News18 Odia Digital
ଭୁବନେଶ୍ୱର: ନୟାପଲ୍ଲୀ ଓଭରବ୍ରିଜ ନିକଟରେ ଅଟକି ରହିଲା ଫ୍ରାନ୍ସ ହକି ଟିମ (France Hockey Team)। ଟ୍ରାଫିକ ସମସ୍ୟା ପାଇଁ ପ୍ରାୟ ଅଧଘଣ୍ଟା ଧରି ରାସ୍ତା ଉପରେ ଅଟକି ରହିଥିଲା ଖେଳାଳିଙ୍କ ବସ । ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ ଏଭଳି ଘଟିଥିବା ନେଇ ସୂଚନା ମିଳିଛି ।
କଳିଙ୍ଗ ଷ୍ଟାଡିଅମରୁ ଅଭ୍ୟାସ ସାରି ପାତ୍ରପଡାରେ ଥିବା welcome ହୋଟେଲକୁ ବସରେ ଯାଉଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା । ବସ ଆଗରେ ପୋଲିସର ପାଇଲଟିଙ୍ଗ ଗାଡି ଥିଲା । ଏହା ସତ୍ତ୍ୱେ ବସ ରାସ୍ତା ଉପରେ ଛିଡା ହୋଇରହିଥିଲା । କେବଳ ଖେଳାଳିଙ୍କ ବସ ନୁହେଁ ସେହି ସମୟରେ ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିବା ଦେଖିବାକୁ ମିଳିଥିଲା ।
https://odia.news18.com/news/sport/hockey-world-cup-food-menu-for-foreign-player-in-odisha-3ssd-10012023-ssd-147079.htmlଅନ୍ୟପଟେ ଆଜି ହକି ବିଶ୍ୱକପ (Traffic Management for Hockey World Cup) ପାଇଁ ନୂଆ ତରିକାରେ ଟ୍ରାଫିକ କଣ୍ଟ୍ରୋଲ କରିବା ନେଇ ସୂଚନା ଦେଇଛି କମିଶନରେଟ ପୋଲିସ । ଗୋଟିଏ ଛାତ ତଳୁ ପୁରା ଭୁବନେଶ୍ୱରର ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବ ପୋଲିସ । ଏଥି ପାଇଁ ରାଜଧାନୀରେ ୧୪୭ଟି ସ୍ଥାନରେ ୫୫୨ଟି ସିସିଟିଭି ଲାଗିଛି । କମିଶନରେଟ ପୋଲିସ (Commissionarate police)କାର୍ଯ୍ୟଳୟରୁ ଟ୍ରାଫିକ ବ୍ୟବସ୍ଥା କଣ୍ଟ୍ରୋଲ କରାଯିବା ନେଇ ବ୍ୟବସ୍ଥା କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।