ରଣଜୀ ଟ୍ରଫି ମ୍ୟାଚରେ ପରାଜୟରୁ ଅଳ୍ପକେ ବର୍ତ୍ତିଲା ଓଡ଼ିଶା; ୨୪ରେ ସୌରାଷ୍ଟ୍ରକୁ ଭେଟିବ

ରଣଜୀ ଟ୍ରଫି ମ୍ୟାଚରେ ପରାଜୟରୁ ଅଳ୍ପକେ ବର୍ତିଲା ଓଡ଼ିଶା। ଶେଷ ଦିନରେ ଓଡ଼ିଶାର ଟିମର ବ୍ୟାଟ୍ସମ୍ୟାନ୍ ରାଜେଶ ଧୂପରଙ୍କ ଅର୍ଦ୍ଦଶତକୀୟ ଓ ଶାନ୍ତନୁ ମିଶ୍ରଙ୍କ ଶତକୀୟ ପାଳି ମ୍ୟାଚ ଏହି ମ୍ୟାଚକୁ ଅମୀମାଶିଂତ କରିଛି ।

ଟିମ୍ ଓଡ଼ିଶା

ଟିମ୍ ଓଡ଼ିଶା

  • Share this:
News18 Odia Digital

କଟକ: ରଣଜୀ ଟ୍ରଫି ମ୍ୟାଚରେ ପରାଜୟରୁ ଅଳ୍ପକେ ବର୍ତିଲା ଓଡ଼ିଶା। ଶେଷ ଦିନରେ ଓଡ଼ିଶାର ଟିମର ବ୍ୟାଟ୍ସମ୍ୟାନ୍ ରାଜେଶ ଧୂପରଙ୍କ ଅର୍ଦ୍ଦଶତକୀୟ ଓ ଶାନ୍ତନୁ ମିଶ୍ରଙ୍କ ଶତକୀୟ ପାଳି ମ୍ୟାଚ ଏହି ମ୍ୟାଚକୁ ଅମୀମାଶିଂତ କରିଛି ।

ମୋଟାରା ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମର 'ବି' ଗ୍ରାଉଣ୍ଡରେ ଖେଳାଯାଇଥିବା ଏଲିଟ୍ ଗୃପ-ଡିର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଓଡ଼ିଶା ଗୋଆ ବିପକ୍ଷ ମ୍ୟାଚ ଅମୀମାଶିଂତ ଭାବରେ ଶେଷ ହୋଇଛି। ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ଓଡ଼ିଶା ଦଳ ବିପକ୍ଷ ଗୋଆକୁ ୧୮୧ ରନରେ ଅଲ ଆଉଟ କରିବାରେ ସଫଳ ହୋଇଥିଲା । ଦଳ ପକ୍ଷରୁ ବସନ୍ତ ମହାନ୍ତି ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିବା  ବେଳେ ଅଭିଷେକ ରାଉତ ୨ଟି ୱିକେଟ୍ ନେଇଥିଲେ । ଜବାବରେ ଓଡ଼ିଶା ତାର ପ୍ରଥମ ପାଳିରେ ଗୋଆଠାରୁ ଅଗ୍ରଣୀ ଲାଭ କରି ୧୮୯ ରନ କରିଥିଲା । ଦଳ ପକ୍ଷରୁ ରାଜେଶ ଧୂପରଙ୍କ ଅପରାଜିତ ୭୧ ରନର ଇନିଂସ ଦଳକୁ ଲିଡ଼ ପ୍ରଦାନ କରିଥିଲା । ତେବେ ଦ୍ୱିତୀୟ ପାଳିରେ ଗୋଆ ଟିମ୍ ଓଡ଼ିଶା ଆଗରେ ଏକ ବିଶାଳ ସ୍କୋର ଛିଡ଼ା କରିଥିଲା । ଦଳ ୫ ୱିକେଟ୍ ହରାଇ ୩୯୪ ରନରେ ଦ୍ୱିତୀୟ ପାଳି ଘୋଷଣା କରିଥିଲା ଗୋଆ।

ଜବାବରେ ୩୮୭ ରନର ବିଜୟ ଲକ୍ଷ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ଓଡ଼ିଶା କ୍ରିକେଟ୍ ଟିମ୍ । କିନ୍ତୁ କ୍ରମାଗତ ୱିକେଟ୍ ହରାଇ ଟିମ୍ ଓଡ଼ିଶା ସଙ୍କଟରେ ପଡ଼ି ଯାଇଥିଲା। ଓପନର ସାନ୍ତୁନୁ ଗୋଟେ ପଟେ ନିଜର ଧର୍ଯ୍ୟପୂର୍ଣ୍ଣ ଇନିଂସ୍ ଖେଳୁଥିବା ବେଳେ ଅନ୍ୟପଟେ ଦଳର ଗୋଟିଏ ପରେ ଗୋଟିଏ ୱିକେଟ୍ ପଡ଼ିବା ଯୋଗୁଁ ଓଡ଼ିଶା ଟିମ୍ ସଙ୍କଟ ମଧ୍ୟକୁ ଟାଣି ହୋଇଯାଇଥିଲା। କିନ୍ତୁ ରାଜେଶ ଧୂପର ଓ ଶାନ୍ତନୁ ମିଶ୍ରଙ୍କ ଏହି ପାଳି ମ୍ୟାଚକୁ ଡ୍ର ରଖିବାରେ ସମର୍ଥ ହୋଇଥିଲା । ତେବେ ଶେଷରେ ଭଲ ପଦର୍ଶନ କରିଥିବା ରାଜେଶ ଧୂପରଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ ଘୋଷଣା ହୋଇଥିଲା ।

ଆସନ୍ତା ୨୪ ତାରିଖରେ ଓଡ଼ିଶା ଚଳିତ ରଣଜୀ ଅଭିଯାନରେ ତାର ଦ୍ବିତୀୟ ମ୍ୟାଚରେ ସୌରାଷ୍ଟକୁ ଭେଟିବ । ଏହି ମ୍ୟାଚଟି ଅହମଦାବାଦରେ ଖେଳାଯିବ । ତେବେ ସୌରାଷ୍ଟ ଏକ ଶକ୍ତିଶାଳୀ ଟିମ୍ ହୋଇଥିବାରୁ ଏହି ମ୍ୟାଚ ପାଇଁ ଓଡ଼ିଶା ଟିମ୍ କିଛି ନୂଆ ରଣନିତି ନେଇ ପଡ଼ିଆକୁ ଓହ୍ଲାଇବ। ବିଶେଷ କରି ଦଳ ନିଜର ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରିବା ସହ କିଛି ନୂଆ ଖେଳାଳୀଙ୍କୁ ଟିମରେ ସାମିଲ କରିବା ନେଇ ଆଶା କରାଯାଉଛି ।
Published by:Soumya Das
First published: