IND vs AUS: ଅଢେଇ ଦିନରେ ଲଢ଼େଇ ଶେଷ; ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବଡ଼ ବିଜୟ

IND vs AUS: ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ୪ଟିକିଆ ଟେଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି ଏବଂ ନିଜର ସ୍ଥିତିକୁ ମଜବୁତ କରିବାରେ ସଫଳ ହୋଇଛି।

ଟିମ ଇଣ୍ଡିଆର ବଡ଼ ବିଜୟ

ଟିମ ଇଣ୍ଡିଆର ବଡ଼ ବିଜୟ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

IND vs AUS: ଭାରତୀୟ କ୍ରିକେଟ୍ ଦଳ ବର୍ଡର-ଗାଭାସ୍କର ଟ୍ରଫିରେ ଏକ ବଡ଼ ସଫଳତା ଅର୍ଜନ କରିଛି। ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୧୩୨ ରନରେ ପରାସ୍ତ କରିଛି।

ଭାରତୀୟ ସ୍ପିନରଙ୍କ ଆଗରେ ଆଣ୍ଠେଇଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ। ଇନିଂସ ପରାଜୟ ବରଣ କଲା ଅଷ୍ଟ୍ରେଲିଆ। ଗୋଟିଏ ଇନିଂସ ଏବଂ ୧୩୨ ରନରେ ହାରିଲା କଙ୍ଗାରୁ ଦଳ।

ବର୍ଡର-ଗାଭାସ୍କର ୪ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତି ଏବେ ୧-୦ରେ ଅଗ୍ରଣୀ ଅଛି ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସରେ ୯୧ ରନ୍‌ରେ ଅଲଆଉଟ୍ ହୋଇଛି। କେବଳ ଷ୍ଟିଭେନ୍‌ ସ୍ମିଥ୍‌ ୨୫ ରନ୍‌ କରି ଲଢ଼େଇ ଜାରି ରଖିବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

ଟିମ୍‌ ଇଣ୍ଡିଆ ପକ୍ଷରୁ ଅଫ୍‌ ସ୍ପିନର ରବି ଚନ୍ଦ୍ରନ ଅଶ୍ବିନୀ ୫ଟି ୱିକେଟ୍ ନେଇଥିବାବେଳେ ରବିନ୍ଦ୍ର ଜାଡେଜା ୨ଟି, ସାମି ୨ଟି ଏବଂ ଅକ୍ଷର ପଟେଲ ଗୋଟିଏ ୱିକେଟ୍‌ ନେଇଛନ୍ତି।

ଗତକାଲିର ଅସମାପ୍ତ ସ୍କୋର ୭ ୱିକେଟ ବିନିମୟରେ ୩୨୧ ରନରୁ ଖେଳ ଆରମ୍ଭ କରିଥିଲା ଘରୋଇ ଦଳ। ରବୀନ୍ଦ୍ର ଜାଡେଜା ୭୦ ରନ୍ କରି ଆଉଟ ହୋଇଥିଲେ। ପରେ ନବମ ୱିକେଟ ପାଇଁ ଅକ୍ଷର ପଟେଲ ଏବଂ ମହମ୍ମଦ ସାମି ୫୨ ରନ୍ ଯୋଡ଼ିଥିଲେ। ସାମି ୩୭ ରନ୍ କରିବା ପରେ ଅକ୍ଷର ମହମ୍ମଦ ସିରାଜଙ୍କୁ ନେଇ ଅନ୍ତିମ ୱିକେଟ ପାଇଁ ୨୦ ରନ୍ ଯୋଗ କରିଥିଲେ। ଅକ୍ଷର ୧୭୪ ବଲରୁ ୧୦ ଚୌକା ଏବଂ ଗୋଟିଏ ଛକା ସହ ୮୪ ରନର ଇନିଂସ ଖେଳିଥିଲେ।

ଡେଭିଡ୍ ୱାର୍ଣ୍ଣର ୧୩.୫ ଓଭରରେ ଆଉଟ୍ ହୋଇଥିଲେ। ସେତେବେଳେ ଦଳୀୟ ସ୍କୋର ମାତ୍ର ୩୪ରେ ପହଞ୍ଚିଥିଲା। ଅଶ୍ୱିନ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ଦେଇଥିଲେ। ସେ ୪୧ଟି ବଲ୍‌ରୁ ମାତ୍ର ୧୦ ରନ୍ କରିଥିଲେ। ୱାର୍ଣ୍ଣର ଆଉଟ୍ ହେବା ପରେ ଗୋଟିଏ ପଟରେ ଷ୍ଟିଭେନ୍ ସ୍ମିଥ୍ ରହିଥିବା ବେଳେ ଜଣେ ପରେ ଜଣେ ବ୍ୟାଟ୍ସର ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଯାଇଥିଲେ। ମ୍ୟାଟ୍ ରେନ୍‌ଶ’ ୨, ପିଟର ହ୍ୟାଣ୍ଡସ୍କମ୍ବ ୬, ଆଲେକ୍ସ କ୍ୟାରୀ ୧୦, ପ୍ୟାଟ୍ କମିନ୍‌ସ ୧, ଟଡ୍ ମର୍ଫୀ ୨, ନାଥନ ଲିୟନ ୮ ରନ୍‌ରେ ଓ ସ୍କଟ୍ ବୋଲାଣ୍ଡ ଶୂନରେ ଆଉଟ୍ ହୋଇଥିଲେ। ଷ୍ଟିଭେନ୍ ସ୍ମିଥ୍ ୫୧ଟି ବଲ୍‌ରୁ ୨୫ ରନ୍ କରି ଅପରାଜିତ ରହିଥିଲେ।
Published by:Lipina Das
First published: