Ind vs NZ, T20 World Cup: ଟିମ୍ ଇଣ୍ଡିଆର ଅପମାନଜନକ ପରାଜୟ ହେଲା; ଜିତିଲା ନ୍ୟୁଜିଲାଣ୍ଡ୍

Team India loses to NZ in World Cup Ind vs NZ T20 World Cup | ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ଦୁଇଟି ପରିବର୍ତ୍ତନ କରିଥିଲା । ଦ୍ରୁତ ବୋଲର୍ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ଦିଆଯାଇଥିଲା । କିନ୍ତୁ ଶାର୍ଦ୍ଦୁଲ କିଛି ବିଶେଷ କରିପାରି ନ ଥିଲେ । ସେ ୧.୩ ଓଭରରେ ୧୭ ରନ୍ ଦେଇଥିଲେ ।

ଟିମ୍ ଇଣ୍ଡିଆ ପାଇଁ ଏହା ଲରଗାତର ଦ୍ୱିତୀୟ ପରାଜୟ । (ଏ.ପି. ଫଟୋ)

ଟିମ୍ ଇଣ୍ଡିଆ ପାଇଁ ଏହା ଲରଗାତର ଦ୍ୱିତୀୟ ପରାଜୟ । (ଏ.ପି. ଫଟୋ)

  • Share this:
News18 Odia Digital

ଦୁବାଇ: ରବିବାର ଦିନ ଟି-୨୦ ବିଶ୍ୱ କପରେ ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ପରାଜୟ ହାସଲ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ (T20 World Cup 2021) ନ୍ୟୁଜିଲ୍ୟାଣ୍ଡ ଭାରତକୁ ୮ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ (India vs New Zealand) ପ୍ରଥମେ ବ୍ୟାଟିଂ କରି ମାତ୍ର ୧୧୦ ରନ୍ ସ୍କୋର କରିପାରିଥିଲା । ଦଳର କୌଣସି ଖେଳାଳି ୩୦ ରନ୍ ପାର୍‌ କରିପାରି ନ ଥିଲେ । ଏହାର ଜବାବରେ ନ୍ୟୁଜିଲାଣ୍ଡ ୧୪.୩ ଓଭରରେ ଦୁଇ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା ।

ଏହା ଏହି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ବିଜୟ ଥିଲା । ଏହା ପୂର୍ବରୁ ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ (India vs Pakistan) ପରାସ୍ତ ହୋଇଥିଲା । ଏବେ ଏହି ପରାଜୟ ସହିତ ଟିମ୍‌ ଇଣ୍ଡିଆର ସେମିଫାଇନାଲକୁ ଯିବା ରାସ୍ତା ବହୁତ କଷ୍ଟସାଧ୍ୟ ହୋଇପଡି଼ଛି । ଏବେ ଦଳକୁ ଅନ୍ୟ ଦଳମାନଙ୍କର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅ

ଟାର୍ଗେଟକୁ ପିଛା କରି ନ୍ୟୁଜିଲ୍ୟାଣ୍ଡ ଏକ ଭଲ ଆରମ୍ଭ କରିଥିଲା । ଦଳ ୩.୩ ଓଭରରେ ବିନା ୱିକେଟ୍‌ ହରାଇ ୨୪ ରନ୍ ସଂଗ୍ରହ କରିଥିଲା । ମାର୍ଟିନ ଗୁପଟିଲଙ୍କୁ (୨୦) ଆଉଟ୍‌ କରି ଜାସପ୍ରୀତ ବୁମରା ଟିମ୍‌ ଇଣ୍ଡିଆ ପାଇଁ ପ୍ରଥମ ସଫଳତା ଆଣିଥିଲେ । ଏହା ପରେ ଡେରିଲ୍‌ ମିଶେଲ୍‌ (୪୯) ଓ ଅଧିନାୟକ କେନ ୱିଲିୟମସନ୍‌ (୩୩ *) ସ୍କୋରକୁ ୯୬ ରନରେ ପହଞ୍ଚାଇ ନ୍ୟୁଜିଲାଣ୍ଡ୍‌ ପାଇଁ ବିଜୟ ନିଶ୍ଚିତ କରିଥିଲେ । ମିଚେଲଙ୍କୁ ବୁମ୍ରା ଆଉଟ୍‌ କରିଥିଲେ ।

ଏହା ବି ପଢ଼ନ୍ତୁ | ‘‘ସରିଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର ଛାତ୍ରୀ

ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ଦୁଇଟି ପରିବର୍ତ୍ତନ କରିଥିଲା । ଦ୍ରୁତ ବୋଲର୍‌ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ଦିଆଯାଇଥିଲା । କିନ୍ତୁ ଶାର୍ଦ୍ଦୁଲ କିଛି ବିଶେଷ କରିପାରି ନ ଥିଲେ । ସେ ୧.୩ ଓଭରରେ ୧୭ ରନ୍ ଦେଇଥିଲେ । ନ୍ୟୁଜିଲ୍ୟାଣ୍ଡ୍‌ ମାତ୍ର ୧୪.୩ ଓଭରରେ ନିଜ ଲକ୍ଷ୍ୟ ହାସଲ କରିଥିଲା । ଅର୍ଥାତ୍ ଖେଳରେ ୩୩ଟି ବଲ୍ ବାକି ରହିଥିଲା । ୱିଲିୟମସନଙ୍କ ବ୍ୟତୀତ ଡେଭୋନ୍ କନୱେ ୨ ରନରେ ଅପରାଜିତ ରହିଥିଲେ । ନ୍ୟୁଜିଲ୍ୟାଣ୍ଡ୍‌ ନିଜ ପ୍ରଥମ ମ୍ୟାଚରେ ପାକିସ୍ତାନଠୁ ହାରିଥିଲା ।

ଏହା ବି ପଢ଼ନ୍ତୁ | ନିଜ ସ୍ତ୍ରୀକୁ ଜଣେ ୫୫-ବର୍ଷୀୟ ବ୍ୟକ୍ତିକୁ ବିକିଦେଲା ବଲାଙ୍ଗିରର ଯୁବକ; ସେହି ଟଙ୍କାରେ ମୋବାଇଲ୍ ଫୋନ୍ କିଣିଲା

ଇଶାନ ଓପନର୍ ଭାବରେ ବିଫଳ ହୋଇଥିଲେ

ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଇଶାନ କିଶନ୍‌ (୪) ଓ କେ.ଏଲ୍. ରାହୁଲ (୧୮) ଓପନର୍ ଭାବରେ ପଡ଼ିଆକୁ ଓହ୍ଲାଇଥିଲେ । କିନ୍ତୁ ଉଭୟ ବ୍ୟାଟ୍ସମ୍ୟାନ୍ ବିଫଳ ହୋଇଥିଲେ । ରୋହିତ ଶର୍ମା (୧୪) ତିନି ନମ୍ବରରେ ଓହ୍ଲାଇଥିଲେ ବି ବିଫଳ ହୋଇଥିଲେ । କ୍ୟାପଟେନ ବିରାଟ କୋହଲି (Virat Kohli) ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ । କିନ୍ତୁ ସେ ଏହି ମ୍ୟାଚରେ ଫ୍ଲପ୍ ହୋଇଥିଲେ । ସେ ମାତ୍ର ୯ ରନ୍ ସ୍କୋର କରି ଆଉଟ୍ ହୋଇଥିଲେ । ଟିମ୍‌ ଇଣ୍ଡିଆ ମାତ୍ର ୪୮ ରନରେ ଚାରି ୱିକେଟ୍ ହରାଇଥିଲା ।

ଏହା ବି ପଢ଼ନ୍ତୁ | ମମିତା ମେହେରଙ୍କୁ ତଣ୍ଟି ଚିପି ମାରିବା ପରେ ମୃତ ଦେହକୁ JCBରେ ଖଣ୍ଡ ଖଣ୍ଡ କରିଥିଲା ଗୋବିନ୍ଦ ସାହୁ

ଟିମ୍ ଇଣ୍ଡିଆ ପାଇଁ ରବିନ୍ଦ୍ର ଜାଡେଜା ସର୍ବାଧିକ ଅପରାଜିତ ୨୬ ରନ୍ ସ୍କୋର୍‌ କରିଥିଲେ । ଏହା ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ବି ୨୩ ରନ୍ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ପାଇଁ ଦ୍ରୁତ ବୋଲର୍‌ ଟ୍ରେଣ୍ଟ୍‌ ବୋଲ୍ଟ ୨୦ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ଏହା ବ୍ୟତୀତ ଇଶ୍ ସୋଢ଼ୀ ୧୭ ରନ୍ ଦେଇ ଦୁଇ ୱିକେଟ୍ ନେଇଥିଲେ ।
Published by:Anand S.T. Das
First published: