News18 Odia Digital
କଟକ: ଆସନ୍ତା କାଲି ହକି ବିଶ୍ୱ କପ(World Hockey Cup 2023) ଅନୁଷ୍ଠିତ ହେବାକୁ ଯାଉଛି। ସେଥିପାଇଁ ଗତକାଲି ଅର୍ଥାତ ବୁଧବାର ଦିନ କଟକ ବାରବାଟୀ(Barabati Stadium)ରେ ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା। ଉତ୍ସବକୁ ଅଧିକ ରୋମାଞ୍ଚକର କରିବାକୁ ଏଥିରେ ବଲିଉଡ, ଓଲିଉଡର ଅନେକ କଳାକାର ଯୋଗଦେଇଥିଲେ। କିନ୍ତୁ କଂଗ୍ରେସ ନେତା ସୁର ରାଉତରାୟ(Sura RautRay)ଙ୍କୁ ଏହା ପସନ୍ଦ ଆସି ନଥିଲା।
ହକି ବିଶ୍ୱ କପ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଥିବା ବଲିଉଡ ଅଭିନେତା ରଣବୀର ସିଂ(Ranveer Singh)ଙ୍କ ଜଲୱା କଂଗ୍ରେସ ନେତାଙ୍କ ହୃଦୟକୁ ଛୁଇଁ ପାରି ନାହିଁ। ସେଥିପାଇଁ ବମ୍ବେ ଆସିକି ଵାଲା ଫ୍ଲପ ହୋଇଗଲା ବୋଲି କହିଛନ୍ତି ସୁର।
https://odia.news18.com/news/sport/ranveer-singh-performance-in-fih-mens-hockey-world-cup-awestruck-audience-3ssd-110123-ssd-147447.htmlସୁର ରାଉତରାୟ କହିଛନ୍ତି, 'ସେ (ରଣବୀର)ଦୋଳିରୁ ଓହ୍ଲାଇ ପତାକା ଦେଖାଇଲେ। ସେ କଣ ଆମକୁ ପତାକା ଦେଖାଇବେ? ସାରା ବିଶ୍ୱରେ ବ୍ରିଟିଶ ଶାସନ ପରେ ତ୍ରିରଙ୍ଗା ପତାକା ଏଠାକୁ ଆସିଥିଲା। ପଇସା ନେଉଛି କଳା ପ୍ରଦର୍ଶନ କରୁଛ। ମଞ୍ଚ ଉପରରେ ଦୁଇ ଚାରିଟା ଡାଇଲଗ ମାରିବା କଥା'।
ଆହୁରି ମଧ୍ୟ ତ୍ରିରଙ୍ଗା ପତାକା ବାବଦରେ ଉଲ୍ଲେଖ କରି ସୁର କହିଛନ୍ତି ଏ ମାଟି ପତାକାର ଇଜ୍ଜତ ରଖିଛି ଓ ଆଗକୁ ରଖିବ ମଧ୍ୟ। ହକି ବିଶ୍ୱ କପ ଉଦଘାଟନ ଉତ୍ସବରେ କିଛି ତ୍ରୁଟି ବାବଦରେ ବଖାଣିଛନ୍ତି କଂଗ୍ରେସ ନେତା।
https://odia.news18.com/news/sport/barbaati-stadium-will-rock-on-bollywood-star-night-in-hockey-world-cup-3ssd-11012023-ssd-147351.htmlସୂଚନାଯୋଗ୍ୟ, ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ବକପର ଉଦ୍ଘାଟନୀ ସମାରୋହରେ ରଣବୀର ସିଂ(Ranveer Singh)ଙ୍କ ନିଜର ଜଲୱା ଦେଖାଇଥିଲେ । ଉପସ୍ଥିତ ଜନତାଙ୍କ ମଝିରେ ଶାନଦାର ଏଣ୍ଟ୍ରି ମାରିଥିଲେ ରଣବୀର। ବଲିଉଡ ଗୀତ ସାଙ୍ଗକୁ ତାଙ୍କୁ ଦେଖି ଖୁସି ହୋଇଯାଇଥିଲା ପୁରା ଷ୍ଟାଡିୟମ । ରଣବୀର ଅନେକ ଗୀତରେ ଦମଦାର ପ୍ରଦର୍ଶନ କରିଥିଲେ। ସେ ଜୟ ହୋ, ଲେହରା ଦୋ ଗୀତରେ ନାଚି ଅନେକ ଲୋକଙ୍କ ମନ ଜିତିଥିଲେ। ରଣବୀରଙ୍କ ଗୀତ ଓ ଭିନ୍ନ ଶୈଳୀରେ ଝୁମି ଉଠିଥିଲା ପୂରା ଷ୍ଟାଡି଼ୟମ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।