ଟି-୨୦ରେ ଦ୍ୱିତୀୟ ଶତକ ମାରି ରେକର୍ଡ କଲେ ସୂର୍ଯ୍ୟକୁମାର ଯାଦବ

ଭାରତର ତାରକା ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ତାଙ୍କର ଦମଦାର ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି -୨୦ ରେ ୧୦୦ ରନ କରିଛନ୍ତି ।

ସୂର୍ଯ୍ୟକୁମାର ଯାଦବ

ସୂର୍ଯ୍ୟକୁମାର ଯାଦବ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଭାରତର ତାରକା ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ତାଙ୍କର ଦମଦାର ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି -୨୦ ରେ ୧୦୦ ରନ କରିଛନ୍ତି। ଏହା ହେଉଛି ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାରିୟରର ଦ୍ୱିତୀୟ ଶତକ ଏବଂ ଟି -୨୦ ଇଣ୍ଟରନ୍ୟାସନାଲରେ ଦ୍ୱିତୀୟ ଶତକ। ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଇଥିବା ଏହି ଇନିଂସରେ ସେ ୫୧ ବଲରେ ୧୧୧ ରନ ସ୍କୋର କରିଥିଲେ ଯେଉଁଥିରେ ୧୧ଟା ଚୌକା ଓ ୭ଟି ଛକା ସାମିଲ୍ ଥିଲା। ତାଙ୍କ ଦମଦାର ଇନିଂସ ଯୋଗୁଁ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୯୧ ରନ୍ ୨୦ ଓଭରରେ କରିଥିଲା।

ଟି -୨୦ ଇଣ୍ଟରନ୍ୟାସନାଲରେ ସୁର୍ଯ୍ୟକୁମାର ଯାଦବଙ୍କ ଦ୍ୱାରା ୧୧୧ ରନ ସ୍କୋର ହେଉଛି ଭାରତ ପାଇଁ ଚତୁର୍ଥ ସର୍ବାଧିକ ସ୍କୋର। ବିଶେଷ କଥା ହେଉଛି ଏହି ତାଲିକାର ତୃତୀୟ ଶ୍ରେଷ୍ଠ ସ୍କୋର ହେଉଛି ତାଙ୍କର ୧୧୭ ରନ୍, ଯାହା ସେ ଚଳିତ ବର୍ଷ ନଟିଂହାମରେ ଇଂଲଣ୍ଡ ବିପକ୍ଷରେ ସ୍କୋର କରିଥିଲେ। ଏହି ପରିପ୍ରେକ୍ଷୀରେ ବିରାଟ କୋହଲି ଶୀର୍ଷରେ ଅଛନ୍ତି ଯିଏ ଚଳିତ ବର୍ଷ ଏସିଆ କପ୍ ୨୦୨୨ରେ ଆଫଗାନିସ୍ତାନ ବିପକ୍ଷରେ ଚମତ୍କାର ଶତକ ହାସଲ କରିଥିଲେ।

ଜାଣନ୍ତୁ ସଂପୂର୍ଣ୍ଣ ତାଲିକା:

୧. ୧୨୨* (୬୧) ବିରାଟ ବନାମ ଆଫଗାନିସ୍ତାନ, ଦୁବାଇ ୨୦୨୨
୨.୧୧୮(୪୩) ରୋହିତ ଶର୍ମା ବନାମ ଶ୍ରୀଲଙ୍କା, ଇନ୍ଦୋର ୨୦୨୭
୩. ୧୧୭ (୫୫) ସୂର୍ଯ୍ୟକୁମାର ଯାଦବ ବନାମ ଇଂଲଣ୍ଡ, ନଟିଂହାମ ୨୦୨୨
୪. ୧୧୧(୫୧) ସୁର୍ଯ୍ୟକୁମାର ଯାଦବ ବନାମ ନ୍ୟୁଜିଲ୍ୟାଣ୍ଡ, ମାଉଣ୍ଟ ମାଉଙ୍ଗାନୁଇ ୨୦୨୨
୫. ୧୧୧ (୬୧) ରୋହିତ ଶର୍ମା ବନାମ ୱେଷ୍ଟଇଣ୍ଡିଜ୍, ଲକ୍ଷ୍ନୌ ୨୦୧୮

ଏହା ବ୍ୟତୀତ ସୁରେଶ ରାଇନା, ଦୀପକ ହୁଡା ଏବଂ ବିରାଟ କୋହଲି ଏହି ଫର୍ମାଟରେ ଶତକ ହାସଲ କରିଛନ୍ତି। ଏକାଧିକ ଥର ଏପରି କରିଥିବା ତୃତୀୟ ଭାରତୀୟ ଖେଳାଳି ସୁର୍ଯ୍ୟକୁମାର ଯାଦବ ହୋଇଛନ୍ତି। ରୋହିତ ଶର୍ମା ୨୦୧୮ରେ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶତକ ହାସଲ କରିଥିଲେ। ଏଥି ସହିତ, ଚଳିତ ବର୍ଷ ଟି -୨୦ ଇଣ୍ଟରନ୍ୟାସନାଲରେ ଭାରତ ପାଇଁ ଏହା ହେଉଛି ଚତୁର୍ଥ ଶତାବ୍ଦୀ, ଯେଉଁଥିରୁ କେବଳ ସୂର୍ଯ୍ୟ ଦୁଇଥର ହାସଲ କରିଛନ୍ତି।
Published by:Soumyashree Mishra
First published: