News 18 Odia Digital
Deepak Chahar IND vs BAN Series: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଅଛନ୍ତି । ଏଠାରେ ଦୁଇ ଦଳ ମଧ୍ୟରେ ତିନୋଟି ଦିନିକିଆ ଓ ଦୁଇଟି ଟେଷ୍ଟ ସିରିଜ୍ ଖେଳାଯିବ । ଏଥିପାଇଁ ଭାରତୀୟ ଦଳ ବାଂଲାଦେଶରେ ପହଞ୍ଚି ସାରିଛନ୍ତି । କିନ୍ତୁ ଇତି ମଧ୍ୟରେ ବିମାନରେ ଜଣେ ଭାରତୀୟ କ୍ରିକେଟରଙ୍କ ସହ ଅସଦାଚରଣ ଖବର ସାମ୍ନାକୁ ଆସିଛି । କ୍ରିକେଟର ନିଜେ ଏହି ସୂଚନା ଦେଇଛନ୍ତି ।
ଏହି ଖେଳାଳି ହେଉଛନ୍ତି ଷ୍ଟାର ବୋଲର ଦୀପକ ଚହର । ସେ ଏହାପୂର୍ବରୁ ଭାରତୀୟ ଦଳ ସହ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇଥିଲେ । ସେଠାରୁ ସେ ସିଧାସଳଖ ଢାକାରେ ପହଞ୍ଚି ବାଂଲାଦେଶ ସିରିଜ୍ ପାଇଁ ଭାରତୀୟ ଦଳରେ ଯୋଗ ଦେଇଥିଲେ । ଏହି ସମୟରେ ତାଙ୍କୁ ବିମାନରେ ଖରାପ ବ୍ୟବହାର କରାଯାଇଥିଲା ।
୨୪ ଘଣ୍ଟା ଧରି ଲଗେଜ ପାଇଁ ଅପେକ୍ଷା କରିଥିଲେ ଦୀପକଦୀପକ ଚହର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ମାଲେସିଆ ଏୟାରଲାଇନ୍ସରେ ସେ ଢାକାରେ ପହଞ୍ଚିଛନ୍ତି । ସେ ବିଜିନେସ କ୍ଲାସରେ ଯାତ୍ରା କରିଥିଲେ । ଏହା ସତ୍ତ୍ୱେ ତାଙ୍କୁ ଖାଦ୍ୟ ମଧ୍ୟ ଦିଆଯାଇନଥିଲା । ବଡ କଥା ହେଉଛି ଏୟାରଲାଇନ୍ସ ତାଙ୍କ ଲଗେଜ୍ ମଧ୍ୟ ହଜାଇଦେଲା । ରବିବାର (ଡିସେମ୍ବର ୪) ରେ ସିରିଜର ପ୍ରଥମ ଦିନିକିଆ ଖେଳାଯିବ, ହାତରେ କମ ସମୟ ଥିବାବେଳେ ସେ କେବଳ ୨୪ ଘଣ୍ଟା ଧରି ନିଜ ସାମଗ୍ରୀକୁ ଅପେକ୍ଷା କରିଛନ୍ତି । ଏପରି ପରିସ୍ଥିତିରେ ସେ କିପରି ପ୍ରସ୍ତୁତ ହେବେ ?
ତାଙ୍କୁ ନ ଜଣାଇ ବିମାନ ମଧ୍ୟ ବଦଳାଇ ଦିଆଯାଇଥିଲାଦୀପକ ଶନିବାର ଏହି ଟୁଇଟ୍ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, 'ମାଲେସିଆ ଏୟାରଲାଇନ୍ସରେ ଯାତ୍ରା କରିବା ଅତ୍ୟନ୍ତ ଖରାପ ଅନୁଭୂତି ଥିଲା । ସର୍ବପ୍ରଥମେ, ସେମାନେ ମୋତେ ନ ଜଣାଇ ଆମର ବିମାନ ପରିବର୍ତ୍ତନ କଲେ । ବିଜିନେସ କ୍ଲାସରେ ମଧ୍ୟ ଖାଦ୍ୟ ପରିବେଷଣ କରାଯାଇନଥିଲା । ବର୍ତ୍ତମାନ ଆମେ ଗତ ୨୪ ଘଣ୍ଟାରୁ ଆମର ସାମଗ୍ରୀ ଗ୍ରହଣ କରିବାକୁ ଅପେକ୍ଷା କରିଛୁ । ଭାବନ୍ତୁ ଆସନ୍ତାକାଲି (ରବିବାର) ଆମକୁ ମଧ୍ୟ ମ୍ୟାଚ୍ ଖେଳିବାକୁ ପଡିବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।