କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ଜାତୀୟ ପାରା ଆଥଲେଟିକ ଚାମ୍ପିଅନସିପ ୨୦୨୨

ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜନ ହେଉଥିବା ଜାତୀୟ ପାରା ଆଥଲେଟିକ ଚାମ୍ପିଅନସିପ ୨୦୨୨ରେ ମୋଟ ୭୫୮ ଜଣେ ଭିନ୍ନକ୍ଷମ, ୧୫୩ ଦୃଷ୍ଟିହୀନ ଖେଳାଳିଙ୍କ ସମେତ ୧୨୦୦ ପ୍ରତିଯୋଗୀ ସାମିଲ ହୋଇଛନ୍ତି । ଏହା ସହିତ ୨୦୦ ଅଫିସିଆଲ୍ ଓ ୧୫୦ ଜଣ ସ୍ୱେଚ୍ଛାସେବୀ ଖେଳ ପରିଚାଳନା ଦାୟିତ୍ୱରେ ଅଛନ୍ତି।

ଉଦଘାଟିତ ହେଲା ଜାତୀୟ ପାରା ଆଥଲେଟିକ ଚାମ୍ପିଅନସିପ ୨୦୨୨ (ପ୍ରତୀକାତ୍ମକ ଛବି)

ଉଦଘାଟିତ ହେଲା ଜାତୀୟ ପାରା ଆଥଲେଟିକ ଚାମ୍ପିଅନସିପ ୨୦୨୨ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାରା ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ୧୨୦୦ ରୁ ଅଧିକ ଭିନ୍ନକ୍ଷମ ଆଥଲେଟିକଙ୍କ ଉପସ୍ଥିଟି ଭିତରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଯାଇଛି ୨୦ତମ ଜାତୀୟ ପାରା ଆଥଲେଟିକ ଚାମ୍ପିଅନସିପ-୨୦୨୨ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି।

ଏହି ପ୍ରତିଯୋଗିତାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖେଳାଳି ଅଂଶଗ୍ରହଣ କରିଛନ୍ତି । ମୋଟ ଉପରେ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜନ ହେଉଥିବା ଏହି ଜାତୀୟ ସ୍ତରର ପ୍ରତିଯୋଗିତାରେ ମୋଟ ୭୫୮ ଜଣେ ଭିନ୍ନକ୍ଷମ, ୧୫୩ ଦୃଷ୍ଟିହୀନ ଖେଳାଳିଙ୍କ ସମେତ  ୧୨୦୦ ପ୍ରତିଯୋଗୀ ସାମିଲ ହୋଇଛନ୍ତି । ଏହା ସହିତ ୨୦୦ ଅଫିସିଆଲ୍‌ ଓ ୧୫୦ ଜଣ ସ୍ୱେଚ୍ଛାସେବୀ ଖେଳ ପରିଚାଳନା କରିବା ପାଇଁ ଏଠି ଏକତ୍ରିତ ହୋଇଛନ୍ତି । ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା ୩୧ ତାରିଖ ଯାଏ ଚାଲିବ।

ଏହି ପ୍ରତିଯୋଗିତାରେ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା, ନବନିର୍ବାଚିତ ଭୁବନେଶ୍ୱର ମେୟର ସୁଲଚନା ଦାସ, ଅର୍ଜୁନ ପୁରସ୍କାର ବିଜେତା ଡ଼ଃ ଦୀପା ମଲ୍ଲିକ, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି,"ଏହା ଏକ ସମୟପଯୋଗୀ ଉଦ୍ୟମ। ଗତ କିଛି ବର୍ଷ ଭିତରେ  ବିଭିନ୍ନ ପ୍ରକାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡା ପ୍ରତିଯୋଗିତା ଆୟୋଜନ କରି ଭୁବନେଶ୍ୱର ଚର୍ଚ୍ଚାରେ ରହି ଆସିଛି। ସେ ଭିତରେ ଅଛି ଜୁନିୟର ବିଶ୍ୱକପ ହକି ପ୍ରତିଯୋଗିତା ସହିତ ବିଭିନ୍ନ ଜାତୀୟ ସ୍ତରର ଫୁଟବଲ ପ୍ରତିଯୋଗିତା। ମୋଟ ଉପରେ ବିଭିନ୍ନ ପ୍ରକାର କ୍ରୀଡ଼ା ଆୟୋଜନ କରି ଭୁବନେଶ୍ୱର ପାଲଟିଛି ଦେଶର କ୍ରୀଡ଼ା ହବ। ଆଗକୁ ଅଧିକରୁ ଅଧିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର"।

କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର ସୁଲୋଚନା ଦାସ କହିଛନ୍ତି," ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଧାରା ଆଗକୁ ବି ଚାଲିବ। ବିଶେଷ କରି ଦିବ୍ୟାଙ୍ଗଙ୍କ ଉନ୍ନତି ଓ ସେମାନେ ଯେଭଳି ସୁସ୍ଥ ଲୋକଙ୍କ ଭଳି ଆଗକୁ ବଢ଼ିବ ତାହା ଉପରେ ଅଧିକ ଗୁରୁତ୍ଵ ଦିଆଯିବ। ମେୟର ଭାବେ ଆଗାମୀ ୫ ବର୍ଷ ଭିତରେ ସେ ଏହି ଦିଗକୁ ଗୁରୁତ୍ୱ ଦେବି"।

ସେହିଭଳି ପଦ୍ମଶ୍ରୀ ପୁରସ୍କାର ବିଜେତା ତଥା ଭାରତୀୟ ପାରା ଅଲିମ୍ପିକ କମିଟି ବିଜେତା ଡ଼ଃ ଦୀପା ମଲ୍ଲିକ ଏଭଳି ଆୟୋଜନଙ୍କୁ ପ୍ରଶଂସା କରିବା ସହିତ ଏଭଳି ଅଧିକ ଆୟୋଜନ ଦିବ୍ୟାଙ୍ଗଙ୍କୁ ଉତ୍ସାହିତ କରିବ ବୋଲି ମତ ରଖିଥିଲେ।
Published by:Soumya Das
First published: