- News18 Odia
- Last Updated :
- New Delhi, India
News 18 Odia Digital
India vs New Zealand: ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ହାଇଦ୍ରାବାଦରେ ଖେଳାଯିବ । ଶ୍ରୀଲକ୍ଷା ବିପକ୍ଷ ସିରିଜ୍ ୩-୦ରେ ଜିତିଥିଲା ଟିମ୍ ଇଣ୍ଡିଆ।
ଆଜି ସମସ୍ତଙ୍କ ନଜର ରହିବ ଭାରତୀୟ ଖେଳାଳିଙ୍କ ବ୍ୟାଟିଂ ଉପରେ। କାରଣ ଆହତ ପାଇଁ ସିରିଜରୁ ବାଦ ପଡ଼ିଛନ୍ତି ଶ୍ରେୟସ୍ ଆୟର(Shreyas Iyer) । ତାଙ୍କ ସ୍ଥାନରେ ରଜତ ପଟିଦାରଙ୍କୁ ସାମିଲ କରାଯାଇଛି । କେଏଲ୍ ରାହୁଲ(KL Rahul) ମଧ୍ୟ ବ୍ୟକ୍ତିଗତ କାରଣରୁ ଓହରି ଯାଇଛନ୍ତି । ତେଣୁ ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଷନ ଟିମରେ ନିଜ ସ୍ଥାନ ବଜାୟ ରଖିବେ। ସେହିପରି କେନ୍ ୱିଲିୟମସନ୍ ଓ ଟିମ୍ ସାଉଦିଙ୍କ ବିନା ଖେଳିବ ନ୍ୟିୁଜିଲାଣ୍ଡ ଦଳ । ଟିମ୍ ଲାଥମଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ପଡ଼ିଆକୁ ଓହ୍ଲାଇବ । ନ୍ୟୁଜିଲାଣ୍ଡ୍ ବିପକ୍ଷ ଶୃଙ୍ଖଳାକୁ ୩-୦ରେ ଜିତିଲେ ଭାରତ ଆଇସିସି ଦିନିକିଆ ମାନ୍ୟତାରେ ଏକ ନମ୍ବର ହୋଇଯିବ । ଆଉ ଯଦି ଭାରତ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଜିତିନିଏ ଏବଂ ଅଷ୍ଟ୍ରେଲିଆକୁ ଟେଷ୍ଟ୍ ଶୃଙ୍ଖଳାରେ ୨-୦ କିମ୍ବା ୩-୧ରେ ପରାସ୍ତ କରେ ତାହାଲେ ସବୁ ଫର୍ମାଟ୍ରେ ଏକ ନମ୍ବର ମାନ୍ୟତା ହାସଲ କରିବ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।