ସ୍ବପ୍ନ ହୋଇଗଲା ସଚିନଙ୍କ ଓ୍ବିକେଟ୍; ଅଟୋଗ୍ରାଫ୍‌ ହେଲା କାଳ

ସ୍ବପ୍ନ ହୋଇଗଲା ସଚିନଙ୍କ ଓ୍ବିକେଟ୍; ଅଟୋଗ୍ରାଫ୍‌ ହେଲା କାଳ

ସ୍ବପ୍ନ ହୋଇଗଲା ସଚିନଙ୍କ ଓ୍ବିକେଟ୍; ଅଟୋଗ୍ରାଫ୍‌ ହେଲା କାଳ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ନୂଆଦିଲ୍ଲୀ : କ୍ରିକେଟ ଅନିଶ୍ଚିତତାର ଖେଳ । ଅନେକ ରେକର୍ଡ ସୃଷ୍ଟି ହୁଏ, ଅନେକ ରେକର୍ଡ ଭାଙ୍ଗେ । ବେଳେ ବେଳେ ଏମିତି କିଛି ରେକର୍ଡ, କ୍ରିକେଟ ଜଗତରେ ଆଲୋଡ଼ନ ମଧ୍ୟ ସୃଷ୍ଟିକରେ । କିଛି ରେକର୍ଡ ପାଇଁ ଖେଳାଳି ସାରା ଜୀବନ ପଶ୍ଚାତ୍ତାପ ବି କରନ୍ତି । ଆଉ କିଛି ରେକର୍ଡ ଖେଳାଳିଙ୍କୁ 'ସର୍ବକାଳୀନ ଶ୍ରେଷ୍ଠର' ମାନ୍ୟତା ଦିଏ । ଯେମିତି ସଚିନ ରମେଶ ତେନ୍ଦୁଲକର । ସଚିନଙ୍କୁ କ୍ରିକେଟ ଜଗତର ଭଗବାନ ଭାବେ ଅଭିହିତ କରନ୍ତି ପ୍ରଶଂସକ । ଆମେ ଯେଉଁକଥା କହିବା ପାଇଁ ଯଆଛୁ, ତାହା ସଚିନଙ୍କ ଦୃଢ ମାନସିକତା, ସଂଯମ, ଧୈର୍ଯ୍ୟ ଓ ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଇବ ।

ଘଟଣା କିଛି ଏମିତି, ୨୦୦୭ ମସିହା ଅକ୍ଟୋବର ୫ ତାରିଖ । ଅଷ୍ଟ୍ରେଲିଆ ୭ ଟିକିଆ ଏକଦିବସୀୟ ସିରିଜ ଓ ଏକମାତ୍ର ଟି-ଟ୍ବେଣ୍ଟି ଖେଳିବା ପାଇଁ ଭାରତ ଆସିଥାଏ । ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୁଏ । ଦ୍ବିତୀୟ ମ୍ୟାଚ ହାଇଦ୍ରାବାଦରେ ଖେଳାଯାଏ । ସେ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୭ ଓ୍ବିକେଟ ହରାଇ ୨୯୦ ରନ କରେ । ଆଉ ଭାରତ ୨୪୩ ରନରେ ଅଲ୍‌ଆଉଟ୍‌ ହେବା ଫଳରେ ଅଷ୍ଟ୍ରେଲିଆ ୪୭ ରନରେ ମ୍ୟାଚ ଜିତେ । ତାସହ ସିରିଜରେ ମଧ୍ୟ ୧-୦ରେ ଆଗୁଆ ହୁଏ କଙ୍ଗାରୁ ଟିମ୍‌ । ଦ୍ବିତୀୟ ଦିନିକିଆରେ ଯୁବରାଜ ସିଂହଙ୍କ ଲଢ଼ୁଆ ଶତକ ସତ୍ତ୍ବେ ଭାରତ ପରାସ୍ତ ହୁଏ । ସେହି ମ୍ୟାଚରେ ଚାଇନା ମ୍ୟାନ ବୋଲର ବ୍ରାଡ୍‌ ହଗ୍‌ ୪୬ ରନ ଦେଇ ୩ଟି ଓ୍ବିକେଟ ନିଅନ୍ତି । ତାସହ ସଚିନ ତେନ୍ଦୁଲକରଙ୍କୁ ଜୀବନରେ ପ୍ରଥମଥର ପାଇଁ ଆଉଟ କରନ୍ତି । ବ୍ୟାକ ସ୍ପିନ୍‌ ବଲକୁ କଟ୍‌ ମାରିବାକୁ ଯାଇ ସଚିନ ୪୩ ରନରେ ବୋଲ୍ଡ ହୁଅନ୍ତି । ଏଥିରେ ଯଥେଷ୍ଟ ଉତ୍ସାହିତ ହୋଇପଡନ୍ତି ବ୍ରାଡ୍‌ ହଗ୍‌ । ସଚିନଙ୍କ ଭଳି ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କୁ ଆଉଟ୍‌ କରିବାର ସ୍ବପ୍ନ ମଧ୍ୟ ତାଙ୍କର ପୂରଣ ହୁଏ । ଖେଳାଯାଇଥିବା ୭ ଟିକିଆ ସରିଜକୁ ଅଷ୍ଟ୍ରେଲିଆ ୪-୨ରେ ଜିତିନିଏ ।

ଏକମାତ୍ର ଟିଟ୍ବେଣ୍ଟି ଖେଳିବା ପାଇଁ ଉଭୟ ଦଳ ମୁମ୍ବାଇରେ ପହଞ୍ଚନ୍ତି । ଅଷ୍ଟ୍ରେଲିଆ ଗସ୍ତ ମଧ୍ୟ ଶେଷ ହେବାକୁ ଥାଏ । ନିଜ ଗସ୍ତକୁ ସ୍ମରଣୀୟ କରିବା ପାଇଁ ଚାଇନାମ୍ୟାନ ସ୍ପିନର ବ୍ରାଡ୍‌ ହଗ୍‌ଙ୍କ ମୁଣ୍ଡରେ ଟି-ଟ୍ବେଣ୍ଟି ମ୍ୟାଚ ପୂର୍ବରୁ ଏକ ଭିନ୍ନ ବୁଦ୍ଧି ଜୁଟେ । ଦ୍ବିତୀୟ ଦିନିକିଆରେ ସଚିନଙ୍କୁ ଆଉଟ କରିବା ସମୟର ଏକ ପୋଷ୍ଟରକୁ ନେଇ ସେ ସଚିନଙ୍କ ପାଖକୁ ଯାଆନ୍ତି ଓ ଅଟୋଗ୍ରାଫ ମାଗନ୍ତି । ସର୍ବଦା ନମ୍ର ରହୁଥିବା ସଚିନ ମଧ୍ୟ ସ୍ମିତହାସ୍ୟ ଦେଇ ସେଇ ପୋଷ୍ଟରରେ ଅଟୋଗ୍ରାଫ୍‌ ଦିଅନ୍ତି । ଆଉ ସେଇ ଅଟୋଗ୍ରାଫ ହିଁ ବ୍ରାଡ୍‌ ହଗ୍‌ଙ୍କ ପାଇଁ ସଚିନଙ୍କୁ ଆଉଟ କରିବାର ରାସ୍ତା ବନ୍ଦ କରିଦିଏ । କାରଣ ସଚିନ୍‌ ଅଟୋଗ୍ରାଫ୍‌ ଦେଇ ଲେଖନ୍ତି " To, Brad Never again meet. Ha Ha Ha" । ଆଉ ସେୟା ହିଁ ହୁଏ । କାରଣ ନିଜ ଖେଳ ଜୀବନରେ ସଚିନ ତେନ୍ଦୁଲକରଙ୍କୁ ଆଉ କେବେ ବି ଆଉଟ କରିପାରିନାହାନ୍ତି ବ୍ରାଡ୍‌ ହଗ୍‌ । ଏକ ଦିବସୀୟ, ଟେଷ୍ଟ, ଆଇପିଏଲ ମ୍ୟାଚରେ ଅନେକ ଥର ମୁକାବିଲା ହୋଇଥିଲେ ବି ବ୍ରାଡ ହଗ୍‌ ସଚିନଙ୍କୁ ଆଉଟ୍‌ କରିବାରେ ବିଫଳ ହୋଇଥିଲେ । ଅନ୍ତର୍ଜାତୀୟ କ୍ରିକେଟରେ ଆଉ ସଚିନଙ୍କୁ ଆଉଟ କରିବାର କୌଣସି ସମ୍ଭାବନା ବି ନାହିଁ । କାରଣ ଉଭୟେ ଅବସର ନେଇ ସାରିଛନ୍ତି ।
ସଚିନଙ୍କ ଅଟୋଗ୍ରାଫ ବ୍ରାଡ୍‌ଙ୍କ ପାଇଁ କାଳ ହେଲା । କାରଣ ତାପରେ ସଚିନ କେବେ ମଧ୍ୟ ବ୍ରାଡ୍‌ ହଗକୁ ଓ୍ବିକେଟ ଦେବା ପାଇଁ ଚାହିଁନଥିଲେ । ସର୍ବଦା ସଚେତନ ହୋଇ ତାଙ୍କ ବିପକ୍ଷରେ ବ୍ୟାଟିଂ କରିଥିଲେ । ଏକଥା ବ୍ରାଡ ହଗ୍‌ ନିଜର ୟୁ-ଟ୍ୟୁବ ପେଜ 'ହଗ୍‌ସ ଭ୍ଲଗରେ' ପ୍ରକାଶ କରିଛନ୍ତି । ତସହ ସେଦିନର ସଚିନଙ୍କ ଅଟୋଗ୍ରାଫ ସମ୍ବଳିତ ପୋଷ୍ଟରକୁ ମଧ୍ୟ ସେ ସାଇତି ରଖିଛନ୍ତି ।

ପଢନ୍ତୁ ପୂରା ଖବର :  ଅନୁଭବ-ବର୍ଷା ମାମଲା : ହାଇକୋର୍ଟରେ ବର୍ଷାଙ୍କ ଆବେଦନ ଖାରଜ

ସଚିନ କ୍ରିକେଟର ଭଗବାନ ବୋଲି ଏହି ଲେଖାରେ କହିସାରିଛୁ । ଜୀବନରେ ଅଭିଜ୍ଞତାରୁ ଶିଖିବା ଓ ତାକୁ କାର୍ଯ୍ୟରେ ଲଗାଇବା କେବଳ ମହାନ ବ୍ୟକ୍ତିମାନେ ହିଁ କରିପାରନ୍ତି । ଆଉ ସେମାନେ ନିଜ ବିଫଳତାର ସତ୍ୟପାଠ ଦେବାକୁ ବି ପଶ୍ଚାତପଦ ହୁଅନ୍ତି ନାହିଁ । କାରଣ ଶିକ୍ଷା ହିଁ ସେମାନଙ୍କ ଜୀବନର ଲକ୍ଷ୍ୟ, ସଫଳତା ନୁହେଁ ।

( ରିପୋର୍ଟ : ବିଭୁ ରଞ୍ଜନ ପାତ୍ର )
Published by:Sujit Swain
First published: