ଆସନ୍ତା ୧୦ରୁ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟ ଆରମ୍ଭ; ହୋଷ୍ଟ କରିବ OCA

ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ବିସିସିଆଇ ଦ୍ବାରା ଆୟୋଜିତ ରଣଜୀ ଟ୍ରଫି ମେଗା ଘରୋଇ ଟୁର୍ଣ୍ଣାମେଣ୍ଟ । ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ଓଡ଼ିଶା କ୍ରିକେଟ ଆସୋସିଏସନକୁ ଏହି ଟୁର୍ଣ୍ଣାମେଣ୍ଟକୁ ହୋଷ୍ଟ କରିବା ପାଇଁ ସୁଯୋଗ ମିଳିଛି ।

ଆସନ୍ତା ୧୦ରୁ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ (ପ୍ରତୀକାତ୍ମକ ଛବି)

ଆସନ୍ତା ୧୦ରୁ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ବିସିସିଆଇ ଦ୍ବାରା ଆୟୋଜିତ ରଣଜୀ ଟ୍ରଫି ମେଗା ଘରୋଇ ଟୁର୍ଣ୍ଣାମେଣ୍ଟ । ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ଓଡ଼ିଶା କ୍ରିକେଟ ଆସୋସିଏସନକୁ ଏହି ଟୁର୍ଣ୍ଣାମେଣ୍ଟକୁ ହୋଷ୍ଟ କରିବା ପାଇଁ ସୁଯୋଗ ମିଳିଛି ।

ପ୍ରଥମ ପର୍ଯ୍ୟାୟର ପ୍ରତିଯୋଗିତା ଆସନ୍ତା ୧୦ ତାରିଖରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥାତ ଆଇପିଏଲ ପରେ ମେ' ମାସ ୩୦ ତାରିଖରୁ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

ରଣଜୀ ସିଜନ୍ ପାଇଁ ଓଡ଼ିଶା ଟିମ୍ ତାର ଅଭ୍ୟାସ ଆରମ୍ଭ କରିଛି । ଏଥିପାଇଁ ବାରବାଟୀ ଷ୍ଟାଡିୟମରେ ସ୍ବତନ୍ତ୍ର କ୍ୟାମ୍ପର ଆୟୋଜନ କରାଯାଇଛି । ଓଡିଶା ଟିମରେ ୨୮ ଜଣ ସଦସ୍ୟ ଥିବା ବେଳେ ଏହି କ୍ୟାମ୍ପ ପରେ ସେମାନଙ୍କ ମଧ୍ୟରୁ ରଣଜୀ ଟ୍ରଫି ପାଇଁ ଟିମ୍ ସିଲେକ୍ସନ କରାଯିବ ।

ଓସିଏ ଏଲିଟ୍ ଗୃପ-ବି' ର ସମସ୍ତ ମ୍ୟାଚଗୁଡ଼ିକୁ ପରିଚାଳନା କରିବ । ଏହି ଗ୍ରୁପରେ ରହିଛି ବେଙ୍ଗଲ, ବରୋଦା, ହାଇଦ୍ରାବାଦ ଓ ଚଣ୍ଡିଗଡ଼ ଟିମ୍  । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଓଡ଼ିଶାରେ ଦୁଇଟି ଭେନ୍ୟୁ କରାଯିବ । ବାରବାଟୀ ଷ୍ଟାଡିୟମ୍ ପ୍ରଥମ ଭେନ୍ୟୁ ଭାବେ ସ୍ଥିରୀକୃତ ହୋଇଥିବା ବେଳେ ଭୁବନେଶ୍ବର ସ୍ଥିତ "ବିକାଶ" କ୍ରିକେଟ ଗ୍ରାଉଣ୍ଡକୁ ଦ୍ବିତୀୟ ଭେନ୍ୟୁ କରିବା ପାଇଁ ନିଷ୍ପତ୍ତି ନେଇଛି  ଓସିଏ । ଏଲିଟ୍ ଗ୍ରୁପ-ବି' ରେ ସାମିଲ ହୋଇଥିବା ଟିମଗୁଡ଼ିକ ଆସନ୍ତା ଚାରି ପାଞ୍ଚ ଦିନ ମଧ୍ୟରେ ଓଡ଼ିଶାରେ ପହଁଚିବେ । ସେହି ଟିମ ଓ ତାଙ୍କ ସପୋର୍ଟ ଷ୍ଟାଫମାନଙ୍କ ପାଇଁ ଭୁବନେଶ୍ବର ବିଭିନ୍ନ ହୋଟେଲରେ ବ୍ୟବସ୍ଥା କରିବାକୁ ଯାଉଛି ବିସିସିଆଇ ।

ସେହିପରି ରଣଜୀ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦଳ ଏଲିଟ୍ -ଗ୍ରୁପ ଡି' ରେ ସାମିଲ ହୋଇଛି । ଏହି ଏଲିଟ୍ -ଗ୍ରୁପ ଡି' ରେ  ଓଡ଼ିଶା ସହ ସୌରାଷ୍ଟ, ମୁମ୍ବାଇ ଓ ଗୋଆ ସାମିଲ ଅଛନ୍ତି । ଏହି ଗ୍ରୁପ ପାଇଁ ଅହମଦାବାଦକୁ ଭେନ୍ୟୁ ଭାବେ ସ୍ଥିର କରିଛି ବିସିସିଆଇ ।

"ବହୁତ ଦିନ ପରେ ଓଡ଼ିଶାକୁ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟକୁ ହୋଷ୍ଟ କରିବା ପାଇଁ ବିସିସିଆଇ ସୁଯୋଗ ଦେଇଛି । ଏଥିପାଇଁ ଆମେ ବିସିସିଆଇକୁ କୃତଜ୍ଞତା ଜ୍ଞାପନ କରୁଛୁ । ରଣଜୀ ଟ୍ରଫି ପାଇଁ ଆମ ଟିମର କ୍ୟାମ୍ପ ବି ଆରମ୍ଭ ହୋଇଯାଇଛି । ଖୁବ ଶୀଘ୍ର ରଣଜୀ ଟ୍ରଫି ପାଇଁ ଓଡ଼ିଶା ଟିମ୍ ଘୋଷଣା କରାଯିବ," କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।
Published by:Soumya Das
First published: