News 18 Odia Digital
ନୂଆଦିଲ୍ଲୀ: ଟି-୨୦ ମହିଳା ବିଶ୍ୱକପର (t 20 women's world cup) ପ୍ରଥମ ସେମିଫାଇନାଲ ଆଜି ଖେଳାଯିବ । ପ୍ରଥମ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ (team india) । ଭାରତରେ ଆୟୋଜିତ ଗତ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଫାଇନାଲ୍ ଏବଂ ଗତ ବର୍ଷ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ (gold medal) ମୁକାବିଲାରେ ଭାରତକୁ ଅଷ୍ଟ୍ରେଲିଆ ହରାଇଥିଲା।
୨୦୧୭ ଦିନିକିଆ ବିଶ୍ୱକପ୍ର ଫାଇନାଲ୍ ପହଞ୍ଚିବା ପରେ ଭାରତରେ ମହିଳା କ୍ରିକେଟ୍ର ଉନ୍ନତି ହୋଇଛି। ହର୍ମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟରେ ୪ରୁ ୩ ମ୍ୟାଚ୍ ଜିତି ସେମିଫାଇନାଲ୍ରେ ପହଞ୍ଚିଛି। କେବଳ ଗ୍ରୁପ୍ ବିଜେତା ଇଂଲଣ୍ଡଠୁ ଅଳ୍ପରେ ହାରିଯାଇଥିଲା। ଏହାକୁ ଦେଖିଲେ ଭାରତ ବଡ଼ ମ୍ୟାଚ୍ରେ ସବୁ ସମସ୍ୟାର ସମାଧାନ କରିବାର ଆବଶ୍ୟକତା ରହିଛି। ଓପନିଂରେ ରିଚା ଘୋଷଙ୍କ ଛଡ଼ା ଅନ୍ୟ ବ୍ୟାଟର୍ ରନ୍ ପାଇଁ ସଂଘର୍ଷ କରୁଛନ୍ତି । ଅଧିନାୟିକା ହର୍ମନପ୍ରୀତ ଏପର୍ଯ୍ୟନ୍ତ ଭଲ କରିନଥିବାରୁ ଚାପରେ ରହୁଛନ୍ତି। ଜେମିମା ରଡ୍ରିଗୁଏଜ ଭଲ କରିଛନ୍ତି କିନ୍ତୁ ଦଳ ପାଇଁ ତାଙ୍କୁ ଆହୁରି ଅବଦାନ ରଖିବାକୁ ପଡ଼ିବ। ତାରକା ବ୍ୟାଟର୍ ସ୍ମୃତି ମନ୍ଧାନାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରେଷ୍ଠ ଦେବାକୁ ପଡ଼ିବ।
ଏହି ଖବର ପଢ଼ନ୍ତୁ -
http://ମଝି ଆକାଶରେ ଜୀବନ ବଞ୍ଚାଇଲେ ଜଗତସିଂହପୁର ସାଂସଦ ଡା ରାଜଶ୍ରୀ ମଲ୍ଲିକବୋଲିଂରେ ଦ୍ରୁତ ବୋଲର ରେଣୁକା ଠାକୁର ସିଂହ ୭ ୱିକେଟ୍ ନେଇ ଆଗରେ ରହିଛନ୍ତି । ସ୍ପିନ ଅଲ୍ରାଉଣ୍ଡର ଦୀପ୍ତି ଶର୍ମାଙ୍କ ପ୍ରଦର୍ଶନ ସ୍ଥିର ରହିଛି। ପୂଜା ବସ୍ତ୍ରକାର, ରାଜେଶ୍ୱରୀ ଗାଏକ୍ୱାଡ ଓ ରାଧା ଯାଦବ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ କରିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ମେଗ୍ ଲାନିଂଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆ ଲଗାତାର ୨୨ଟି ଟ୍ବେଣ୍ଟି-୨୦ ବିଜୟ ସହ ସେମିଫାଇନାଲ୍ରେ ପହଞ୍ଚିଛି। ଶୁକ୍ରବାର ଅନ୍ୟ ଏକ ସେମିଫାଇନାଲ୍ରେ ଇଂଲଣ୍ଡକୁ ଭେଟିବ ଦକ୍ଷିଣ ଆଫ୍ରିକା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।