ଯୁବ ଆଥଲେଟମାନଙ୍କୁ ୨ କୋଟିର ସ୍ପୋର୍ଟସ ସ୍କଲାରସିପ ଦେବ ଓଡିଏମ ଗ୍ରୁପ

କ୍ରୀଡ଼ା ପ୍ରତିଭାଙ୍କୁ ମିଳିବ କ୍ରୀଡ଼ା ସ୍କଲାରସିପ। କ୍ରୀଡ଼ା ପ୍ରଶିକ୍ଷଣ ସହ ନିଶୁଳ୍କ ପାଠପଢ଼ା ପାଇଁ ମିଳିବ ସୁବିଧା ସୁଯୋଗ। ଭୁବନେଶ୍ୱର ଓଡିଏମ ଗ୍ଲୋବାଲ ସ୍କୁଲ ପକ୍ଷରୁ ଏହି କ୍ରୀଡା ସ୍କଲାରସିପ ଘୋଷଣା କରାଯାଇଛି।

୨ କୋଟିର ସ୍ପୋର୍ଟସ ସ୍କଲାରସିପ ଦେବ ଓଡିଏମ ଗ୍ରୁପ (ପ୍ରତୀକାତ୍ମକ ଛବି)

୨ କୋଟିର ସ୍ପୋର୍ଟସ ସ୍କଲାରସିପ ଦେବ ଓଡିଏମ ଗ୍ରୁପ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କ୍ରୀଡ଼ା ପ୍ରତିଭାଙ୍କୁ ମିଳିବ କ୍ରୀଡ଼ା ସ୍କଲାରସିପ। କ୍ରୀଡ଼ା ପ୍ରଶିକ୍ଷଣ ସହ ନିଶୁଳ୍କ ପାଠପଢ଼ା ପାଇଁ ମିଳିବ ସୁବିଧା ସୁଯୋଗ। ଭୁବନେଶ୍ୱର ଓଡିଏମ ଗ୍ଲୋବାଲ ସ୍କୁଲ ପକ୍ଷରୁ ଏହି କ୍ରୀଡା ସ୍କଲାରସିପ ଘୋଷଣା କରାଯାଇଛି। ଓଡିଏମ ଏଜୁକେସନାଲ  ଗ୍ରୁପର ମୁଖ୍ୟ କାର୍ଯ୍ୟକାରିଣୀ ଆସନ୍ତା ପାଞ୍ଚ ବର୍ଷ ପାଇଁ ୨ କୋଟି ଟଙ୍କାର ଏକ କ୍ରୀଡା ସ୍କଲାରସିପ ପାଣ୍ଠି ଆରମ୍ଭ କରିବାକୁ ଘୋଷଣା କରିଛନ୍ତି।

ଆଥଲେଟମାନେ ସେମାନଙ୍କର ଖେଳ ପ୍ରତିଭା ଆଧାର କରି ମନୋନୀତ ହେବେ। ଭୁବନେଶ୍ୱର ଭିତ୍ତିକ ଏ.ଏଫ.ଏ ବା ଆର୍ଡୋର ଫୁଟବଲ ଏକାଡେମୀ, ଏନ. ବି.ଏ ବାସ୍କେଟ ବଲ ଏକାଡେମୀ, ରୋହିତ ଶର୍ମା କ୍ରିକେଟ ଏକାଡେମୀ ଓ ମହେଶ ଭୂପତି ଟେନିସ ଏକାଡେମୀ ପରି ପ୍ରଖ୍ୟାତ କ୍ରୀଡା ସଂସ୍ଥାନ ମାନଙ୍କ ସହିତ ସହଭାଗୀ ହୋଇ ଓଡିଏମ ଖେଳ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ ମାନଙ୍କ ନିରନ୍ତର ଅନ୍ୱେଷଣ କରିବା ଆରମ୍ଭ କରିଛି। ସେମାନଙ୍କର ଆଗାମୀ ଉଜ୍ଜ୍ବଳ ଭବିଷ୍ୟତର ପ୍ରତିଷ୍ଠା ହେତୁ ତଥା କ୍ରୀଡ଼ା କ୍ଷେତ୍ରରେ ଆମ ରାଜ୍ୟର ଉତ୍ତରୋତ୍ତର ଅଭିବୃଦ୍ଧି ଲକ୍ଷ୍ୟ ରହିଛି। ପ୍ରଥମ ପର୍ଯ୍ୟାୟରେ ଦୁଇ କ୍ରୀଡ଼ାବିତଙ୍କୁ ଏହି ସ୍କଲାରସିପ ପ୍ରଦାନ କରାଯାଇଛି। ସଲିଆ ସାହି ବସ୍ତିର ବାସିନ୍ଦା କୂଳଦୀପ ହେମ୍ବ୍ରମଙ୍କୁ ଓଡିଏମ ଗ୍ଲୋବାଲ ସ୍କୁଲରେ ଶତ ପ୍ରତିଶତ ଛାତ୍ର ବୃତ୍ତି ପ୍ରଦାନ କରାଯାଇଛି। ଏହି ଯୁବ ପଞ୍ଜାବ ଏଫସି ଆଇ ଲିଗ କ୍ଲବ ଦ୍ୱାରା ମନୋନୀତ ହୋଇଛନ୍ତି। ଏହି କ୍ରୀଡ଼ା ଛାତ୍ର ବୃତ୍ତିର ଦ୍ଵିତୀୟ ପ୍ରାପ୍ତ କର୍ତ୍ତା ହେଲେ ୧୬ ବର୍ଷୀୟ ପୃଥିବୀରାଜ ଦାସ। ଯିଏ କି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଭାରତ ୧୬ ବର୍ଷରୁ କମ ଓ ୧୭ ବର୍ଷରୁ କମ ଫୁଟବଲ ଶିବିରରେ ସଦସ୍ୟ ଅଟନ୍ତି। ତାଙ୍କୁ ମଧ୍ୟ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଓଡିଏମ ପବ୍ଲିକ ସ୍କୁଲରେ ଶତ ପ୍ରତିଶତ ଛାତ୍ର ବୃତ୍ତି ପ୍ରଦାନ କରାଯାଇଛି।

କ୍ରୀଡା ସ୍କଲାରସିପ ବା ଛାତ୍ର ବୃତ୍ତି ପାଇଁ ଗ୍ରାମାଞ୍ଚଳ ଓ ବସ୍ତି ଅଞ୍ଚଳରୁ ପିଲାଙ୍କୁ ଚୟନ କରାଯିବ। ଏନେଇ ସ୍ୱତନ୍ତ୍ର ଭାବେ ଟ୍ୟାଲେଣ୍ଟ ହଣ୍ଟ ଟିମ ରହିଛନ୍ତି। ମୁଖ୍ୟତଃ ଫୁଟବଲ, ବାସ୍କେଟବଲ, କ୍ରିକେଟ ଓ ଲନ ଟେନିସ ପ୍ରମୁଖ ୪ ଟି କ୍ରୀଡାକୁ ଏବେ ପ୍ରଧାନ୍ୟ ଦିଆଯାଇଛି। ଅକ୍ଟୋବରରୁ ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ସ୍କୁଲ ପକ୍ଷରୁ କୁହାଯାଇଛି।
Published by:Soumya Das
First published: