News 18 Odia Digital
ନୂଆଦିଲ୍ଲୀ; ସୂର୍ଯ୍ୟକୁମାର ଯାଦବ ଟି -୨୦ ର଼୍ୟାଙ୍କିଙ୍ଗ: ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ (Suryakumar Yadav) କ୍ରମାଗତ ଭାବରେ ନୂତନ ସଫଳତା (Success) ହାସଲ କରୁଛନ୍ତି। ବର୍ତ୍ତମାନ ସୂର୍ଯ୍ୟ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ICC (ଆଇସିସି) ର ଟି -୨୦ ର଼୍ୟାଙ୍କିଙ୍ଗର ଶୀର୍ଷରେ ଅଛନ୍ତି। ସୂର୍ଯ୍ୟଙ୍କ ଶ୍ରେଷ୍ଠ ମୂଲ୍ୟାୟନ ୯୧୦, ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ରେ ୪୭ ରନ୍ର ଇନିଂସ ଖେଳି ଏହା ହାସଲ କରିଛନ୍ତି।
ତେବେ ସିରିଜର ଦ୍ୱିତୀୟ ଟି -୨୦ ମ୍ୟାଚରେ ସୂର୍ଯ୍ୟକୁମାର ଅପରାଜିତ ୨୬ ରନ ସ୍କୋର କରି ଦଳକୁ ଜିତାଇଥିଲେ। ଏହା ପରେ ସୂର୍ଯ୍ୟଙ୍କ ର଼୍ୟାଙ୍କିଙ୍ଗ ହ୍ରାସ ପାଇଲା ଓ ତାଙ୍କୁ ୯୦୮ ମାର୍କ ମିଳିଥିଲା । ବର୍ତ୍ତମାନ ଯଦି ସୂର୍ଯ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟି -୨୦ ମ୍ୟାଚ୍ରେ ଏକ ଶତକ ସ୍କୋର କରନ୍ତି କିମ୍ବା ତା’ର ନିକଟତର ହୁଅନ୍ତି, ତେବେ ତାଙ୍କ ନାଁ'ରେ ଏକ ନୂତନ ରେକର୍ଡ ପଞ୍ଜିକୃତ ହୋଇପାରିବ।
ସୂର୍ଯ୍ୟଙ୍କ ଟାର୍ଗେଟରେ ମଲାନଙ୍କ ରେକର୍ଡବାସ୍ତବରେ, ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗ ଇତିହାସରେ ସର୍ବୋଚ୍ଚ ରେଟିଂ ପଏଣ୍ଟ ପାଇଥିବା ସୂର୍ଯ୍ୟକୁମାର ଦ୍ୱିତୀୟ ଖେଳାଳି । ଇଂଲଣ୍ଡର ଡେଭିଡ ମଲାନ ଏହିଥିରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ମଲାନ୍ ଏପର୍ଯ୍ୟନ୍ତ ସର୍ବାଧିକ ୯୧୫ ରେଟିଂ ହାସଲ କରିଛନ୍ତି । ୨୦୨୦ ରେ ମଲାନ୍ ଏହି ସଫଳତା ହାସଲ କରିଥିଲେ ।
ଏପରି ପରିସ୍ଥିତିରେ ଯଦି ଆଜି ଅହମ୍ମଦାବାଦରେ ଖେଳାଯିବାକୁ ଥିବା ତୃତୀୟ ଟି -୨୦ ମ୍ୟାଚରେ ସୂର୍ଯ୍ୟକୁମାର ଭଲ ପ୍ରଦର୍ଶନ କରନ୍ତି ଓ ୯୧୬ ର଼୍ୟାଙ୍କିଙ୍ଗ ପାଆନ୍ତି, ତେବେ ସେ ମାଲାନଠାରୁ ଗୋଟିଏ ପାଦ ଆଗକୁ ଯାଇ ରେକର୍ଡ ଭାଙ୍ଗିବେ। ସେହିପରି ସୁର୍ଯ୍ୟକୁମାର ଆଇସିସି ଟି -୨୦ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ସର୍ବକାଳୀନ ଶ୍ରେଷ୍ଠ ରେଟିଂ ଖେଳାଳି ହେବେ ।
ଏହି ଖବର ପଢ଼ନ୍ତୁ -
http://ପିଣ୍ଟୁ କଥା କହିପାରୁନି... ଗୋଡ ହଳଦିଆ ପଡିଯାଇଛି- ଅଭିନେତା ଶ୍ରୀତମ ଦାସPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।