Hockey World Cup: ଅନ୍ତ ହେଲା ପ୍ରତୀକ୍ଷା; ଆରମ୍ଭ ହେଲା ହକି ବିଶ୍ୱ କପ ଉଦଘାଟନୀ ଉତ୍ସବ

Hockey World Cup: ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । କଟକ ବାରବାଟୀ ଷ୍ଟାଡ଼ୟମରେ ଆରମ୍ଭ ହେଲା ହକି ବିଶ୍ୱ କପ ଉଦଘାଟନୀ ଉତ୍ସବ।

ଆରମ୍ଭ ହେଲା ହକି ବିଶ୍ୱ କପ ଉଦଘାଟନୀ ଉତ୍ସବ

ଆରମ୍ଭ ହେଲା ହକି ବିଶ୍ୱ କପ ଉଦଘାଟନୀ ଉତ୍ସବ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆରମ୍ଭ ହେଲା ହକି ବିଶ୍ୱ କପ ଉଦଘାଟନୀ ଉତ୍ସବ (Hockey World Cup)। କଟକ ବାରବାଟୀ ଷ୍ଟାଡ଼ୟମ (Barabati Stadium)ରେ ଉଦଘାଟନୀ ଉତ୍ସବ ଆରମ୍ଭ ହୋଇଛି। ଉଦଘାଟନୀ ଉତ୍ସବ ପୂର୍ବରୁ ବିଶିଷ୍ଟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି ।

ମଞ୍ଚ ଉପରେ ଉପସ୍ଥିତ ପ୍ରମୁଖ ବ୍ୟକ୍ତିବିଶେଷ ଦ୍ୱୀପ ପ୍ରଜ୍ୱଳନ କରି ହକି ବିଶ୍ୱ କପ ଉଦଘାଟନୀ ଉତ୍ସବ ଆରମ୍ଭ କରିିବାକୁ ଯାଉଛନ୍ତି । ଗ୍ରାଣ୍ଡ ସ୍ୱାଗତ ପରେ ହକି ବିଶ୍ୱ କପ ସଙ୍ଗୀତ ପରିବେଶଷଣ କରାଯିବ । ପରେ ଜାଇଲୋବ୍ୟାଣ୍ଡ ନିଜର ପ୍ରଦର୍ଶନ ଦେଖାଇବେ । ସମ୍ମାନିତ ଅତିଥିଙ୍କ ଭାଷଣ ଓ ଆତସବାଜି ସୋ ପରେ ଆରମ୍ଭ ହେବ ବଲିଉଡ ଜଲୱା ।

https://odia.news18.com/news/sport/cuttack-will-witness-the-latest-drone-show-for-the-first-time-3ssd-11012023-ssd-147343.html

ହକି ବିଶ୍ୱ କପର ମୁଖ୍ୟ ଆକର୍ଷଣ ବ୍ଲାକ ସ୍ୱାନ ଗୀତ (Black Swan) ଓ ନୃତ୍ୟ ପରିବେଷଣ କରିବେ। ବଲିଉଡ ଅଭିନେତ୍ରୀ ଦିଶା ପଟାନୀ (Disha Patani) ମଞ୍ଚ ଉପରେ ଦେଖାଇବେ ନିଜର ଯାଦୁ । ପରେ ବାରବାଟୀ ଷ୍ଟାଡିୟମର ପାରା ବଢ଼ିବାକୁ ମଞ୍ଚରେ ଉପସ୍ଥିତ ରହିବେ ପ୍ରୀତମ, ନୀତି ମୋହନ, ବେନି ଦୟାଲ।

ସବୁଠୁ ଵିଶେଷ କଥା ହେଉଛି ପ୍ରଥମ ଥର ପାଇଁ କଟକ(Cuttack)ରେ ଅତ୍ୟାଧୁନିକ ଡ୍ରୋନ ଶୋ (Drone Show) ହେବ। କଟକ ଆକାଶରେ ଏକା ସହ ୫ ଶହ ଡ୍ରୋନ୍ ଉଡ଼ିବା ସହ ଚିକମିକ୍ ଆଲୁଅରେ ହକି ବିଶ୍ବକପ୍ ସମ୍ବନ୍ଧୀୟ ଚିତ୍ର ପ୍ରଦର୍ଶନ କରାଯିବ। ବାରବାଟୀରେ ରାଜ୍ୟ କ୍ରୀଡ଼ା ବିଭାଗର ପ୍ରତ୍ୟକ୍ଷ ତତ୍ବାବଧାନରେ ଉଦଘାଟନୀ ଉତ୍ସବ ଲାଗି ଏକ ଅତ୍ୟାଧୁନିକ ମଞ୍ଚ ପ୍ରସ୍ତୁତ କରାଯାଇଛି।

https://odia.news18.com/news/sport/barbaati-stadium-will-rock-on-bollywood-star-night-in-hockey-world-cup-3ssd-11012023-ssd-147351.html

ଏସବୁ ପରେ ବଲିଉଡ ଅଭିନେତା ରଣବୀର ସିଂହ ନିଜ ଅନ୍ଦାଜରେ ଦର୍ଶକଙ୍କୁ କରିବେ ବିମୋହିତ। ନକାଶ ଅଜିଜଙ୍କ ସଙ୍ଗୀତ ହକିପ୍ରେମୀଙ୍କ ଭିତରେ ଆଣିଦେବ ଉତ୍ସାହ ଓ ଉନ୍ମାଦନା। ପରେ ଚୁଲବୁଲି ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତ ରାୟଙ୍କ ନୃତ୍ୟ ସାଙ୍ଗକୁ ଠୁମକା ବାରବାଟୀ କମ୍ପେଇବ। ଓଡ଼ିଆ ସିଙ୍ଗର ଅନନ୍ୟା ଶ୍ରୀତମ ନନ୍ଦଙ୍କ ସଙ୍ଗୀତଙ୍କ ଝଲକ ମଧ୍ୟ ଉପଭୋଗ କରିବେ ଦର୍ଶକ।
Published by:Soumya Das
First published: