ବାରବାଟୀ ଟି ୨୦ ପାଇଁ ବଢୁଛି କ୍ରେଜ; ୯ ତାରିଖରୁ ଆରମ୍ଭ ହେବ କାଉଣ୍ଟର ସେଲ

ଓସିଏ ସହିତ ଅନୁବନ୍ଧିତ କ୍ରୀଡ଼ା ସଂଗଠନ, ସ୍କୁଲ କଲେଜ ଆଦି ୭୦ଟି ଅନୁଷ୍ଠାନ ପାଇଁ ୮ ହଜାର ଟିକେଟ ବିକ୍ରି ପାଇଁ ଉପଲବ୍ଧ ରହିଛି। ପ୍ରଥମ ଦିନ ପ୍ରାୟ ୩୫ଟି ସଂଗଠନ ସେମାନଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ନିଜ ନିଜର କୋଟାର ଟିକେଟ କିଣି ନେଇଛନ୍ତି ।

ଓସିଏ ସମ୍ମିଳନୀ କକ୍ଷରେ ଟିକେଟ କିଣୁଛନ୍ତି ଜଣେ ବ୍ୟକ୍ତି

ଓସିଏ ସମ୍ମିଳନୀ କକ୍ଷରେ ଟିକେଟ କିଣୁଛନ୍ତି ଜଣେ ବ୍ୟକ୍ତି

  • Share this:
News18 Odia Digital

କଟକ: ବାରବାଟୀ ଟି 20 ପାଇଁ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଅଫଲାଇନ ଟିକେଟ ବିକ୍ରି । ତେବେ ଏହି ଟିକେଟ ବିକ୍ରି ସର୍ବସାଧାରଣଙ୍କ ପାଇଁ ନୁହେଁ ବରଂ କେବଳ ଓସିଏ ସହିତ ଅନୁବନ୍ଧିତ କ୍ରିଡା ସଂଗଠନ, ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନଗୁଡ଼ିକୁ ବିକ୍ରି କରାଯିବ। ଓସିଏ ସମ୍ମିଳନୀ କକ୍ଷରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଟିକେଟ ବିକ୍ରିର ମଙ୍ଗଳବାର ଥିଲା ପ୍ରଥମ ଦିନ।

ତେବେ ପ୍ରଥମ ଦିନରୁ ହିଁ ଟିକେଟ କିଣିବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ଓସିଏ ସହିତ ଅନୁବନ୍ଧିତ କ୍ରୀଡ଼ା ସଂଗଠନ, ସ୍କୁଲ କଲେଜ ଆଦି ୭୦ଟି ଅନୁଷ୍ଠାନ ପାଇଁ ୮ ହଜାର ଟିକେଟ ବିକ୍ରି ପାଇଁ ଉପଲବ୍ଧ ରହିଛି। ପ୍ରଥମ ଦିନ ପ୍ରାୟ ୩୫ଟି ସଂଗଠନ ସେମାନଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ନିଜ ନିଜର କୋଟାର ଟିକେଟ କିଣି ନେଇଛନ୍ତି ।

ବଡ଼ କଥା ହେଲା ପୂର୍ବ ମ୍ୟାଚ ଗୁଡ଼ିକରେ ଅନୁବନ୍ଧିତ ସଂଗଠନମାନେ ନିଜ ନିଜର କୋଟାରୁ କିଛି କିଛି ଛାଡ଼ି ଥାନ୍ତି । ଯାହାକି ପରବର୍ତ୍ତି ସମୟରେ କାଉଣ୍ଟଟର ଟିକେଟ ସହିତ ମିଶି ସର୍ବାସାଧାରଣଙ୍କୁ ବିକ୍ରି କରାଯାଇଥାଏ । କିନ୍ତୁ ଏଥର ସବୁ ସଂସ୍ଥା ନିଜ କୋଟାର ପ୍ରତିଟି ଟିକେଟକୁ କିଣିବା ଜାରି ରଖିଛନ୍ତି। ଫଳସ୍ବରୂପ ଦ୍ବିତୀୟ ଦିନ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଅନୁମାନ କରଯାଉଛି ।

"ପୂର୍ବ ମ୍ୟାଚ ଗୁଡ଼ିକ ଅପେକ୍ଷ ଏହି ମ୍ୟାଚ ପାଇଁ ବହୁତ ଅଧିକ କ୍ରେଜ ରହିଛି। କାରଣ କୋଭିଡ ଯୋଗୁଁ ଭାରାକ୍ରାନ୍ତ ହୋଇଥିବା ଲୋକେ ଏବେ ଟିକେ ରିଲାକ୍ସ ହେବା ପାଇଁ ଚାହୁଁଛନ୍ତି। ସେଥିପାଇଁ ଏହି ମ୍ୟାଚର ପ୍ରତିଟି ଟିକେଟ ବହୁତ ମୂଲ୍ୟ ରଖୁଛି। ମୁଁ ଏଠି ଟିକେଟ କିଣୁଥିବା ସମୟରେ ଟିକେଟ ପାଇଁ ମୋତେ ଶହେରୁ ଅଧିକ ଫୋନ ଆସିଛି,"କହିଛନ୍ତି ବରଗଡ଼ କ୍ରିକେଟ ସଂଘର ସଭାପତି ରବି ପଣ୍ଡା ।

ବାରବାଟୀ ଟି ୨୦କୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା କ୍ରେଜ ଦେଖିବାକୁ ମିଳିଛି। ପୂର୍ବରୁ ଅନଲାଇନ ଟିକେଟ ବିକ୍ରିରୁ ଏହି କ୍ରେଜର ଅନୁମାନ କରାଯାଉଥିବା ବେଳେ ଆଜି ଠାରୁ ଆରମ୍ଭ ହୋଇଥିବା ଅଫଲାଇନ ଟିକେଟ ବିକ୍ରିରେ ସମାନ କଥା ଦେଖିବାକୁ ମିଳିଛି । ସେପଟେ ଆସନ୍ତା ୯ ତାରିଖରୁ ବାରବାଟୀ ଷ୍ଟାଡିୟମ ପରିସରେ ଥିବା ୧୫ଟି କାଉଣ୍ଟରରେ ଟିକେଟ ବିକ୍ରି କରାଯିବ ।
Published by:Soumya Das
First published: