ରାଜ୍ୟ ସ୍ତରୀୟ ଖୋ ଖୋ ଚମ୍ପିୟାନସିପ ଆସନ୍ତା ୧୩ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ

ସର୍କିଟ ହାଉସରେ ହୋଇଥିବା ବୈଠକରେ ରାଜ୍ୟ ସ୍ତରୀୟ ଖୋ ଖୋ ଚମ୍ପିୟାନସିପକୁ ଭବ୍ୟ, ସୁନ୍ଦର ଓ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ରାଜ୍ୟ ସ୍ତରୀୟ ଖୋ ଖୋ ଚମ୍ପିୟାନସିପ ଆସନ୍ତା ୧୩ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ

ରାଜ୍ୟ ସ୍ତରୀୟ ଖୋ ଖୋ ଚମ୍ପିୟାନସିପ ଆସନ୍ତା ୧୩ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ୫୫ ତମ ସିନିୟର ବର୍ଗର ଖୋ ଖୋ ଚମ୍ପିୟାନସିପ ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବ । ଓଡ଼ିଶାର ଜଗରନଟ୍ସ ଖୋ ଖୋ ଦଳ ଚଳିତ ବର୍ଷ ଅଗଷ୍ଟରେ ପୁନେରେ ଅନୁଷ୍ଠିତ ପ୍ରତିଯୋଗିତାରେ ଚମ୍ପିୟାନ ହୋଇଥିଲା । ତେଣୁ ଖୋ ଖୋ ଖେଳକୁ ରାଜ୍ୟରେ ଅଧିକ ଲୋକ ପ୍ରିୟ କରିବା ଲକ୍ଷ୍ୟରେ ଏହି ଆୟୋଜନ କରାଯାଇଛି । "ସର୍କିଟ ହାଉସରେ ହୋଇଥିବା ବୈଠକରେ ରାଜ୍ୟ ସ୍ତରୀୟ ଖୋ ଖୋ ଚମ୍ପିୟାନସିପକୁ ଭବ୍ୟ, ସୁନ୍ଦର ଓ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରତିଯୋଗୀମାନେ ବିଭିନ୍ନ ଜିଲ୍ଲାର ଆସୁଥିବାରୁ ସେମାନଙ୍କ ରହଣୀ ଓ ଅଧିକାରୀ, ସହଯୋଗୀମାନଙ୍କ ରହଣୀ ବ୍ୟବସ୍ଥା ବୃନ୍ଦାବତୀ ନିବାସରେ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ କହିଛନ୍ତି ।

"ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର କହିଛନ୍ତି, ରାଜ୍ୟର କ୍ରିଡା ଭିତ୍ତିଭୂମୀର ବିକାଶ ସହ ଖେଳାଳୀମାନଙ୍କୁ ସହଯୋଗ ଓ ନିଯୁକ୍ତି ସୁଯୋଗ ମଧ୍ୟ ମିଳୁଛି । ତେଣୁ କ୍ରିଡା ପ୍ରତି ପିଲାମାନେ ଆକୃଷ୍ଟ ହେବାକୁ ମତ ଦେଇ ଥିଲେ"। ପୁରୀ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ କହିଛନ୍ତି, "ଜିଲ୍ଲାରେ କ୍ରିଡାକୁ ଆଗକୁ ନେବାକୁ ପଦକ୍ଷେପ ନିଆଯିବା ସହ ଏକାଧିକ ପ୍ରତିଯୋଗୀତା ଆୟୋଜନ କରାଯାଇ ଶ୍ରେଷ୍ଠ କ୍ରିଡାବିତ ସୃଷ୍ଟି ନେଇ ଲକ୍ଷ୍ୟ ରଖିଛୁ ।

ଖୋ ଖୋ ସଂଘର ରାଜ୍ୟ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ବିସ୍ତୃତ ସୂଚନା ଦେଇ ଖୋ ଖୋ ଖେଳ ଆୟୋଜନର ରୂପରେଖ ସମ୍ପର୍କରେ ମତ ଦେଇଥିଲେ । ଏହି ପ୍ରତିଯୋଗିତା ଜିଲ୍ଲା ହାଇସ୍କୁଲ ଠାରେ ନଭେମ୍ବର ୧୩ ତାରିଖ ଅପରାହ୍ନ ୫.୩୦ ମିନିଟ ସମୟରେ ଉଦଘାଟିତ ହେବ ଓ ୧୫ ତାରିଖ ସଂଧ୍ୟା ୭ଟା ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲା ସହ, କିଟ ବିଶ୍ୱବିଦ୍ୟାଳୟ ଓ ପୁରୀ ଖୋ ଖୋ ସ୍ପୋଟ୍ସ ହଷ୍ଟେଲ ଅଂଶଗ୍ରହଣ କରିବେ । ଉଭୟ ପୁରୁଷ ଓ ମହିଳା ଦଳ ଏଥିରେ ପ୍ରତିନିଧିତ୍ଵ କରିବେ ।

ଜିଲ୍ଲା ହାଇସ୍କୁଲର ତିନୋଟି କୋର୍ଟରେ ମ୍ୟାଟ୍ ମାଧ୍ୟମରେ ଏହି ଖେଳ ହେବ । ଏହି ପ୍ରତିଯୋଗିତାରୁ ମିଳୁଥିବା ଶ୍ରେଷ୍ଠ ଖେଳାଳୀଙ୍କ ଦଳ ଚଳିତ ମାସ ୨୦-୨୪ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରଠାରେ ଅନୁଷ୍ଠିତ ହେବାକୁ ଥିବା ୫୫ ତମ ଜାତୀୟ ଖୋ ଖୋ ଚମ୍ପିୟାନସିପରେ ଅଂଶଗ୍ରହଣ କରିବେ । ଉଭୟ ପୁରୁଷ ଓ ମହିଳା ଚମ୍ପିୟାନ ଦଳକୁ ୧୦ ହଜାର ଟଙ୍କା, ରନରସ୍ ଅପ ଦଳକୁ ୭ ହଜାର ଟଙ୍କା, ୩ୟ ଓ ୪ର୍ଥ ଦଳକୁ ୫ ହଜାର ଟଙ୍କା ଲେଖାଏଁ ଓ ୩ ଜଣ ଶ୍ରେଷ୍ଠ ଖେଳାଳୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ପୁରସ୍କାର ଓ ଟ୍ରଫି ଦିଆଯିବ ବୋଲି ସୂଚନା ଦେଇଛନ୍ତି ।ଏହି ଅବସରରେ ଚମ୍ପିୟାନସିପର ଜର୍ସିକୁ ଉନ୍ମୋଚନ କରାଯାଇଥିଲା ।
Published by:Soubhagya Mishra
First published: