ipl 2023: ଆଉ ଜଣେ ହିରୋ; ଆଜିଙ୍କ୍ୟାଙ୍କ ରେକର୍ଡ କାଟି ସୃଷ୍ଟି କଲେ ନୂଆ ଇତିହାସ

ଲକ୍ଷ୍ନୌର ଏକ ଐତିହାସିକ ବିଜୟ । ପ୍ରଥମେ ବ୍ୟାଟିଂ କରି ଆରସିବି ୨୧୨ ରନ୍ ସ୍କୋର କରିଥିଲା। ଏହାର ଜବାବରେ ଲକ୍ଷ୍ନୌ ଶେଷ ବଲରେ ୧ ୱିକେଟ୍ ନେଇ ମ୍ୟାଚ୍ ଜିତିଥିଲା।

ipl 2023: ଆଉ ଜଣେ ହିରୋ; ଆଜିଙ୍କ୍ୟାଙ୍କ ରେକର୍ଡ କାଟି ସୃଷ୍ଟି କଲେ ନୂଆ ଇତିହାସ

ipl 2023: ଆଉ ଜଣେ ହିରୋ; ଆଜିଙ୍କ୍ୟାଙ୍କ ରେକର୍ଡ କାଟି ସୃଷ୍ଟି କଲେ ନୂଆ ଇତିହାସ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ବିପକ୍ଷରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ୧ ୱିକେଟରେ ଜିତ୍ ହାସଲ କରିଛି । ଏହା ଲକ୍ଷ୍ନୌର ଏକ ଐତିହାସିକ ବିଜୟ । ପ୍ରଥମେ ବ୍ୟାଟିଂ କରି ଆରସିବି ୨୧୨ ରନ୍ ସ୍କୋର କରିଥିଲା। ଏହାର ଜବାବରେ ଲକ୍ଷ୍ନୌ ଶେଷ ବଲରେ ୧ ୱିକେଟ୍ ନେଇ ମ୍ୟାଚ୍ ଜିତିଥିଲା। ଲକ୍ଷ୍ନୌ ପାଇଁ ନିକୋଲାସ୍ ପୁରନ୍ ୬୨ ରନ୍ ସଂଗ୍ରହ କରିଥିଲେ। ସେ ୧୯ ବଲରେ ୭ ଛକା ଓ ୪ ଚୌକା ମାରିଥିଲେ। ଷ୍ଟୋନିସ୍ ୬୫ ରନ୍ ସଂଗ୍ରହ କରିଥିଲେ।

ଆଇପିଏଲ୍‌ (ipl)ରେ ଦିନକୁ ଦିନ ବଢ଼ୁଛି ରୋମାଞ୍ଚ । ପ୍ରତିଟି ମ୍ୟାଚରେ ସୃଷ୍ଟି ହେଉଛନ୍ତି ନୂଆ ନୂଆ ହିଟର । ସୃଷ୍ଟି କରୁଛନ୍ତି ନୂଆ ନୂଆ ଇତିହାସ (history) । କହିବାକୁ ଗଲେ ମ୍ୟାଚ ଜେତିକି ରୋମାଞ୍ଚ ହେଉଛି, ଶେଷ ବେଳକୁ ଖେଳାଳିଙ୍କ ଆଶିତିତ ବ୍ୟାଟିଂ ମ୍ୟାଚର ମୋଡ଼କୁ ପୂରା ବଦଳାଇ ଦେଉଛି । ଏମିତିକି ହାରିବାକୁ ଯାଉଥିବା ମ୍ୟାଚକୁ ଶେଷ ଓଭର (over)ରେ ଯିତାଇ ଆଇପିଏଲ୍ ହିରୋ ହୋଇଯାଉଛନ୍ତି ।

ଶନିବାର ଆଜିଙ୍କ୍ୟାଙ୍କ ସୁପର ଶୋ ପରେ ରବିବାର ନିଜ ବ୍ୟାଟର ଦମ୍ ଦେଖାଇଥିଲେ କେକେଆର୍ ହିଟର ରିଙ୍କୁ ସିଂହ । ଆଉ ସୋମବାର କ୍ରିଜରେ ହିଟର ସାବ୍ୟସ୍ତ ହୋଇଛନ୍ତି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ନିକୋଲାସ୍ ପୁରନ୍ । ମାତ୍ର ୧୫ ବଲ୍‌ରେ ନିକୋଲାସ୍ ୫୧ ରନ୍ କରିଥିବାବେଳେ ସୃଷ୍ଟି କରିଛନ୍ତି ଇତିହାସ । ପୂର୍ବରୁ ଆଜିଙ୍କ୍ୟା ରାହାଣେ ମାତ୍ର ୧୯ ବଲରେ ଅର୍ଦ୍ଧଶତକ ହାସଲ କରି ଚଳିତ ଆଇପିଏଲ୍‌ର ଦ୍ରୁତ ଅର୍ଦ୍ଧଶତକ ତାଲିକାର ଟପ୍‌ରେ ଥିବା ବେଳେ ଆଜିଙ୍କ୍ୟାଙ୍କ ରେକର୍ଡ (record)କୁ କାଟିଛନ୍ତି ନିକୋଲାସ୍ ପୁରନ୍ ।

ବେଙ୍ଗାଲୁରୁର ଏମ୍ ଚିନ୍ନାଶ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟି କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ । ଆରମ୍ଭରୁ ଧୂଆଁଧାର ବ୍ୟାଟିଂ (bating) କରି ଆରସିବି ୨୦ ଓଭରରେ ୨୧୨ ରନ୍ କରିଥିଲା । ଯେଉଁଥିଲେ ଅଧିନାୟକ ଡୁପ୍ଲେସିସ୍ ସର୍ବାଧିକ ୭୯ ରନ୍ କରିଥିବାବେଳେ ଓପନର ବିରାଟ କୋହଲି ୬୧ ଏବଂ ମ୍ୟାକ୍ସୱେଲ୍ ୫୯ ରନ୍ କରିଥିଲେ । ଲାଗୁଥିଲା ମ୍ୟାଚଟି ଆରସିବି (rcb) ନିଶ୍ଚୟ ଜିତିବ । ସେପଟେ ୨୧୩ ରନ୍‌ର ବଡ଼ ସ୍କୋରକୁ ପିଛାକରି ମୈଦାନକୁ ଓହ୍ଲାଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଆରମ୍ଭରୁ କ୍ରମାଗତ ୱିକେଟ ହରାଇବା ସହ ଆରସିବି ବୋଲରଙ୍କ ସାମନା କରିପାରି ନଥିଲା । ତେବେ ମିଡିଲ୍ ଅର୍ଡର ମାର୍କସ ଷ୍ଟୋନିସ ଏବଂ ନିକୋଲାସ୍ ପୋରନଙ୍କ ଧୁଆଁଧାର ବ୍ୟାଟିଂ ପୁରା ମ୍ୟାଚକୁ ବଦଳାଇ ଦେଲା । ଷ୍ଟୋନିସ ମାତ୍ର ୩୦ ବଲ୍‌ରେ ୬୫ ରନ୍ କରିଥିବା ବେଳେ ପୋରନ୍ ୧୯ ବଲ୍‌ରେ କରିଛନ୍ତି ୬୨ ରନ୍ । ଷ୍ଟୋନିସଙ୍କ ୬୫ ରନ୍‌ରେ ଥିଲା ୫ଟି ଛକା ଏବଂ ୬ଟି ଛକା ଥିବା ବେଳେ ପୁରନଙ୍କ ୬୨ ରନ୍‌ରେ ଥିଲା ୭ଟି ଛକା ଏବଂ ୪ଟି ଚୌକା ।

ମ୍ୟାଚରେ ଶେଷ ଓଭର ମଧ୍ୟ ବେଶ ରୋମାଞ୍ଚ ଭରିଥିଲା । ଶେଷ ଓଭରର ଶେଷ ବଲ୍‌ରେ ଜିତିଥିଲା ଲକ୍ଷ୍ନୌ ସୁପର ଜିଏଣ୍ଟସ ।
Published by:Soubhagya Mishra
First published: