ବାରବାଟୀ ଟି 20 ମ୍ୟାଚ: ଟିମ ଇଣ୍ଡିଆରେ ନାହାଁନ୍ତି ବହୁ ସିନିୟର ଖେଳାଳୀ

ସେମିତି କେହି ଷ୍ଟାର ଖେଳାଳୀ ନଥିଲେ ମଧ୍ୟ ଭାରତୀୟ ଦଳରେ ଭଲ ଖେଳାଳିମାନେ ସ୍ଥାନ ପାଇଛନ୍ତି । ସିରିଜ ପାଇଁ ଘୋଷଣା ହୋଇଥିବା ଭାରତୀୟ ଓ ସାଉଥ ଆଫ୍ରିକା ଟିମର ଖେଳାଳି ଓ ସେମାନଙ୍କ ଦକ୍ଷତାକୁ ଏବେ ଠାରୁ ଆକଳନ ଆରମ୍ଭ କଲେଣି କ୍ରିକେଟ ପ୍ରେମୀ ।

ଟିମ ଇଣ୍ଡିଆରେ ନାହାଁନ୍ତି ବହୁ ସିନିୟର ଖେଳାଳି (ପ୍ରତୀକାତ୍ମକ ଛବି)

ଟିମ ଇଣ୍ଡିଆରେ ନାହାଁନ୍ତି ବହୁ ସିନିୟର ଖେଳାଳି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ବାରବାଟୀ ଟି 20କୁ ଆଉ ଗୋଟିଏ ସପ୍ତାହର ସମୟ ବାକି ଥିଲେ ମଧ୍ୟ ଜୁନ ୧୨ ତାରିଖର ଏହି ବହୁ ପ୍ରତୀକ୍ଷିତ ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ହୃଦସ୍ପନ୍ଦନ ବୃଦ୍ଧି ପାଇଛି । ବିଶେଷ କରି ଏହି ସିରିଜ ପାଇଁ ଘୋଷଣା ହୋଇଥିବା ଭାରତୀୟ ଓ ସାଉଥ ଆଫ୍ରିକା ଟିମର ଖେଳାଳି ଓ ସେମାନଙ୍କ ଦକ୍ଷତାକୁ ଏବେ ଠାରୁ ଆକଳନ ଆରମ୍ଭ କଲେଣି କ୍ରିକେଟ ପ୍ରେମୀ ।

ଭାରତୀୟ ଟିମରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସହ ରବିନ୍ଦ୍ର ଜାଡେଜା, ଆର.ଅଶ୍ବୀନ ଓ ଜଶପ୍ରିତ ବୁମରାଙ୍କ ଭଳି ସିନିୟର ଖେଳାଳୀମାନେ ଅନୁପସ୍ଥିତ ରହିଛନ୍ତି । ଅପରପକ୍ଷେ ଅଧିନାୟକ ଟିମ୍ବା ବାଭୁମାଙ୍କ ନେତୃତ୍ବରେ ଆସୁଥିବା ଦକ୍ଷିଣ ଆଫ୍ରିକା ଟିମରେ କ୍ୟୁଇଣ୍ଟନ ଡିକକ୍, ଡେଭିଡ଼ ମିଲର ଓ ରବାଡ଼ା, କେଶବ ମହାରାଜଙ୍କ ଭଳି ବହୁ ଅଭିଜ୍ଞ ତଥା ଦକ୍ଷ ଖେଳାଳି ସ୍ଥାନ ପାଇଛନ୍ତି । ତେବେ ଦକ୍ଷିଣ ଆଫ୍ରିକା ଟିମରେ ଭାରତୀୟ ଟିମ ଅପେକ୍ଷା ଦକ୍ଷ ଖେଳାଳି ଥିଲେ ମଧ୍ୟ ବାରବାଟୀରେ ଟିମ ଇଣ୍ଡିଆର ପ୍ରଦର୍ଶନ ଭଲ ରହିବ ବୋଲି କହିଛନ୍ତି କ୍ରିକେଟ ପ୍ରେମୀ ।

"ଦକ୍ଷିଣ ଆଫ୍ରିକା ଟିମ ବାସ୍ତବିକ ଏକ ସନ୍ତୁଳିତ ଟିମ୍ । କିନ୍ତୁ ସେମିତି କେହି ଷ୍ଟାର ଖେଳାଳୀ ନଥିଲେ ମଧ୍ୟ ଭାରତୀୟ ଦଳରେ ଭଲ ଖେଳାଳିମାନେ ସ୍ଥାନ ପାଇଛନ୍ତି । ଯଦି ଟିମ ଇଣ୍ଡିଆର ମିଡିଲ୍ ଅର୍ଡର ଭଲ ପ୍ରଦର୍ଶନ କଲା ତେବେ ମ୍ୟାଚରେ ବିଜୟ ସୁନିଶ୍ଚିତ," କହିଛନ୍ତି କଟକ ବାସିନ୍ଦା ସନ୍ତୋଷ ସାହୁ ।

ଆସନ୍ତା ଜୁଲାଇ ଏକ ତାରିଖରୁ ବମିଂହମ ଠାରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ଦୃଷ୍ଟିରେ ରଖି ଚୟନକର୍ତ୍ତାମାନେ ଦକ୍ଷିଣ ଆଫ୍ରିକା ଟି-20 ସିରିଜରୁ ଭାରତୀୟ ଟିମର ସିନିୟର ଖେଳାଳିମାନଙ୍କୁ ବାଦ ଦେଇଛନ୍ତି । ତେବେ ଟି-20 ସିରିଜ ପାଇଁ କେ.ଏଲ ରାଉଲଙ୍କ ନେତୃତ୍ବରେ ଗଠିତ ହୋଇଥିବା ଟିମ ଇଣ୍ଡିଆର ସ୍କାର୍ଡରେ ଋଷବ ପନ୍ଥ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାରଙ୍କ ଭଳି ଅନେକ ବରିଷ୍ଠ ଖେଳାଳି ରହିଛନ୍ତି ।

"ଦକ୍ଷିଣ ଆଫ୍ରିକା ବିପକ୍ଷ ଯେଉଁ ମ୍ୟାଚ ଅଛି ତାହା ଟି-20 ଫର୍ମାଟରେ ଅଛି । ଏହି ଫର୍ମାଟରେ ଯୁବ ପ୍ରତିଭାଙ୍କ ଆବଶ୍ୟକତା ବହୁତ ରହିଛି । ମୋତେ ଲାଗୁଛି କି ଏହି ଯେଉଁ ଟିମଟି ପ୍ରସ୍ତୁତ ହୋଇଛି, ତାହା ଟି-20 ଫର୍ମାଟ ସହିତ ଭାରତୀୟ ପାଣିପାଗକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି," କହିଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରଓ୍ବାଲ ।
Published by:Soumya Das
First published: