ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଘୋଷଣା; ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାପଟେନ, ରୋହିତ-ରାହୁଲ-କୋହଲିଙ୍କୁ ବିଶ୍ରାମ

ଟି-୨୦ ବିଶ୍ୱକପ ୨୦୨୨ ପରେ ଟିମ୍ ଇଣ୍ଡିଆକୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବାକୁ ପଡିବ । ଏହି ଯାତ୍ରା ପାଇଁ ଆଜି ବିସିସିଆଇ ପକ୍ଷରୁ ଟିମ୍ ଘୋଷଣା କରାଯାଇଛି ।

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଘୋଷଣା; ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାପଟେନ, ରୋହିତ-ରାହୁଲ-କୋହଲିଙ୍କୁ ବିଶ୍ରାମ

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଘୋଷଣା; ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାପଟେନ, ରୋହିତ-ରାହୁଲ-କୋହଲିଙ୍କୁ ବିଶ୍ରାମ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

Team India For New Zealand Tour: ଟି-୨୦ ବିଶ୍ୱକପ ୨୦୨୨ ପରେ ଟିମ୍ ଇଣ୍ଡିଆକୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବାକୁ ପଡିବ । ଏହି ଯାତ୍ରା ପାଇଁ ଆଜି ବିସିସିଆଇ ପକ୍ଷରୁ ଟିମ୍ ଘୋଷଣା କରାଯାଇଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତକୁ ତିନୋଟି ଟି-20 ଓ ତିନୋଟି ଦିନିକିଆ ଖେଳିବାକୁ ପଡିବ । ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଟି -20 ଦଳର କମାଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଦିଆଯାଇଛି । ଦିନିକିଆ ଦଳର ଅଧିନାୟକ ଶିଖର ଧୱନଙ୍କ ହାତରେ ରହିବ।

ଟି -20 ସିରିଜ୍ ପାଇଁ ଟିମ୍ ଇଣ୍ଡିଆ: ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ୍), ରିଷଭ ପନ୍ତ (ଉପ-କ୍ୟାପଟେନ, ୱିକେଟ୍ କିପର), ଶୁଭମାନ ଗିଲ, ଇଶାନ କିଶାନ, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ଡବ୍ଲୁ.କେ), ୱାଶିଂଟନ୍ ସୁନ୍ଦର, ଯୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମରାନ ମଲିକ

ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ: ଶିଖର ଧୱନ (କ୍ୟାପଟେନ), ରିଷଭ ପନ୍ତ (ଉପ-କ୍ୟାପଟେନ, ୱିକେଟ୍ କିପର), ଶୁଭମାନ ଗିଲ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ଡବ୍ଲୁ), ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଶାହାବାଜ ଅହମ୍ମଦ, ଯୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଦୀପକ ଚହର, କୁଲଦୀପ ସେନ, ଉମରାନ ମଲିକ ।

ବିରାଟ କୋହଲି, ରୋହିତ ଶର୍ମା, କେ.ଏଲ୍ ରାହୁଲ, ଦୀନେଶ କାର୍ତ୍ତିକ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମିଙ୍କ ଭଳି ବଡ ଖେଳାଳି ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଦଳର ଅଂଶ ରହିବେ ନାହିଁ । ଏହି ସମସ୍ତ ଖେଳାଳି ଟି -20 ବିଶ୍ୱକପ ୨୦୨୨ ପରେ ନିଜ ଘରକୁ ଫେରିବେ । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ କାର୍ଯ୍ୟସୂଚୀ • ୧୮ ନଭେମ୍ବର, ଶୁକ୍ରବାର: ପ୍ରଥମ ଟି -20, ୱେଲିଙ୍ଗଟନ୍ • ୨୦ ନଭେମ୍ବର, ରବିବାର: ଦ୍ୱିତୀୟ ଟି -20, ମାଉଣ୍ଟ ମାଉଙ୍ଗାନୁଇ • ୨୨ ନଭେମ୍ବର, ମଙ୍ଗଳବାର: ତୃତୀୟ ଟି -20, ଅକଲ୍ୟାଣ୍ଡ • ୨୫ ନଭେମ୍ବର, ଶୁକ୍ରବାର: ପ୍ରଥମ ଦିନିକିଆ, ଅକଲ୍ୟାଣ୍ଡ • ୨୭ ନଭେମ୍ବର, ରବିବାର: ୨ୟ ଦିନିକିଆ, ହାମିଲଟନ୍ • ୩୦ ନଭେମ୍ବର, ବୁଧବାର: ତୃତୀୟ ଦିନିକିଆ, କ୍ରାଇଷ୍ଟଚର୍ଚ ।
Published by:Soubhagya Mishra
First published: