ଆଫଗାନିସ୍ତାନରେ ଆତଙ୍କ ରାଜ୍: ତାଲିବାନ୍ ଜଣେ ମହିଳା ଭଲିବଲ୍ ଖେଳାଳିଙ୍କ ମୁଣ୍ଡ କାଟ କଲା

Taliban behead woman volleyball player in Afghanistan | ତାଲିବାନ୍ ଆଫଗାନିସ୍ଥାନକୁ ନିଜ ନିୟନ୍ତ୍ରଣକୁ ନେବା ପୂର୍ବରୁ ଏହି ଯୁବ ଖେଳାଳି କାବୁଲ ମ୍ୟୁନିସିପାଲିଟି ଭଲିବଲ୍ କ୍ଲବ୍ ପାଇଁ ଖେଳିଥିଲେ ଓ ସେହି କ୍ଲବର ଅନ୍ୟତମ ତାରକା ଖେଳାଳି ଥିଲେ । ସୋସିଆଲ୍ ମିଡି଼ଆରେ ତାଙ୍କ କଟା ମୁଣ୍ଡ ଓ ରକ୍ତ ଜୁଡୁବୁଡୁ ଅବସ୍ଥାର ଫଟୋ ଦେଖିବାକୁ ମିଳିଥିଲା ।

ସାଥୀ ଖେଳାଳିମାନଙ୍କ ସହ ମାହଜବିନ ହାକିମି (Mahjabin Hakimi) (ଫଟୋ: ଟ୍ୱିଟର୍)

ସାଥୀ ଖେଳାଳିମାନଙ୍କ ସହ ମାହଜବିନ ହାକିମି (Mahjabin Hakimi) (ଫଟୋ: ଟ୍ୱିଟର୍)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଆଫଗାନିସ୍ଥାନରୁ (Afghanistan) ପୁଣି ଏକ ହୃଦୟବିଦାରକ ଖବର ଆସିଛି । ତାଲିବାନ (Taliban) ଆତଙ୍କବାଦୀମାନେ ଆଫଗାନିସ୍ଥାନର ଜୁନିୟର୍‌ ମହିଳା ଜାତୀୟ ଭଲିବଲ୍‌ ଦଳର ଜଣେ ସଦସ୍ୟାଙ୍କ ମୁଣ୍ଡ କାଟି ଦେଇଛନ୍ତି (Afghanistan volleyball team)

ଏକ ସାକ୍ଷାତକାରରେ ମହିଲା ଭଲିବଲ୍‌ ଦଳର କୋଚ୍ କହିଛନ୍ତି ଯେ ଏହି ଅକ୍ଟୋବର୍‌ ମାସରେ ତାଲିବାନ ମାହଜବିନ ହାକିମି (Mahjabin Hakimi) ନାମକ ଜଣେ ମହିଳା ଖେଳାଳିଙ୍କୁ ହତ୍ୟା କରିଛି । କିନ୍ତୁ ଏହି ଭୟଙ୍କର ହତ୍ୟା ବିଷୟରେ କେହି ଜାଣି ନ ଥିବାରୁ ଆତଙ୍କବାଦୀମାନେ ତାଙ୍କ ପରିବାରକୁ ଏହା ବିଷୟରେ କଥାବାର୍ତ୍ତା ନ କରିବାକୁ ଧମକ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଚାଞ୍ଚଲ୍ୟ: ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ସ୍କୁଲ୍ମାଲିକ ଗୋବିନ୍ଦ ସାହୁ ହତ୍ୟା କରି ପୋଡ଼ିବା ପରେ ପୋତି ଦେଇଥିଲା

ଆଫଗାନିସ୍ଥାନରେ ଅଶରଫ ଘନି ସରକାରର ପତନ ହେବା ପୂର୍ବରୁ ମହଜବିନ କାବୁଲ ମ୍ୟୁନିସିପାଲିଟି ଭଲିବଲ୍‌ କ୍ଲବ୍‌ ପାଇଁ ଖେଳିଥିଲେ ଓ ସେହି କ୍ଲବର ଅନ୍ୟତମ ତାରକା ଖେଳାଳି ଥିଲେ । ତା’ପରେ କିଛି ଦିନ ତଳେ ସୋସିଆଲ୍‌ ମିଡି଼ଆରେ ତାଙ୍କ କଟା ମୁଣ୍ଡ ଓ ରକ୍ତ ଜୁଡୁବୁଡୁ ଅବସ୍ଥାର ଫଟୋଗୁଡ଼ିକ ଦେଖିବାକୁ ମିଳିଥିଲା ।

ଏହା ବି ପଢ଼ନ୍ତୁ | ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତାବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘ

ଆଫଗାନିସ୍ତାନ ମହିଳା ଜାତୀୟ ଭଲିବଲ୍‌ ଦଳର କୋଚ୍‌ କହିଛନ୍ତି ଯେ ଅଗଷ୍ଟରେ ତାଲିବାନ ଦେଶ ଉପରେ ପୂରା ନିୟନ୍ତ୍ରଣ କରିବା ପୂର୍ବରୁ ଦଳର ଦୁଇ ଜଣ ଖେଳାଳି ଦେଶରୁ ପଳାୟନ କରିବାରେ ସକ୍ଷମ ହୋଇଥିଲେ । ପଛରେ ରହିଯାଇଥିବା ଅନେକ ହତଭାଗ୍ୟ ମହିଳା କ୍ରୀଡ଼ାବିତଙ୍କ ମଧ୍ୟରେ ମହଜାବିନ ହାକିମି ବି ଥିଲେ ବୋଲି ସେ କହିଛନ୍ତି ।

ତାଲିବାନ ମନ ଇଚ୍ଛା ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରୁଛି  (ଫାଇଲ୍‌ ଫଟୋ)


ଏହା ବି ପଢ଼ନ୍ତୁ | ଢେଙ୍କାନାଳ: ଟଙ୍କା ଭର୍ତ୍ତି ବ୍ୟାଙ୍କ୍ଗାଡି଼ ଲୁଟିଥିଲେ, ମାତ୍ର ଧରାପଡ଼ିଗଲେ; କୋଟି ଟଙ୍କା ଜବତ, ଗିରଫ

ଦେଶରେ ସରକାରର କାର୍ଯ୍ୟଭାର ନେବା ପରଠାରୁ ତାଲିବାନ ଆତଙ୍କବାଦୀମାନେ ମହିଳା ଆଥଲେଟମାନଙ୍କୁ ଚିହ୍ନଟ କରି ଶିକାର କରିବାକୁ ଚେଷ୍ଟା କରିଆସୁଛନ୍ତି । ଆଫଗାନିସ୍ତାନ କୋଚ୍‌ କହିଛନ୍ତି ଯେ ଆଫଗାନିସ୍ତାନ ମହିଳା ଭଲିବଲ ଦଳର ସଦସ୍ୟାମାନଙ୍କୁ ଓ ବିଦେଶୀ ତଥା ଘରୋଇ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିବା ଓ ଅତୀତରେ ମିଡି଼ଆ କାର୍ଯ୍ୟକ୍ରମରେ ଭାଗ ନେଇଥିବା ମହିଳା ଖେଳାଳିମାନଙ୍କୁ ତାଲିବାନ୍‌ ବିଶେଯ ଆଗ୍ରହରେ ଖୋଜୁଛି ।

ଏହା ବି ପଢ଼ନ୍ତୁ | ଆସିଲା ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ପୋଷ୍ଟ ମର୍ଟମ୍ ରିପୋର୍ଟ: ଶ୍ୱାସରୁଦ୍ଧ ହେବାରୁ ମୃତ୍ୟୁ ଘଟିଛି; ଶେଷ ଫଟୋ ବି ମିଳିଲା

‘‘ଭଲିବଲ୍ ଟିମର ସବୁ ଖେଳାଳି ଓ ବାକି ମହିଳା ଆଥଲେଟମାନେ ଏବେ ବଡ଼ ଖରାପ ଅବସ୍ଥାରେ ଅଛନ୍ତି । ସେମାନେ ନିରାଶା ଓ ଭୟରେ ଜୀବନ ବିତାଉଛନ୍ତି । ସମସ୍ତେ ପଳାୟନ କରି ଅଣ୍ଡରଗ୍ରାଉଣ୍ଡରେ ରହିବାକୁ ବାଧ୍ୟ ହୋଇଛନ୍ତି,’’ କହିଛନ୍ତି ମହିଳା ଭଲିବଲ୍‌ ଟିମର କୋଚ୍‌ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଭିନେତା-MP ଅନୁଭବ ମହାନ୍ତି ନିଜ ନୂଆ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ସହ ଫଟୋ ଶେୟାର୍ କଲେ

ଆଫଗାନିସ୍ତାନର ଜାତୀୟ ମହିଳା ଭଲିବଲ୍ ଟିମ୍‌ ୧୯୭୮ରେ ପ୍ରତିଷ୍ଠିତ ହୋଇଥିଲା ଓ ଏହା ଦେଶର ଯୁବତୀମାନଙ୍କ ପାଇଁ ଦୀର୍ଘ ଦିନରୁ ଆଶା ଓ ସଶକ୍ତିକରଣର ଆଲୋକ ଆଣୁଥିଲା । ତେବେ ମାହଜାବିନଙ୍କ ମୃତ୍ୟୁ ପରେ ତାଲିବାନ୍‌ ଦେଶର ମହିଳା ଖେଲାଳିମାନଙ୍କୁ ଟାର୍ଗେଟ୍‌ କରୁଥିବାର ଭୟ ସୃଷ୍ଟି ହୋଇଛି । ମହିଳା ଭଲିବଲ୍‌ ଟିମ୍‌ ଆଫଗାନିସ୍ତାନ୍‌ ଛାଡିବାକୁ ବିଦେଶୀ ସଙ୍ଗଠନମାନଙ୍କଠାରୁ ଓ ବିଭିନ୍ନ ଦେଶର ସରକାରଙ୍କଠାରୁ ସମର୍ଥନ ହାସଲ କରିବାକୁ ଉଦ୍ୟମ କରୁଛି, ହେଲେ ଏ ପର୍ଯ୍ୟନ୍ତ ସେଥିରେ ବିଫଳ ହୋଇଛି ।

ଏହା ବି ପଢ଼ନ୍ତୁ | BJP ନେତା ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଚିଲିକାର BJD ବିଧାୟକ ଗିରଫ ହୋଇ ଜେଲ୍ ଗଲେ

ନିକଟରେ ଫିଫା (FIFA) ଓ କତାର (Qatar) ସରକାର ଆଫଗାନିସ୍ଥାନର ଜାତୀୟ ମହିଳା ଫୁଟବଲ୍‌ ଦଳର ସଦସ୍ୟା ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ୧୦୦ରୁ ଅଧିକ ମହିଳା ଫୁଟବଲ୍‌ ଖେଳାଳିଙ୍କୁ ସଫଳତାର ସହ ଦେଶରୁ ବାହାରକୁ ନେଇଥିଲା ।

ଏହା ବି ପଢ଼ନ୍ତୁ | ଚାନ୍ଦିପୁର ITR ତଥ୍ୟ ଲିକ୍ମାମଲା: ପାକିସ୍ତାନରେ ରହି ଫେସବୁକ୍ଆକାଉଣ୍ଟ୍ଚଳାଉଥିଲେ ସେହି ଯୁବତୀ

ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେବା ପରଠାରୁ ସେଠାରେ କ୍ରୀଡ଼ା, ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ସବୁଠି ମହିଳାମାନଙ୍କ କାର୍ଯ୍ୟକଳାପ ବନ୍ଦ ହୋଇଯାଇଛି । ଅଧିକାଂଶ ଆଫଗାନୀ ଝିଅମାନଙ୍କୁ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିବାରୁ ବାରଣ କରାଯାଇଛି ।
Published by:Anand S.T. Das
First published: