୦ ବିଶ୍ୱକପ ୨୦୨୨ରେ ଭାରତୀୟ ଦଳ ଆଜି ବାଂଲାଦେଶ ବିପକ୍ଷରେ ଚତୁର୍ଥ ମ୍ୟାଚ୍ ଖେଳିବ।

ଆଜି ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ

ଆଜି ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି -୨୦ ବିଶ୍ୱକପ ୨୦୨୨ ରେ ଭାରତୀୟ ଦଳ ଆଜି ବାଂଲାଦେଶ ବିପକ୍ଷରେ ଚତୁର୍ଥ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଅଷ୍ଟ୍ରେଲିଆର ଏଡିଲେଡରେ ଖେଳାଯିବ। ଏହି ମ୍ୟାଚ୍ ଜିତିବା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ସେମିଫାଇନାଲକୁ ଯିବା ସହଜ ହେବ। ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଆଜି ମ୍ୟାଚ୍ IST ୧:୩୦ ରେ ଆରମ୍ଭ ହେବ ଏବଂ ଟସ୍ ୧ରେ ଆରମ୍ଭ ହେବ। ଭାରତୀୟ ଦଳର ବୋଲିଂ ସମସ୍ତଙ୍କୁ ଚକିତ କରିଛି କିନ୍ତୁ ସେମାନଙ୍କ ଟପ୍ ଅର୍ଡର ଏବେ ବି ଚିନ୍ତାର ବିଷୟ ପାଲଟିଛି।

ଦଳ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୪ ୱିକେଟରେ ବିଜୟ ହାସଲ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ନେଦରଲାଣ୍ଡସକୁ ୫୬ରନରେ ସହଜରେ ପରାସ୍ତ କରିଥିଲା। ହେଲେ ୩ୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ବ୍ୟାଟିଂ ବିପର୍ଯ୍ୟୟ ଲାଗି ୫ ୱିକେଟରେ ପରାସ୍ତ ହୋଇଥିଲା । ଆଉ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ଦୀପକ ହୁଡାଙ୍କ ସ୍ଥାନରେ ଅକ୍ଷର ପଟେଲ ଦଳକୁ ଫେରିବାର ସମ୍ଭାବନା ରହିଛି। ସେହିପରି ଯୁଜୁବେନ୍ଦ୍ର ଚହଲ ଅନ୍ୟତମ ସ୍ପିନର ରହିଥିଲେ ମଧ୍ୟ ଅଶ୍ବିନଙ୍କୁ ଆଉ ଏକ ସୁଯୋଗ ମିଳିବାର ଆଶା କରାଯାଉଛି।

ଅନ୍ୟପକ୍ଷରେ ସାକିବ୍ ଅଲ୍ ହାସନଙ୍କ ନେତୃତ୍ବାଧିନ ବାଂଲାଦେଶ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଟେବୁଲର ୩ୟ ସ୍ଥାନରେ ରହିଛି। ୫ଟି ଟ୍ବେଣ୍ଟି୨୦ ମ୍ୟାଚରୁ ଭାରତ ୪ଟି ଓ ବାଂଲାଦେଶ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି। ଉଭୟ ଦଳ ଉକ୍ତ ମ୍ୟାଚକୁ ଜିତି ସେମିଫାଇନାଲ ରାସ୍ତା ପକ୍କା କରିବାର ଲକ୍ଷ୍ୟ ରଖିଛନ୍ତି।
Published by:Soumyashree Mishra
First published: