IND vs WI 3rd ODI: ୧୧୯ ରନରେ ହରାଇ ୩-୦ରେ ସିରିଜ ଜିତିଲା ଟିମ ଇଣ୍ଡିଆ

ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୧୧୯ ରନରେ ପରାସ୍ତ କରିଛି। ଏହା ସହ ଭାରତ ODI ସିରିଜକୁ ୩-୦ରେ ଜିତି ନେଇଛି।

ଟିମ ଇଣ୍ଡିଆ (ପ୍ରତୀକାତ୍ମକ ଛବି)

ଟିମ ଇଣ୍ଡିଆ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ତ୍ରିନିଦାଦର କ୍ୱିନସ ପାର୍କ ଓଭାଲରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୧୧୯ ରନରେ ପରାସ୍ତ କରିଛି। ଏହା ସହ ଭାରତ ODI ସିରିଜକୁ ୩-୦ରେ ଜିତି ନେଇଛି। ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଏକଦିବସୀୟ ସିରିଜରେ ୱେଷ୍ଟଇଣ୍ଡିଜକୁ ନିଜ ଜାଗାରେ କ୍ଲିନ ସ୍ୱିପ କରିଛି।

ଏକାଧିକ ବାର ବର୍ଷା ସତ୍ତ୍ୱେ ହୋଇଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦୁଇ ଓପନର ଶିଖର ଧାୱନ ଓ ଶୁବମନ ଗିଲ୍‌ ଦାୟିତ୍ବବାନ ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

ଧାୱନ ବ୍ୟକ୍ତିଗତ ୫୮ ରନ୍‌ରେ ପ୍ରଥମ ୱିକେଟ୍ ଭାବେ ପ୍ରତିପକ୍ଷ ସ୍ପିନର ହେଡେନ୍ ୱାଲ୍ସଙ୍କ ଶିକାର ହୋଇଥିଲେ । ଏହା ପୂର୍ବରୁ ଅବଶ୍ୟ ସେ ଓ ଗିଲ୍‌ ପ୍ରଥମ ୱିକେଟ୍‌ରେ ୧୧୩ ରନ୍ ଯୋଡ଼ି ସାରିଥିଲେ । ଧାୱନ୍ ଆଉଟ୍ ହେବାର ମାତ୍ର କିଛି ମିନିଟ୍ ପରେ ଓ ଭାରତ ପାଳିର ୨୪ ଓଭରରେ ବର୍ଷା ଆରମ୍ଭ ହୋଇଯାଇଥିଲା । ସେଥିପାଇଁ ଖେଳ ପାଖାପାଖି ଦେଢ଼ ଘଣ୍ଟା ବନ୍ଦ ରହିଥିଲା। ପୁନର୍ବାର ଖେଳ ଆରମ୍ଭ ହେବା ପରେ ଭାରତ ପାଳିର ଆଉ କେବଳ ୧୨ ଓଭର ସମ୍ଭବ ହୋଇଥିଲା । ତେବେ ପ୍ରଥମ ପାଳିର ସମୟ ସରିଯାଇଥିବାରୁ ଦଳୀୟ ପାଳି ସେହି ୨୨୫/୩ ସ୍କୋର୍‌ରେ ଶେଷ ହୋଇଯାଇଥିଲା। ସେହି ସମୟରେ ଶୁବମନ ୯୮ ଓ ସଞ୍ଜୁ ସାମସନ ୬ ରନ୍ କରି ଅପରାଜିତ ରହିଥିଲେ ।
Published by:Soumya Das
First published: