News18 Odia Digital
କଟକ: ବାରବାଟୀରେ ପରାଜୟ ବରଣ କଲା ଟିମ ଇଣ୍ଡିଆ । ଦଳର ଏହି ନୈରାଶ୍ୟ ଜନକ ପ୍ରଦର୍ଶନ ଷ୍ଟାଡିୟମରେ ବସି ଖେଳ ଦେଖୁଥିବା ଦର୍ଶକଙ୍କ ନିରାଶ କରିଥିଲା ସତ କିନ୍ତୁ ବିବ୍ରତ କରି ପାରିନଥିଲା । କାରଣ ଖେଳ ଦେଖୁଥିବା ଦର୍ଶକଙ୍କ କ୍ରିକେଟ ପ୍ରତି ଥିବା ଆଗ୍ରହ ପାଇଁ କି ହିଁ ଏପରି ହୋଇଥିଲା । ଫଳସ୍ବରୂପ ଦକ୍ଷିଣ ଆଫ୍ରିକା ଦଳର ଖେଳାଳିଙ୍କ ଦ୍ବାରା ଉତ୍ତମ ପ୍ରଦର୍ଶନ ସମୟରେ କରତାଳିରେ ଗୁଞ୍ଜରିତ ହେଉଥିବା ବାରବାଟୀ ଷ୍ଟାଡିୟମ ।
ଓଡ଼ିଶାର କ୍ରିକେଟ ଫ୍ୟାନ ମାନଙ୍କ ମଧ୍ୟରେ ଥିବା ଏହି କ୍ରୀଡ଼ା ଭାବନାକୁ କ୍ରିକେଟ ସମୀକ୍ଷକମାନେ ସ୍ବାଗତ କରିଥିବୋ ବେଳେ ବିସିସିଆଇ ବାରବାଟୀକୁ ଅଧିକରୁ ଅଧିକ ମ୍ୟାଚ ଦେବା ଦାରକାର ବୋଲି ମଧ୍ୟ ମତବ୍ୟକ୍ତ କରିଥିଲେ ।
"ଓଡ଼ିଶା ଦର୍ଶକଙ୍କ କ୍ରିକେଟ ପ୍ରତି ବହୁତ ଭଲ ପାଇବା ରହିଛି । ଆପଣ ଦେଖିଥିବେ ଯେତେ ବେଳେ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଭଲ ଫିଲ୍ଡିଂ କରୁଥିଲେ, ସେତେ ବେଳେ ଷ୍ଟାଡିୟମରେ ବସିଥିବ ଆମ ଦର୍ଶକମାନେ କରତାଳି ଦେଇ ସେମାନଙ୍କୁ ପ୍ରେତ୍ସାହିତ କରୁଥିଲେ। ଏପରି ବହୁତ କମ ସ୍ଥାନରେ ଦେଖାଯାଇଥାଏ। ଭାବୁଛି ବିସିସିଆଇ ସଭାପତି ଏସବୁକୁ ଅନୁଧ୍ୟାନ କରିଥିବେ," କହିଛନ୍ତି କ୍ରିକେଟ ଏକ୍ସପଟ ପଓ୍ବନ ଅଗ୍ରଓ୍ବାଲ ।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଶେଷ ହୋଇଥିବା ଏହି ମ୍ୟାଚର ସଫଳ ଆୟୋଜନ ଭବିଷ୍ଯତରେ ବାରବାଟୀକୁ ଅଧକ ସଂଖ୍ୟକ ମ୍ୟାଚ ମିଳିବା ନେଇ ପଥ ପରିଷ୍କାର କରିଛି । ବିଶେଷ କରି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଓସିଏ ତଥା ଉପସ୍ଥିତିରେ ମ୍ୟାଚଟି ସୁଚାରୁ ରୂପେ ସମ୍ପାଦନ ହେବା ପରେ ଏନେଇ ଅଧିକ ଆଶା ବାନ୍ଧିଛି ଓସିଏ । ଏହି କ୍ରମରେ ଆସନ୍ତାବର୍ଷ ଭାରତରେ ବିଶ୍ବକପ ଆୟୋଜନ ହେବାକୁ ଥିବା ବେଳେ ବିଶ୍ବକପର କିଛି ମ୍ୟାଚଗୁଡ଼ିକ ବାରବାଟୀ ଷ୍ଟାଡିୟମକୁ ପ୍ରଦାନ ପାଇଁ ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା ହୋଇଥିବା ଜଣା ପଡ଼ିଛି । ଏହା ସହ ଖୁବ ଶୀଘ୍ର ବାରବାଟୀ ତାର ଟେଷ୍ଟ ଭେନ୍ୟୁର ମାନ୍ୟତା ଫେରିପାରିବ ବୋଲି ମଧ୍ୟ ବିସିସିଆଇ ଗ୍ରିନ ସିଗନାଲ ଦେଇଥିବା ଓସିଏ ପକ୍ଷରୁ କୁହାଯାଇଛି ।
"ମ୍ୟାଚ ଦେଖିବା ଅବସରରେ ଷ୍ଟାଡିୟମରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି। ବାରବାଟୀ ଷ୍ଟାଡିୟମର ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି କହିଛନ୍ତି । ସୌରଭ ଗାଙ୍ଗୁଲି ମଧ୍ୟ ଏଥିପାଇଁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ ଆମର ଆଶା ଯେ ଆସନ୍ତାବର୍ଷ ଭାରତରେ ବିଶ୍ବକପ ଆୟୋଜନ ହେବାକୁ ଥିବା ବେଳେ ବିଶ୍ବକପର କିଛି ମ୍ୟାଚଗୁଡ଼ିକ ବାରବାଟୀ ଷ୍ଟାଡିୟମକୁ ମିଳିବ," କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।