କାଲିଠୁ ଭାରତୀୟ ମହିଳା କ୍ରିକେଟ ଲିଗ୍‌; ମୈଦାନରେ ଧମାଲ କରିବେ ବିଶ୍ବର ଶ୍ରେଷ୍ଠ କ୍ରିକେଟର୍‌

ଶନିବାର ବାଜିବ ମହିଳା ଇଣ୍ଡିଆନ ପ୍ରିମିୟର ଲିଗ୍‌ (WIPL)ର ବିଗୁଲ । ଫଟାଫଟ କ୍ରିକେଟରେ ମୁହାଁମୁହିଁ ହେବେ ମହିଳା ବ୍ରିଗେଡ୍ ।

କାଲିଠୁ ଭାରତୀୟ ମହିଳା କ୍ରିକେଟ ଲିଗ୍

କାଲିଠୁ ଭାରତୀୟ ମହିଳା କ୍ରିକେଟ ଲିଗ୍

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Women Indian premier league: ଶନିବାର ବାଜିବ ମହିଳା ଇଣ୍ଡିଆନ ପ୍ରିମିୟର ଲିଗ୍‌ (WIPL)ର ବିଗୁଲ । ଫଟାଫଟ କ୍ରିକେଟରେ ମୁହାଁମୁହିଁ ହେବେ ମହିଳା ବ୍ରିଗେଡ୍ । ପୂର୍ବରୁ ବିଶ୍ବର ସବୁଠୁ ଲୋକପ୍ରିୟ କ୍ରିକେଟ ଲିଗ୍‌ ପୁରୁଷ ଆଇପିଏଲ୍ ଲିଗ୍ ହେଉଥିବା ବେଳେ ପ୍ରଥମ ଥର ପାଇଁ ମହିଳା କ୍ରିକେଟକୁ ନେଇ ଆରମ୍ଭ ହୋଇଛି ନୂଆ ଅଭିଯାନ, WIPL ବା ଭାରତୀୟ ମହିଳା କ୍ରିକେଟ ଲିଗ । ୫ଟି ଟିମ୍ ପ୍ରଥମ ସିଜିନରେ ସାମିଲ୍ ହୋଇଛନ୍ତି । ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍ସ,, ଦିଲ୍ଲୀ କ୍ୟାପିଟାଲ୍ସ, , ଗୁଜରାଟ ଜିଆଣ୍ଟ୍ସ ଓ ଲକ୍ଷ୍ନୌ ଓ୍ବାରିଅର୍ସ । ଏହି ୫ଟି ଟିମରେ ଦେଖିବାକୁ ମିଳିବ ବିଶ୍ବର ଶ୍ରେଷ୍ଠ ମହିଳା କ୍ରିକେଟରଙ୍କ ଯାଦୁ । ସବୁଠୁ ବଡ଼ କଥା ହେଉଛି ଭାରତୀୟ କ୍ରିକେଟ ଟିମର ଆଗ ଧାଡ଼ିର ଖେଳାଳିଙ୍କୁ ଅନେକ ଟିମ୍ ଦେଇଛନ୍ତି ଅଧିନାୟକ ଦାୟିତ୍ବ ।

ଉଦଘାଟନୀ ମ୍ଯାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ(Mumbai Indians) ଓ ଗୁଜରାଟ ଜିଆଣ୍ଟ୍ସ । ନାଭି ମୁମ୍ବାଇ(Navi Mumbai)ର ଡି ଓ୍ବାଇ ପାଟିଲ୍ ଷ୍ଟାଡିୟମରେ ହେବ ପ୍ରଥମ ମ୍ୟାଚ୍ । ଭାରତୀୟ କ୍ରିକେଟ ଟିମର ଅଧିନାୟକ ହରମନପ୍ରିତ୍ କୌରଙ୍କେ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ମୁମ୍ବାଇ ଇଣ୍ଡିଆନ୍ସ । ସେହିଭଳି ଅଷ୍ଟ୍ରେଲିଆର ବେଥ ମୋନି ସମ୍ଭାଳିବେ ଗୁଜରାଟ ଜିଆଣ୍ଟସ୍ସର ମୋର୍ଚ୍ଚା । ଭାରତୀୟ ଖେଳାଳି ଓ ବିଦେଶୀ ଖେଳାଳିଙ୍କ ସହ ମୈଦାକୁ ଓହ୍ଲାଇବେ ଉଭୟ ଟିମ୍...

ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ପାଇଁ ମଙ୍ଗ ଧରିବେ ଭାରତୀୟ କ୍ରିକେଟର ସ୍ମୃତି ମନ୍ଦାନା । ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାରତ ତୁଲାଇବେ ହରମନପ୍ରୀତ୍ କୌର । ଲକ୍ଷ୍ନୌ ଓ୍ବାରିଅର୍ସର ଅଧିନାୟକ ଦାୟିତ୍ବ ସମ୍ଭାଳିବେ ଅଷ୍ଟ୍ରେଲିଆ ଆଲେସା ହେଲି ଓ ଗୁଜରାଟ ଜିଆଣ୍ଟସ୍ସ ପାଇଁ ଅଧିନାୟକ ହୋଇଛନ୍ତି ଅଷ୍ଟ୍ରେଲିଆର ବେଥ ମୋନି । ଏହି ଲିଗରେ ଭାରତୀୟ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ଜବରଦସ୍ତ ଜଲବା ଦେଖିବାକୁ ମିଳିବ । ସେହିଭଳି ଅନେକ ନବାଗତ ତଥା ଯୁବ ଖେଳାଳି ମଧ୍ୟ ସେମାନଙ୍କ ପ୍ରଦର୍ଶନ ଭଲ କରିବା ନେଇ ଆଶା ରଖିଛନ୍ତି...

ହଳଦୀ ପରେ କନ୍ଧମାଳରେ ଏବେ ଷ୍ଟ୍ରବେରୀ ପାଲଟିବ ବ୍ରାଣ୍ଡ୍

ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୬ ତାରିଖ ପର୍ଯ୍ଯନ୍ତ ଚାଲିବ ମ୍ୟାଚ୍ । ସମସ୍ତ ମ୍ଯାଚ୍ ମୁମ୍ବାଇରେ ଖେଳାଯିବ । ଡି ଓ୍ବାଇ ପାଟିଲ୍ ଷ୍ଡାଡିୟମ ଓ ବ୍ରାବୋର୍ଣ୍ଣ ଷ୍ଡାଡିୟମ ଖେଳାଯିବ ସମସ୍ତ ମ୍ୟାଚ । ମ୍ୟାଚ୍ ସନ୍ଧ୍ୟା ସାଢ଼େ ୭ରୁ ଆରମ୍ଭ ହେବ । ମହିଳା କ୍ରିକେଟକୁ ଆଗେଇ ନେବା ଓ ଯୁବ ପ୍ରତିଭା ଅନ୍ବେଷଣ ପାଇଁ ଆରମ୍ଭ ହୋଇଛି ଭାରତୀୟ ମହିଳା କ୍ରିକେଟ୍ ଲିଗ୍, WIPL । ପୁରୁଷ କ୍ରିକେଟ ଲିଗ୍‌ IPL ଭଳି ମହିଳା କ୍ରିକେଟ ଲିଗ୍‌ WIPL ମଧ୍ୟ ଲୋକପ୍ରିୟ ହେବ ବୋଲି ଆଶା ରଖିଛନ୍ତି କ୍ରୀଡ଼ାପ୍ରେମୀ ।...
Published by:Soumya Das
First published: