News 18 Odia Digital
ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ଶେଷ ମ୍ୟାଚ୍ ( Last match ) ଜାନୁଆରୀ ୧୫ରେ ଥିରୁବନନ୍ତପୁରମରେ ଖେଳାଯିବ। ଏହି ସିରିଜରେ ଟିମ୍ ଇଣ୍ଡିଆ ( Team india ) ବର୍ତ୍ତମାନ ୨-୦ରେ ଆଗୁଆ ରହିଛି, ତେଣୁ ଶେଷ ଦିନିକିଆ ପାଇଁ ଅଧିନାୟକ ରୋହିତ ଶର୍ମା ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ଦେଇପାରନ୍ତି। ସେ ଏପର୍ଯ୍ୟନ୍ତ ଏହି ସିରିଜରେ ଗୋଟିଏ ବି ମ୍ୟାଚ୍ ଖେଳି ପାରି ନାହାନ୍ତି।
ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଶ୍ରେୟସ୍ ଆୟର ଅଧିନାୟକ ରୋହିତଙ୍କ ପ୍ରଥମ ପସନ୍ଦ ହୋଇଥିଲେ ମଧ୍ୟ ସେ ଏହି ଦୁଇଟି ମ୍ୟାଚରେ ଅଧିନାୟକଙ୍କ ବିଶ୍ୱାସ ଭାଙ୍ଗିଛନ୍ତି। ଏଭଳି ପରିସ୍ଥିତିରେ ସୁର୍ଯ୍ୟକୁମାର ଯାଦବ ସିରିଜର ଶେଷ ମ୍ୟାଚରେ ଶ୍ରେୟାସ ଆୟରଙ୍କ ସ୍ଥାନରେ ଖେଳିବେ।
ସିରିଜର ପ୍ରଥମ ମ୍ୟାଚରେ ଶ୍ରେୟସ ଆୟର ୨୪ବଲରେ ମାତ୍ର ୨୮ ରନ ସ୍କୋର କରିପାରିଥିଲେ। ଏହି ଇନିଂସରେ ଶ୍ରେୟସ୍ ଆୟର ମାତ୍ର ୩ଟି ଚୌକା ମାରିଥିଲେ। ଏଥି ସହିତ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଶ୍ରେୟାସ ଆୟର ୩୩ଟି ବଲରେ ୨୮ ରନ୍ର ଇନିଂସ ଖେଳିଥିଲେ। ଶ୍ରେୟସ୍ ଆୟରଙ୍କ ଏହି ଖରାପ ପ୍ରଦର୍ଶନ ବର୍ତ୍ତମାନ ତାଙ୍କୁ ଅସୁବିଧାରେ ପକାଇପାରେ।
୨୦୨୨ ବର୍ଷ ଶ୍ରେୟସ୍ ଆୟରଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ ଥିଲା।ଗତ ବର୍ଷ ୧୭ଟି ODI ରେ ଶ୍ରେୟସ୍ ଆୟର ୭୨୪ରନ୍ ସ୍କୋର କରିଥିଲେ। ସେ ଚଳିତ ବର୍ଷ ଭାରତ ପାଇଁ ODI ରେ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ। ଏଥି ସହିତ, ଶ୍ରେୟସ୍ ଆୟର୍ ଟିମ୍ ଇଣ୍ଡିଆ ପାଇଁ ଏପର୍ଯ୍ୟନ୍ତ ୭ ଟି ଟେଷ୍ଟ, ୪୨ ଟି ODI ଏବଂ ୪୯ ଟି -୨୦ ମ୍ୟାଚ୍ ଖେଳିଛନ୍ତି।
https://odia.news18.com/photogallery/sport/argentina-started-the-world-cup-campaign-with-the-victory-of-the-first-match-tv-4srm-130123-srm-dsb-147909.htmlPublished by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।