Dream 11ରେ ଜିତିଲେ ଦିନ ମଜୁରିଆଙ୍କ ପୁଅ: ବନିଲେ ତୃତୀୟ କୋଟିପତି !

ଡ୍ରିମ୍ 11ରେ ଏକ କୋଟି ଟଙ୍କା ଜିତିବା ପରେ ରାଜୁ ସାହନି କହିଛନ୍ତି ଯେ, ମ୍ୟାଚ୍ ଲଗାଇବା ଏକ ବୁଦ୍ଧିର ଖେଳ । ଏହା ସହ ସେ କହିଛନ୍ତି ଯେ ଏକ ଭଲ ଦଳ ଗଠନ କରିବାର ଫଳାଫଳ ଆଜି ସାମ୍ନାକୁ ମଧ୍ୟ ଆସିଛି।

Dream 11ରେ ଜିତିଲେ ଦିନ ମଜୁରିଆଙ୍କ ପୁଅ: ବନିଲେ ତୃତୀୟ କୋଟିପତି !

Dream 11ରେ ଜିତିଲେ ଦିନ ମଜୁରିଆଙ୍କ ପୁଅ: ବନିଲେ ତୃତୀୟ କୋଟିପତି !

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ମଧୁବଣୀ ଜିଲ୍ଲା ମଧବାପୁର ବ୍ଲକର ସାହାରଘାଟ ଅଞ୍ଚଳର କୁଶେଶ୍ୱର ସାହାଣୀଙ୍କ ପୁଅ ରାଜୁ ସାହାଣୀ ଡ୍ରିମ ୧୧ (dream 11) ରେ ଏକ କୋଟି ଟଙ୍କା ଜିତି ରାତାରାତି କୋଟିପତି ହୋଇଛନ୍ତି । ଏହା ସହିତ ସେ ତୃତୀୟ ବ୍ୟକ୍ତି ଭାବେ ଡ୍ରିମ୍ ୧୧ ରେ ୧ କୋଟି ଟଙ୍କା ଜିତିଛନ୍ତି । ବିଜୟ ପରେ ତାଙ୍କ ଭାଇମାନେ ତାଙ୍କୁ କୋଟିପତି ହେବା ଖୁସିରେ ମିଠା (sweet) ଖାଇବାକୁ ଦେଇ ଖୁସି ବ୍ୟକ୍ତ କରିଥିଲେ । ଏହା ସହିତ ତାଙ୍କୁ ଶୁଭେଚ୍ଛା ଜଣାଇବା ଘରେ ଭିଡ ମଧ୍ୟ ଜମିଛି।

ରାଜୁ ସାହାଣୀ ବହୁ ବର୍ଷର ଉଦ୍ୟମ ପରେ ଡ୍ରିମ୍ ୧୧ ରେ ୧ କୋଟି ଜିତିବାରେ ସଫଳ (success) ହୋଇଥିଲେ। ତେବେ ମାର୍ଚ୍ଚ ୮, ୨୦୨୩ ରେ ଚେନ୍ନାଇ ଏବଂ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ମ୍ୟାଚ (match)ରେ ମୁମ୍ବାଇର ବିଜୟରେ ରାଜୁ ସାହାଣୀ ୧ କୋଟି ଟଙ୍କା ପୁରସ୍କାର ଜିତିଥିଲେ। ବେଙ୍ଗାଲୁରୁରେ ରାଜୁ ସାହାଣୀ (raju sahani)ଙ୍କ ସହକର୍ମୀ ଏବଂ ଉତ୍ତରପ୍ରଦେଶର ରୁମମେଟ ରାଜା ମେହେତା କହିବା ଅନୁଯାଇ ରାଜୁ ସବୁବେଳେ ଡ୍ରିମ୍ ୧୧ ର ଖେଳ ଉପରେ ଟଙ୍କା ଲଗାଉଥିଲେ। ଏଥର ମଧ୍ୟ ସେ ମ୍ୟାଚରେ ଟଙ୍କା ଲଗାଇଥିଲେ ଏବଂ ଜିତିବା ପରେ ସେ ମୋତେ ପ୍ରଥମେ କହିଥିଲେ । ଏହା ପରେ ସେ ପରିବାର ସଦସ୍ୟଙ୍କୁ ମଧ୍ୟ ଏ ବିଷୟରେ ଜଣାଇଥିଲେ।

ଡ୍ରିମ ୧୧ ରେ ପୁଞ୍ଜି ନିବେଶ କରିବା ବୁଦ୍ଧିମତାର କାମ ବୋଲି ରାଜୁ ପ୍ରକାଶ କରିଛନ୍ତି । ଜିତିଥିବା ୧ କୋଟି ଟଙ୍କାରୁ ଟାକ୍ସ (tax) ଦେବା ପରେ ୭୦ ଲକ୍ଷ ତାଙ୍କ ଆକାଉଣ୍ଟ ଆସିଯାଇଛି ବୋଲି ସେ ପରିପ୍ରକାଶ କରିଛନ୍ତି ।
କୋଟିପତି ରାଜୁ ସାହାଣୀଙ୍କ ନିଜର ପ୍ରାରମ୍ଭିକ ଶିକ୍ଷା କେବଳ ମଧୁବନୀରେ କରିଥିଲେ। ପରେ ସ୍ନାତକୋତ୍ତର ଶେଷ କରି ରାଜୁ ବାଙ୍ଗାଲୋରର କୋଟାକ୍ ମହିନ୍ଦ୍ରାରେ ଆଇଟି ଇଞ୍ଜିନିୟର (ନେଟୱାର୍କିଂ) ଭାବରେ କାର୍ଯ୍ୟ କରୁଥିଲେ । ଏବଂ ସେହି ସମୟରେ ତାଙ୍କ ପିତାମାତା ଦିନ ମଜୁରିଆ ଭାବରେ ପଞ୍ଜାବରେ କାର୍ଯ୍ୟ କରୁଥିଲେ।

ଅଭିନନ୍ଦନ ଜଣାଇବା ପାଇଁ ଲାଗିଥିଲା ଭିଡ

ରାଜୁଙ୍କ ସହ ତାଙ୍କ ମଧୁବାଣୀ ସ୍ଥିତ ଘରେ ଦୁଇ ଭାଇ, ପତ୍ନୀ ଏବଂ ପିଲାମାନେ ରୁହନ୍ତି । ରାଜୁ ସାହାଣୀ ୧ କୋଟି ଜିତିବା ପରେ, ମଧୁବାଣୀରେ ଥିବା ତାଙ୍କ ଭାଇମାନେ ପରସ୍ପରଙ୍କୁ ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି । ରାଜୁ ୧ କୋଟି ଜିତିବା କଥାଟି ସମଗ୍ର ଅଞ୍ଚଳରେ ବ୍ୟାପିଯାଇଥିଲା । ଫଳରେ ରବିବାର ସକାଳେ ତାଙ୍କ ଗାଁ ଘରେ ଅଭିନନ୍ଦନ ଜଣାଇବା ପାଇଁ ଭିଡ ଜମିଥିଲା। ଜିଲ୍ଲାର ୩ ଜଣ ଲୋକ 1-1 କୋଟି ଟଙ୍କା ଜିତିଥିଲେ
ଏହା ପୂର୍ବରୁ ମଧ୍ୟ ମଧୁବାଣୀ ଜିଲ୍ଲାର ଅଶୋକ ଠାକୁର 25 ସେପ୍ଟେମ୍ବର 2022 ରେ ଆଇପିଏଲ୍ ମ୍ୟାଚ୍ ରେ 1 କୋଟି ଟଙ୍କା ଜିତିଥିଲେ ଏବଂ ଅନ୍ୟ ଜଣେ ଯୁବକ ସାନୁ କୁମାର ମଧ୍ୟ ଅଷ୍ଟ୍ରେଲିଆର ବିଗ୍ ବାସ୍ ଲିଗ୍ ରେ ଡ୍ରିମ୍ 11 ରେ ଏକ ଦଳ ଗଠନ କରିଥିଲେ। ଏହା ସହିତ ଗତ ଫେବୃଆରୀ 2023ରେ ଜିଲ୍ଲାର 3 ଜଣ ଲୋକ 1 କୋଟି ଟଙ୍କା ଜିତିବାର ସୂଚନା ମଧ୍ୟ ରହିଛି I

ଏହି ଖବର ପଢ଼ନ୍ତୁ -  Sholay film Styleରେ ଆକ୍ସନ ଦେଖାଇଲେ ପ୍ରେମିକ: ଗ୍ରାମବାସୀ ନାକେଦମ !
Published by:Soubhagya Mishra
First published: