News18 Odia Digital
ଜୋହାନ୍ସବର୍ଗ : ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆକୁ (Team India) ଜିତାଇବାର ଦାୟିତ୍ ବର୍ତ୍ତମାନ ବ୍ୟାଟ୍ସମ୍ୟାନମାନଙ୍କ ଉପରେ । ମଙ୍ଗଳବାର ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ ଦଳ ଦ୍ୱିତୀୟ ଇନିଂସରେ ଦୁଇ ୱିକେଟ୍ ହରାଇ ୮୫ ରନ୍ କରିଥିଲା । ଆଉ ଆଠ ୱିକେଟ୍ ବାକି ରହି ଦଳ ୫୮ ରନର ଆଗୁଆ ରହିଛି ।
ୱାଣ୍ଡର୍ସ ଗ୍ରାଉଣ୍ଡରେ ତୃତୀୟ ଦିନ ବ୍ୟାଟିଂ ପାଇଁ ଖୁବ୍ ଭଲ ରହିବ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର୍ କରିବାକୁ ଚାହୁଁଛନ୍ତି । ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨୦୨ ରନ୍ ସ୍କୋର୍ କରିଥିବା ବେଳେ ଦକ୍ଷିଣ ଆଫ୍ରିକା (India Vs South Africa) ୨୨୯ ରନ୍ ସଂଗ୍ରହ କରିଛି । ଏହି ପରି ପ୍ରଥମ ଇନିଂସ ଆଧାରରେ ଆୟୋଜକମାନଙ୍କୁ ୨୭ ରନରେ ଅଗ୍ରଣୀ ହେବାର ଲାଭ ମିଳିଥିଲା । ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତୀୟ ଦଳ ବର୍ତ୍ତମାନ ୧-୦ରେ ଆଗରେ ରହିଛି ।
ଏହା ବି ପଢ଼ନ୍ତୁ | ‘‘ ୨୦୨୪ରେ ମୋଦି ଓ ନବୀନ ଆଉ ସରକାରକୁ ଫେରିବେ ନାହିଁ ,’’ କହିଲେ କଂଗ୍ରେସ ନେତା ଅନିଲ ଶର୍ମା ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ (Team India) ଏକ ଭଲ ଆରମ୍ଭ କରିପାରି ନ ଥିଲା । କ୍ୟାପଟେନ୍ କେ.ଏଲ୍. ରାହୁଲ (KL Rahul) ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ । କିନ୍ତୁ ଦ୍ୱିତୀୟ ଇନିଂସରେ ସେ ମାତ୍ର ଆଠ ରନ୍ ସ୍କୋର କରିପାରିଥିଲେ । ତାଙ୍କୁ ଦ୍ରୁତ ବୋଲର୍ ମାର୍କୋ ଜେନସେନ୍ ଆଉଟ୍ କରିଥିଲେ । ତା’ ପରେ ମୟଙ୍କ ଅଗ୍ରୱାଲ (Mayank Agrawal) ୨୩ ରନ୍ ସ୍କୋର କରି ଡୁନାନେ ଓଲିଭିଅରଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଚେତେଶ୍ୱର ପୂଜାରା (Cheteshwar Pujara) ୩୫ରେ ଖେଳୁଛନ୍ତି ଓ ଅଜିଙ୍କ୍ୟ ରାହାଣେ (Ajinkya Rahane) ୧୧ ରନ୍ ସ୍କୋର କରିଛନ୍ତି । ଉଭୟ ବ୍ୟାଟ୍ସମ୍ୟାନ୍ ଏ ପର୍ଯ୍ୟନ୍ତ ୪୧ ରନର ଅପରାଜିତ ଭାଗିଦାରୀ କରିଛନ୍ତି ।
ଏହା ବି ପଢ଼ନ୍ତୁ | ବଲାଙ୍ଗିରରେ ଥାନା ବାବୁଙ୍କୁ ମହଙ୍ଗା ପଡ଼ିଲା ନୂଆ ବର୍ଷ ଭୋଜି ; ଗାଁ ଲୋକର ଛେଳି କାଟି ଖାଇଥିଲେ ପୂଜାରା ଭଲ ଖେଳୁଛନ୍ତି, ସାତଟି ଚୌକା ମାରିଛନ୍ତି ଗତ ଦୁଇ ବର୍ଷ ମଧ୍ୟରେ ଚେତେଶ୍ୱର ପୂଜାରାଙ୍କର ଟେଷ୍ଟରେ ପ୍ରଦର୍ଶନ ଭଲ ରହି ନାହିଁ । ହେଲେ ଏହି ଇନିଂସ ତାଙ୍କ କରିୟର୍ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ସେ ଏ ପର୍ଯ୍ୟନ୍ତ ଦ୍ୱିତୀୟ ଇନିଂସରେ ୪୨ଟି ବଲ୍ ସାମନା କରିଛନ୍ତି । ସେ ସାତଟି ଚୌକା ମାରି ଅପରାଜିତ ୩୫ ରନ୍ କରି ଖେଳୁଛନ୍ତି । ତାଙ୍କର ଷ୍ଟ୍ରାଇକ୍ ହାର ୮୩.୮୩ ରହିଛି । ଅଜିଙ୍କ୍ୟ ରାହାଣେ (Ajinkya Rahane) ୨୨ଟି ବଲରୁ ୧୧ ରନ୍ ସଂଗ୍ରହ କରି ଖେଳୁଛନ୍ତି । ସେ ଗୋଟିଏ ଚୌକା ବି ମାରିଛନ୍ତି ।
ଏହା ବି ପଢ଼ନ୍ତୁ | ଆସିଲା ଜାନୁଆରୀ ପାଇଁ କୋଭିଡ ଗାଇଡଲାଇନ୍; ରାଜ୍ୟର ସବୁ ସହରରେ ନାଇଟ୍ କର୍ଫ୍ୟୁ ଜାରି ହେବ ଶାର୍ଦ୍ଦୁଲ ଠାକୁର ୭ ୱିକେଟ୍ ନେଇ ପ୍ରତ୍ୟାବର୍ତ୍ତନ କଲେ ଏହା ପୂର୍ବରୁ ଦ୍ରୁତ ବୋଲର୍ ଶାର୍ଦ୍ଦୁଲ ଠାକୁର (Shardul Thakur) ପ୍ରଥମ ଇନିଂସରେ ସାତ ୱିକେଟ୍ ନେଇ ୨୨୯ ରନରେ ଦକ୍ଷିଣ ଆଫ୍ରିକାକୁ (South Africa) ଅଟକାଇଥିଲେ । ଏହା ଥିଲା ୱାଣ୍ଡର୍ସ ଗ୍ରାଉଣ୍ଡରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ବୋଲର୍ ସାତଟି ୱିକେଟ୍ ନେବା ଘଟଣା । ତେମ୍ବା ବାଭୁମା ୫୧ ରନଂ ସଂଗ୍ରହ କରିଥିଲେ ଓ କିଗାନ୍ ପିଟରସେନ୍ ୬୨ ରନ୍ ସଂଗ୍ରହ କରିଥିଲେ । ମହମ୍ମଦ୍ ଶାମି (Mohammad Shami) ମଧ୍ୟ ଦୁଇଟି ୱିକେଟ୍ ନେଇଥିଲେ ।
Published by: Anand S.T. Das
First published: January 04, 2022, 22:00 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।