News18 Odia Digital
ନୂଆ ଦିଲ୍ଲୀ: ଟି-୨୦ ବିଶ୍ୱ କପ୍ ୨୦୨୧ର (T20 World Cup) ଅର୍ଥ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟର ସବୁଠାରୁ ବଡ ପର୍ଯ୍ୟାୟ । ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇସାରିଛି । ଏଥିରେ ୧୬ଟି ଦେଶ ଭାଗ ନେଉଛନ୍ତି । ଅକ୍ଟୋବର ୨୩ରୁ ସୁପର-୧୨ର ମ୍ୟାଚ୍ ଆରମ୍ଭ ହେବ । ଅର୍ଥାତ୍ ବଡ଼ ଦଳ ପଡ଼ିଆରେ ଅବତରଣ କରିବେ । ୨୪ ଅକ୍ଟୋବର ଦିନ ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ (Team India) ଓ ପାକିସ୍ତାନ ମୁହାଁମୁହିଁ ହେବେ (India vs Pakistan) । ହେଲେ ଏହି ଟୁର୍ଣ୍ଣାମେଣ୍ଟରେ (T20 World Cup) ଅନେକ ତାରକା ଖେଳାଳି ନିଜ ନିଜ ଦଳରେ ରହିପାରିବେ ନାହିଁ ।
ଏମିତି ଖେଳାଳିଙ୍କ ମଧ୍ୟରେ ଭାରତର ଶିଖର ଧାୱନ (Shikhar Dhawan) ଓ ୱେଷ୍ଟଇଣ୍ଡିଜର ସୁନୀଲ ନରେନଙ୍କ (Sunil Narine) ନାମ ପ୍ରମୁଖ ଅଛି । ନରେନ ଟି-୨୦ରେ ୪୨୫ଟି ୱିକେଟ୍ ନେଇଛନ୍ତି । ଶିଖର୍ ଧାୱନ ୮,୭୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ଏମିତି ପାଞ୍ଚ ଜଣ ବଡ଼ ଖେଳାଳି ଅଛନ୍ତି ଯେଉଁମାନେ ଟି-୨୦ ବିଶ୍ୱ କପ୍ ଦଳରେ ସାମିଲ୍ ହୋଇପାରି ନାହାନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଚାଞ୍ଚଲ୍ୟ: ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ସ୍କୁଲ୍ ମାଲିକ ଗୋବିନ୍ଦ ସାହୁ ହତ୍ୟା କରି ପୋଡ଼ିବା ପରେ ପୋତି ଦେଇଥିଲା
୧ -
ଶିଖର ଧାୱନ (ଭାରତ): ଟିମ୍ ଇଣ୍ଡିଆର ଓପନର୍ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ (Shikhar Dhawan) ଆଇପିଏଲ୍ ୨୦୨୧ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ହାରାହାରି ୩୯ ରନ୍ ହିସାବରେ ୫୮୭ ରନ୍ ସ୍କୋର କରିଥିଲେ । ସେ ତିନିଟି ଅର୍ଦ୍ଧଶତକ କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ଷ୍ଟ୍ରାଇକ୍ ହାର ୧୨୫ ଥିଲା। ଆନ୍ତର୍ଜାତୀୟ ଟି-୨୦ରେ ତାଙ୍କର ଷ୍ଟ୍ରାଇକ୍ ହାରକୁ ନେଇ ସବୁବେଳେ ପ୍ରଶ୍ନ ଉଠିଛି । ଏହି କାରଣରୁ କେ.ଏଲ୍. ରାହୁଲ ଓ ଇଶାନ କିଶନଙ୍କୁ ଏକ ସୁଯୋଗ ମିଳିଥିଲା । ଧାୱନଙ୍କ ଅପେକ୍ଷା ଉଭୟଙ୍କ ଷ୍ଟ୍ରାଇକ୍ ହାର ଭଲ । ସାମଗ୍ରିକ ଭାବେ ଟି-୨୦ରେ ଧାୱନ ୮,୭୭୫ ରନ୍ ସଂଗ୍ରହ କରିଛନ୍ତି। ସେ ଦୁଇଟି ଶତକ ଓ ୬୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।
ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ: ସେ ପାଣିରେ ପଡ଼ିବା ଆଗରୁ ମୃତ୍ୟୁ ହୋଇଥିଲା; ତାଙ୍କ ୨ ସାଙ୍ଗ ହୋଟେଲରେ ଲୁଚିଥିଲେ
୨ - ୟୁଜବେନ୍ଦ୍ର ଚହଲ (ଭାରତ): ଟି-୨୦ ଇଣ୍ଟରନ୍ୟାସନାଲରେ ଲେଗ-ସ୍ପିନର୍ ୟୁଜବେନ୍ଦ୍ର ଚହଲ ଭାରତର ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି । ଆଇପିଏଲ ୨୦୨୧ର ୧୫ଟି ମ୍ୟାଚରେ ସେ ୨୧ଟି ୱିକେଟ୍ ନେଇଥିଲେ । କିନ୍ତୁ କିଛି ସମୟ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ ନ କରିବାରୁ ରାହୁଲ ଚାହର ତାଙ୍କ ସ୍ଥାନରେ ଏକ ସୁଯୋଗ ପାଇଲେ । ଚହଲ ଟି-୨୦ ଇଣ୍ଟରନ୍ୟାସନାଲରେ ୬୩ଟି ୱିକେଟ୍ ଓ ମୋଟ ଟି-୨୦ରେ ୨୪୧ଟି ୱିକେଟ୍ ନେଇଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମୋବାଇଲ୍ ଫୋନ୍ ହେଲା କାଳ; ଗେମ୍ ଖେଳିବାକୁ ନ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର
୩ - ସୁନୀଲ ନରେନ (ୱେଷ୍ଟଇଣ୍ଡିଜ): ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ସ୍ପିନର୍ ସୁନୀଲ ନରେନ୍ ବି ନିଜ ଦେଶର ଦଳର ବାହାରେ ଅଛନ୍ତି । ସେ ଆଇପିଏଲ ୨୦୨୧ର ୧୪ଟି ମ୍ୟାଚରେ ୧୬ଟି ୱିକେଟ୍ ନେଇଥିଲେ । ତାଙ୍କ ଇକୋନୋମି ୬.୪୪ରେ ଠିଆ ହୋଇଥିଲା । କିନ୍ତୁ ତାଙ୍କ ଫିଟନେସ୍ ସମସ୍ୟା ଓ ବୋଲିଂ ଆକ୍ସନ୍ ଉପରେ ପ୍ରଶ୍ନ ଯୋଗୁଁ ସେ ଦଳରେ ସାମିଲ୍ ହୋଇପାରି ନାହାନ୍ତି । ସେ ଟି-୨୦ ଇଣ୍ଟରନ୍ୟାସନାଲରେ ୫୨ ୱିକେଟ୍ ଓ ସାମଗ୍ରିକ ଟି-୨୦ରେ ୪୨୫ଟି ୱିକେଟ୍ ନେଇଛନ୍ତି । ଟି-୨୦ରେ ସର୍ବାଧିକ ୱିକେଟ୍ ନେବାରେ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
ଏହା ବି ପଢ଼ନ୍ତୁ | ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତା’ ବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘ
୪-ଫାଫ୍ ଡୁ ପ୍ଲେସିସ୍ (ଦକ୍ଷିଣ ଆଫ୍ରିକା): ଦକ୍ଷିଣ ଆଫ୍ରିକାର ଓପନର୍ ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁ ପ୍ଲେସିସ୍ ବି ଏହି ଟୁର୍ଣ୍ଣାମେଣ୍ଟର ବାହାରେ ଅଛନ୍ତି । ଆଇପିଏଲ୍ ୨୦୨୧ରେ ସେ ୧୬ଟି ମ୍ୟାଚରେ ୬୩୩ ରନ୍ ସଂଗ୍ରହ କରିଥିଲେ । ସେ ଫାଇନାଲରେ ଅର୍ଦ୍ଧଶତକ ହାସଲ କରି CSKକୁ ଚାମ୍ପିଅନ୍ କରାଇଥିଲେ । କିନ୍ତୁ ବୋର୍ଡ ସହିତ ଖରାପ ସମ୍ପର୍କ କାରଣରୁ ସେ ନିଜ ଦଶର ଟିମ୍ ବାହାରେ ଅଛନ୍ତି । ସେ ଟି-୨୦ ଇଣ୍ଟରନ୍ୟାସନାଲରେ ବି ଏକ ଶତକ ହାସଲ କରିଛନ୍ତି । ସେ ଟି-୨୦ ଇଣ୍ଟରନ୍ୟାସନାଲରେ ୧,୫୨୮ ରନ୍ ସଂଗ୍ରହ କରିଥିବା ବେଳେ ସାମଗ୍ରିକ ଟି-୨୦ରେ ୬,୮୪୫ ରନ୍ କରିଛନ୍ତି ।
ଏହା ବି ପଢ଼ନ୍ତୁ | ଢେଙ୍କାନାଳ: ଟଙ୍କା ଭର୍ତ୍ତି ବ୍ୟାଙ୍କ୍ ଗାଡି଼ ଲୁଟିଥିଲେ, ମାତ୍ର ଧରାପଡ଼ିଗଲେ; ୧ କୋଟି ଟଙ୍କା ଜବତ, ୩ ଗିରଫ
୫- ଇମ୍ରାନ ତାହିର୍ (ଦକ୍ଷିଣ ଆଫ୍ରିକା): ୪୨ ବର୍ଷୀୟ ଲେଗ୍ ସ୍ପିନର୍ ଇମ୍ରାନ ତାହିର ଟି-୨୦ରେ ୪୨୦ଟି ୱିକେଟ୍ ନେଇଛନ୍ତି । ସେ ସାରା ବିଶ୍ୱରେ ଟି-୨୦ ଲିଗରେ ଭଲ ପ୍ରଦର୍ଶନ କରିଛନ୍ତି । ସେ ଚଳିତ ସିଜନରେ CSKର ଅଂଶ ଥିଲେ । ସେ ଟି-୨୦ ଇଣ୍ଟରନ୍ୟାସନାଲରେ ୬୩ଟି ୱିକେଟ୍ ନେଇଛନ୍ତି । କିନ୍ତୁ ବୋର୍ଡ ସହିତ ତାହିରଙ୍କ ସମ୍ପର୍କ ଭଲ ନ ଥିଲା । ସେ ଟି-୨୦ ଲିଗ୍ ଉପରେ ଅଧିକ ଧ୍ୟାନ ଦେଉଥିଲେ । ଏହି କାରଣରୁ ସେ ବିଶ୍ୱ କପ୍ ଖେଳିବାକୁ ଇଚ୍ଛା ପ୍ରକାଶ କରିବା ପରେ ବି ବୋର୍ଡ ତାଙ୍କୁ ଅଣଦେଖା କରିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଭିନେତା-MP ଅନୁଭବ ମହାନ୍ତି ନିଜ ନୂଆ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ସହ ଫଟୋ ଶେୟାର୍ କଲେ
ବାଂଲାଦେଶର ବରିଷ୍ଠ ବ୍ୟାଟ୍ସମ୍ୟାନ୍ ତମିମ ଇକବାଲ ନିଜେ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି । ବିଶ୍ୱ କପ୍ ପୂର୍ବରୁ ବାଂଲାଦେଶ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଜିତିଥିଲା । ସେହି ସମୟରେ ଅନେକ ଯୁବ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ । ଏଭଳି ପରିସ୍ଥିତିରେ ତମିମ କହିଥିଲେ ଯେ ସେ କୌଣସି ଖେଳାଳିଙ୍କ ସ୍ଥାନ ନେବାକୁ ଚାହୁଁନାହାଁନ୍ତି ।
ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବିରୋଧରେ ଚାର୍ଜଶୀଟ୍ ଦାଖଲ ହେଲା; ‘ନିଆଁ ଲିଭାଇବାକୁ ଚେଷ୍ଟା କରି ନ ଥିଲେ’
ଅନ୍ୟ ପକ୍ଷରେ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚ୍ଚର ଓ ସାମ୍ କରେନ୍ ଆହତ ହେବା କାରଣରୁ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରି ନାହାନ୍ତି । କରେନଙ୍କୁ ବିଶ୍ୱ କପ୍ ଦଳରେ ସାମିଲ୍ କରାଯାଇଥିଲା, କିନ୍ତୁ ଆଇପିଏଲ ସମୟରେ ସେ ଆହତ ହୋଇଥିଲେ । ଇଂଲଣ୍ଡର ସବୁଠୁ ବଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ମାନସିକ ସ୍ୱାସ୍ଥ୍ୟ କାରଣରୁ ଅନ୍ତର୍ଜାତୀୟ କ୍ରିକେଟରୁ ବିରତି ନେଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।