News18 Odia Digital
IND vs NZ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ (IND vs NZ) ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ୧୨ ରନରେ ବାଜି ମାରିଛି। ଟିମ୍ ଇଣ୍ଡିଆ ହୁଏତ ଏକ ବିଜୟ ସହିତ ସିରିଜ୍ ଆରମ୍ଭ କରିଥାଇପାରେ, କିନ୍ତୁ ଏହି ସମୟ ମଧ୍ୟରେ ଆଇସିସି ଭାରତୀୟ ଦଳକୁ ଏକ ବଡ଼ ଝଟକା ଦେଇଛି। ସ୍ଲୋ ଓଭର ରେଟ ପାଇଁ ଟିମ୍ ଇଣ୍ଡିଆକୁ ମ୍ୟାଚ୍ ଫି’ର ୬୦ ପ୍ରତିଶତ ଜରିମାନା କରାଯାଇଛି।
ଦୁଇ ଦଳ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ଏମିରେଟ୍ସ ଆଇସିସି ଏଲିଟ୍ ପ୍ୟାନେଲ୍ ଅଫ୍ ମ୍ୟାଚ୍ ରେଫରିର ଜାଭାଗଲ ଶ୍ରୀନଥ ଭାରତକୁ ସେମାନଙ୍କ ଟାର୍ଗେଟରୁ ତିନି ଓଭର କମ୍ ଘୋଷଣା କରିଛନ୍ତି। ଖେଳାଳି ଓ ଖେଳାଳି ସହାୟକ କର୍ମଚାରୀଙ୍କ ପାଇଁ ଆଇସିସି ଆଚରଣ ସଂହିତା ର ଧାରା ୨.୨୨ ଅନୁଯାୟୀ, ସର୍ବନିମ୍ନ ଓଭର-ରେଟ୍ ଅପରାଧ ସମ୍ବନ୍ଧିତ, ପ୍ରତ୍ୟେକ ଓଭରରେ ସେମାନଙ୍କ ମ୍ୟାଚ ଫିସର ୨୦ପ୍ରତିଶତ ଜୋରିମାନା ଲଗାଯାଏ,ଯେତେବେଳେ ଖେଳାଳିମାନେ ଧାର୍ଯ୍ୟ ସମୟରେ ବୋଲିଂ କରିବାରେ ବିଫଳ ହୁଅନ୍ତି।
ଏଥିପାଇଁ ଭାରତର ଅଧିନାୟକ ରୋହିତ ଶର୍ମା ଦାୟୀ କରାଯାଇଛି। ସେ ନିଜ ଭୁଲ ମାନି ନେଇଥିଲେ, ତେଣୁ ଆନୁଷ୍ଠାନିକ ଶୁଣାଣି କରିବାର କୌଣସି ଆବଶ୍ୟକତା ନଥିଲା। ଫିଲ୍ଡ ଅମ୍ପାୟାର ଅନିଲ ଚୌଧୁରୀ ଏବଂ ନିତିନ ମେନନ, ତୃତୀୟ ଅମ୍ପାୟର କେ.ଏନ ଅନନ୍ତପଦ୍ମନାଭନ ଏବଂ ଚତୁର୍ଥ ଅମ୍ପାୟର ଜୟରାମନ ମାଡଙ୍ଗୋପାଲ ଏହି ଅଭିଯୋଗ ଆଣିଛନ୍ତି।
ଦୁଇ ଦଳ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ଶୁଭମାନ ଗିଲଙ୍କ ୨୦୮ ରନ୍ ଇନିଂସ ଆଧାରରେ ଟିମ୍ ଇଣ୍ଡିଆ ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୯ ରନ୍ ସଂଗ୍ରହ କରିଥିଲା। ଏହି ଲକ୍ଷ୍ୟର ଜବାବରେ ନ୍ୟୁଜିଲାଣ୍ଡ ଦଳ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲା, କିନ୍ତୁ ୪୯.୨ ଓଭରରେ ୩୩୭ ରନ୍ ସ୍କୋର କରିବା ପରେ ସେମାନେ ସମସ୍ତେ ଆଉଟ୍ ହୋଇଥିଲେ। ମାଇକେଲ ବ୍ରେସୱେଲ ନ୍ୟୁଜିଲ୍ୟାଣ୍ଡରୁ ସର୍ବାଧିକ ୧୪୦ ରନ୍ ସଂଗ୍ରହ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।