ମ୍ୟାଚର ୨୪ ଘଣ୍ଟା ପୂର୍ବରୁ ଟିମ୍ ଘୋଷଣା କଲା ପାକିସ୍ତାନ
News18 Odia Digital
ନୂଆ ଦିଲ୍ଲୀ: ରବିବାର ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ବକପର ଦ୍ବିତୀୟ ଦିନରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଭାରତ ବିପକ୍ଷରେ ହାଇ ଭୋଲଟେଜ୍ ମ୍ୟାଚ୍ ପାଇଁ ପାକିସ୍ତାନ ଏକ ୧୨ ଜଣିଆ ଦଳ ଘୋଷଣା କରିଛି। ଦଳର କ୍ୟାପଟେନଶିପ୍ ବାବର ଆଜମଙ୍କ ହାତରେ ରହିବ। ଭାରତ ବିପକ୍ଷ ବଡ଼ ମ୍ୟାଚ୍ ହେତୁ ଶୋଏବ ମଲ୍ଲିକ ଓ ମହମ୍ମଦ ହାଫିଜଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ । ଏହି ମ୍ୟାଚର ୨୪ ଘଣ୍ଟା ପୂର୍ବରୁ ପାକିସ୍ତାନ ନିଜ ଦଳ ଘୋଷଣା କରିଛି।
ଏହି ୧୨ ଖେଳାଳିଙ୍କ ମଧ୍ୟରୁ ପ୍ଲେ -୧୧ ଚୟନ କରାଯିବ । ଆଇସିସି ରାଙ୍କିଙ୍ଗରେ ଭାରତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ପାକିସ୍ତାନ ତୃତୀୟ ସ୍ଥାନରେ ରହିଛି। ଟି -୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନର ଦଳ ପାଞ୍ଚ ଥର ମୁହାଁମୁହିଁ ହୋଇସାରିଛନ୍ତି । ଟିମ୍ ଇଣ୍ଡିଆ ପ୍ରତ୍ୟେକ ଥର ଜିତିଛି । ଶେଷ ଥର ପାଇଁ ଭାରତ ୨୦୧୬ ଟି -୨୦ ବିଶ୍ୱକପରେ ପାକିସ୍ତାନକୁ ପରାସ୍ତ କରିଥିଲା। ବିରାଟ କୋହଲି ୩୭ ବଲରେ ୫୫ ରନର ଇନିଂସ ଖେଳିଥିଲେ। ଏହି ସମୟରେ ବିରାଟ ସାତି ଚୌକା ଓ ଛଅଟି ଛକା ମାରିଥିଲେ।
ଏହା ପୂର୍ବରୁ, ୨୦୧୪ ଓ ୨୦୧୨ ବିଶ୍ୱକପରେ ମଧ୍ୟ ଭାରତ ପଡୋଶୀ ଦେଶକୁ ପରାସ୍ତ କରିଥିଲା। ୨୦୦୭ ବିଶ୍ୱକପରେ ପାକିସ୍ତାନକୁ ସବୁଠୁ ବଡ଼ ପରାଜୟର ସାମ୍ନା କରିବାକୁ ପଡିଥିଲା। ତା’ପରେ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଭାରତ ପ୍ରଥମ ଟି -୨୦ ବିଶ୍ୱକପ ଜିତିଥିଲା।
ପାକିସ୍ତାନର ୧୨ ଜଣିଆ ଦଳ
ବାବର ଆଜାମ (ଅଧିନାୟକ), ଆସିଫ ଅଲ୍ଲି, ଫଖର ଜମାନ, ହାଇଦର ଅଲ୍ଲି, ମହମ୍ମଦ ରିଜୱାନ, ଇମାଦ ୱାସିମ, ମହମ୍ମଦ ହାଫିଜ, ଶାଦବ ଖାନ, ଶୋଏବ ମଲ୍ଲିକ, ହରିସ ରାଉଫ, ହସନ ଅଲ୍ଲି, ଶାହିନ ଆଫରିଦି ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।