ସିରିଜକୁ ୨-୧ରେ ହାତେଇଲା ଭାରତ
- News18 Odia
- Last Updated :
- Other, India
News 18 Odia Digital
ଇନ୍ଦୋର: ତୃତୀୟ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୪୯ ରନରେ ଟିମ୍ ଇଣ୍ଡିଆକୁ ପରାସ୍ତ କରିଛି। ତେବେ ଏହି ସିରିଜକୁ ଟିମ୍ ଇଣ୍ଡିଆ ୨-୧ରେ ଜିତି ନେଇଛି। ତୃତୀୟ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଦଳ ୨୦ ଓଭରରେ ୩ ୱିକେଟ୍ ହରାଇବା ସହ ୨୨୭ ରନ୍ ସ୍କୋର କରିଥିଲେ, ଏହାର ଜବାବରେ ଟିମ୍ ଇଣ୍ଡିଆ ୧୮.୩ ଓଭରରେ ୧୭୮ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଯାଇଥିଲା।
ଟିମ୍ ଇଣ୍ଡିଆ ପାଇଁ ଦୀନେଶ କାର୍ତ୍ତିକ ୪୬ ରନର ସବୁଠାରୁ ବଡ ଇନିଂସ ଖେଳିଥିଲେ। ରୋହିତ ଶର୍ମା ଶୂନରେ ଆଉଟ୍ ହୋଇଥିବାବେଳେ ସୂର୍ଯ୍ୟକୁମାର ମଧ୍ୟ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିପାରିନଥିଲେ ଏବଂ ୮ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ରିଲି ରୁସୋଙ୍କ(୪୮ ବଲରେ ଅପରାଜିତ ୧୦୦) ଶତକ ବଳରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ବଳରେ ୨୨୭ ରନ କରିଥିଲା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।