News 18 Odia Digital
ଭୁବନେଶ୍ୱର: ଟି-୨୦ କ୍ରିକେଟରେ (t20 cricket) ବିଶ୍ୱର ଏକ ନମ୍ବର ବ୍ୟାଟସମ୍ୟାନ ସୂର୍ଯ୍ୟ କୁମାର ଯାଦବ ଜିଓ ସିନେମାର (jio cinema) ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ ହୋଇଛନ୍ତି । ଟାଟା IPL ଡିଜିଟାଲ ଷ୍ଟ୍ରିମିଂ ତାଙ୍କୁ ଆମ୍ବାସଡର ଭାବେ ସାଇନ୍ କରିଛି ଜିଓ ସିନେମା ।
ଏଥର ଜିଓ ସିନେମାରେ ହେବ ଟାଟା IPLର ଡିଜିଟାଲ ଷ୍ଟ୍ରିମିଂ । ଭାଏକମ୍ 18 ସ୍ପୋର୍ଟସର CEO ଅନୀଲ ଜୟରାଜ ଏ ସଂପର୍କରେ ସୂଚନା ଦେଇଛନ୍ତି । ଡିଜିଟାଲ ମାଧ୍ୟମରେ ଦର୍ଶକଙ୍କୁ ଯୋଡ଼ିବାକୁ ସୂର୍ଯ୍ୟ କୁମାର ଯାଦବଙ୍କୁ ଜିଓ ସିନେମାର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତି ଦିଆଯାଇଛି । ଟି-୨୦ରେ ସୂର୍ଯ୍ୟକୁମାର ୩୬୦ ଡିଗ୍ରୀ ସଟ୍ ପାଇଁ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେଉଛି ଟାଟା ଆଇପିଏଲ । ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସକୁ ଭେଟିବ ପୂର୍ବ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ ।
ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ (narendra modi stadium) ଉଦଘାଟନୀ ମ୍ୟାଚ ଖେଳାଯିବ । ଆଇପିଏଲର ସମସ୍ତ ମ୍ୟାଚର ଡିଜିଟାଲ୍ ପ୍ରସାରଣ ଜିଓ ସିନେମାରେ କରାଯିବ । ଏହି ସିଜିନ ପାଇଁ ଆଇପିଏଲ୍ର ସମସ୍ତ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ କୌଣସି ଦେୟ ଦେବାକୁ ପଡ଼ିବନି ।
ଏହି ଖବର ପଢ଼ନ୍ତୁ -
http://ଆମୀର ଖାନ କାହିଁକି କିରଣ ରାଓଙ୍କ ସହ ୧୫ ବର୍ଷର ସମ୍ପର୍କ ଭାଙ୍ଗିଥିଲେ? ଏନେଇ କଲେ ଖୁଲାସାଏହାଛଡ଼ା ଜିଓ ସିନେମା 4K ଫିଡ୍, ମଲଟି ଲାଙ୍ଗୁଏଜ, ମଲଟି କ୍ୟାମ୍ ପ୍ରେଜେଣ୍ଟେସନର ଅଫର ମଧ୍ୟ ରଖିଛି । ବର୍ତ୍ତମାନ ମହିଳା ପ୍ରିମିଅର ଲିଗ୍ର ଡିଟିଟାଲ୍ ସିଧାପ୍ରସାରଣ ଜିଓ ସିନେମାରେ ହେଉଛି । ଦର୍ଶକ ଜିଓ ସିନେମା ଡାଉନ୍ଲୋଡ୍ କରି ମ୍ୟାଚର ସିଧାପ୍ରସାରଣ ଦେଖିପାରିବେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।