News18 Odia Digital
ନୂଆ ଦିଲ୍ଲୀ: ୨୦୨୨ ବର୍ଷ ଭାରତୀୟ କ୍ରିକେଟ ଦଳ ପାଇଁ ବିଶେଷ କିଛି ଭଲ ନଥିଲା। ତେଣୁ ବର୍ଷ ଆରମ୍ଭରେ ଏନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ କରିଥିଲା ବିସିସିଆଇ। ଏହି ବୈଠକରେ ବିଶ୍ୱକପରେ ପରାଜୟ ବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଛି । ଏହି ସମୟରେ ଏକ ନିଷ୍ପତ୍ତି ନିଆଯାଇଛି ଯାହା କ୍ରିକେଟ୍ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି ।
ଆଗାମୀ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ସଦସ୍ୟ ହୋଇଥିବା ଖେଳାଳିଙ୍କ ବିଷୟରେ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି । ଖେଳାଳି ମାନଙ୍କର କାର୍ଯ୍ୟଭାର ପରିଚାଳନା ପାଇଁ ବିସିସିଆଇ ସେମାନଙ୍କୁ ଆଇପିଏଲରେ ଖେଳିବା ବନ୍ଦ କରିପାରେ । କିଛି ଖେଳାଳିଙ୍କୁ ଆଇପିଏଲରେ ଖେଳିବାକୁ ବାରଣ କରାଯାଇପାରେ ।
ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଓ ଜଶପ୍ରୀତ ବୁମରା ଅଛନ୍ତି, ଯେଉଁମାନେ ଆଇପିଏଲର କିଛି ମ୍ୟାଚରେ ନଜରକୁ ନ ଆସିପାରନ୍ତି । ଚଳିତ ବର୍ଷ ଜୁନ୍ ଓ ତା’ପରେ ଦୁଇଟି ପ୍ରମୁଖ ଆଇସିସି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର-ନଭେମ୍ବର ମାସରେ ଖେଳାଯିବ। ଏଭଳି ପରିସ୍ଥିତିରେ ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ଖେଳାଳିଙ୍କ ୱର୍କଲୋଡ ମ୍ୟାନେଜମେଣ୍ଟ ଉପରେ କାମ ଆରମ୍ଭ କରିସାରିଛି । ଏହି ପାଞ୍ଚ ଖେଳାଳି ଆଗାମୀ ଆଇସିସି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ଅଂଶ ହେବେ। ଏଭଳି ପରିସ୍ଥିତିରେ ଖେଳାଳିଙ୍କ ପାଇଁ ଫିଟ୍ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଆଇପିଏଲ୍ ପାଇଁ ଖେଳାଳି ମାନେ ଏକ ମାସରୁ ଅଧିକ ସମୟ ବ୍ୟସ୍ତ ରୁହନ୍ତି । ଖେଳାଳିଙ୍କ କାର୍ଯ୍ୟ ଚାପ ହ୍ରାସ କରିବାକୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।