MS Dhoni: କ୍ୟାପଟେନ କୁଲଙ୍କ ବଡ଼ ଫ୍ୟାନ୍‌ ଗାଭାସ୍କର; ସନ୍ନିଙ୍କ ଛାତିରେ ଧୋନିଙ୍କ ଅଟୋଗ୍ରାଫ୍

MS Dhoni: କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କରଙ୍କ ସାର୍ଟରେ ଧୋନି ଦେଲେ ଅଟୋଗ୍ରାଫ୍ । କ୍ରିକେଟ କିମ୍ବଦନ୍ତୀଙ୍କ ଅନୁରୋଧକୁ ରକ୍ଷା କଲେ କ୍ୟାପଟେନ୍ କୁଲ୍ । ଯାହା ଏବେ ଚର୍ଚ୍ଚାରେ ରହିଛି ।


MS Dhoni: କ୍ୟାପଟେନ କୁଲଙ୍କ ବଡ଼ ଫ୍ୟାନ୍‌ ଗାଭାସ୍କର;  ସନ୍ନିଙ୍କ ଛାତିରେ ଧୋନିଙ୍କ ଅଟୋଗ୍ରାଫ୍

MS Dhoni: କ୍ୟାପଟେନ କୁଲଙ୍କ ବଡ଼ ଫ୍ୟାନ୍‌ ଗାଭାସ୍କର; ସନ୍ନିଙ୍କ ଛାତିରେ ଧୋନିଙ୍କ ଅଟୋଗ୍ରାଫ୍

  • News18 Odia
  • Last Updated :
  • Other, India
  • Share this:
News18 Odia Digital

MS Dhoni gives autograph to Sunil Gavaskar:  କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କରଙ୍କ ସାର୍ଟରେ ଧୋନି ଦେଲେ ଅଟୋଗ୍ରାଫ୍ । କ୍ରିକେଟ କିମ୍ବଦନ୍ତୀଙ୍କ ଅନୁରୋଧକୁ ରକ୍ଷା କଲେ କ୍ୟାପଟେନ୍ କୁଲ୍ । ଯାହା ଏବେ ଚର୍ଚ୍ଚାରେ ରହିଛି । ସୁପରସଣ୍ଡେରେ ଚେନ୍ନାଇ ସୁପରକିଙ୍ଗସ ଟିମ୍‌, କୋଲକାତା ବିପକ୍ଷ ମ୍ୟାଚ ସରିବା ପରେ ଦେଖିବାକୁ ମିଳିଥିଲା ଏମିତି ରୋଚକ ଘଟଣା । ଯଦିଓ ମ୍ୟାଚକୁ କୋଲକାତା ନାଇଟ ରାଇଡର୍ସ ଜିତିଥିଲା, କିନ୍ତୁ ଚେପକ୍ ରେ ଦର୍ଶକଙ୍କ ସହ ଧୋନୀ ମନେଇଥିଲେ ଉତ୍ସବ । ଏସବୁ ପୁରସ୍କାର ଉତ୍ସବ ସରିବା ପରେ ଘଟିଥିଲା ।





ଭାରତ ତଥା ବିଶ୍ବ କ୍ରିକେଟରେ ସୁନୀଲ ଗାଭାସ୍କର ଜଣେ ପରିଚିତ ନାଁ । ଆପଣ ଜାଣିଛନ୍ତି କି, ଏହି ଭେଟେରାନ ଖେଳାଳି କ୍ୟାପଟେନ୍ କୁଲ୍ ଧୋନୀଙ୍କ ଜଣେ ବଡ୍ ଫ୍ୟାନ । ହୋମ୍ ଗ୍ରାଉଣ୍ଡରେ ଶେଷ ଲିଗ୍ ମ୍ୟାଚ ହାରିବା ପରେ ଧୋନୀ ଓ ପୁରା ଟିମ୍ ବାହାରିଥିଲେ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇବାକୁ । ଚିଦାମ୍ବରମ୍ ଷ୍ଟାଡିୟମରେ ମ୍ୟାଚ ହାରିବା ପରେ ମଧ୍ୟ, ଦର୍ଶକଙ୍କ ଭଲପାଇବାର ଖୁସି ମନେଇଥିଲା ଚେନ୍ନାଇ ଟିମ୍ । ଏହି ସମୟରେ ସୁନୀଲ ଗାଭାସ୍କର, ଧୋନୀଙ୍କୁ ଏକ ଅଟୋଗ୍ରାଫ୍ ପାଇଁ ଅନୁରୋଧ କରିଥିଲେ । କ୍ରିକେଟର ଏତେ ବଡ କିମ୍ବଦନ୍ତୀ ଖେଳାଳିଙ୍କ ଅନୁରୋଧକୁ ରକ୍ଷା କରି ଧୋନୀ, ଗାଭାସ୍କରଙ୍କ ସାର୍ଟରେ ଦେଇଥିଲେ ଅଟୋଗ୍ରାଫ୍ । ଏହା ପରେ ପରେ ଷ୍ଟାଡିୟମ ଭିତରକୁ ହଳଦିଆ ଜର୍ସି ଓ ହଳଦିଆ ବଲ୍ ଦର୍ଶକଙ୍କ ଭିତରକୁ ଫିଙ୍ଗି, ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ଖାଲି ଗାଭାସ୍କର କାହିଁକି, ପୂର୍ବତନ କ୍ରିକେଟର ତଥା ଭାରତୀୟ ଟିମ୍‌ର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ଧୋନିଙ୍କ ପ୍ରଶଂସାରେ ହୋଇଛନ୍ତି ଶତମୁଖ । ଚଳିତ ଆଇପିଏଲ୍ ସିଜିନରେ ଏକ ସାକ୍ଷାତକାରରେ ଶାସ୍ତ୍ରୀଙ୍କୁ ପ୍ରଶ୍ନ ପଚରାଯାଇଥିଲା ଯେ ଆପଣ ଯଦି ଏବେ ଆଇପିଏଲ୍ ଖେଳୁ ଥାଆନ୍ତେ, ତେବେ କାହା ଅଧିନାୟକତ୍ବରେ ଖେଳିବାକୁ ପସନ୍ଦ କରିଥାଆନ୍ତେ । ଏହି ପ୍ରଶ୍ନର ଉତ୍ତର ଅତି ସହଜ ଓ ସରଳ ବୋଲି କହିଥିଲେ ଶାସ୍ତ୍ରୀ । ଶାସ୍ତ୍ରୀ କହିଥିଲେ, ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ବରେ ଖେଳିଥିଲେ ସେ ଖେଳକୁ ଉପଭୋଗ କରିଥାଆନ୍ତେ । କାରଣ ଧୋନି ଖାଲି କ୍ରିକେଟ୍ ଖେଳନ୍ତି ନାହିଁ, କ୍ରିକେଟକୁ ଭଲ ଭାବେ ବୁଝିଛନ୍ତି ।



ପ୍ରତିଟି ଖେଳାଳିଙ୍କ ମନକୁ ସେ ସହଜରେ ପଢ଼ି ପାରନ୍ତି । ତାଙ୍କ ଶାନ୍ତ ସ୍ବଭାବ ଜଣେ ସଫଳ ଅଧିନାୟକତ୍ବର ପ୍ରମୁଖ ଫ୍ୟାକ୍ଟର । ଏହି ପ୍ରସଙ୍ଗରେ ଶାସ୍ତ୍ରୀ ୧୬ ବର୍ଷ ତଳର ଅଭିଜ୍ଞତା ବାଣ୍ଟିଥିଲେ । ଶାସ୍ତ୍ରୀ ମନେ ପକାଇଥିଲେ ୨୦୦୭ରେ କେମିତି ଓ କେଉଁ ପରିସ୍ଥିତିରେ ମହେନ୍ଦ୍ର ସିଂ ଧୋନି ଭାରତୀୟ ଦିନିକିଆ ଦଳର ଅଧିନାୟକ ଭାର ତୁଲାଇଥିଲେ । ୨୦୦୭ରେ ଦିନିକିଆ ଦଳର ଅଧିନାୟକ ଥାଆନ୍ତି ରାହୁଲ ଦ୍ରାବିଡ଼ । ଇଡେନ ଗାର୍ଡେନ୍ସରେ ପ୍ରାକ୍ଟିସ୍ ବେଳେ ଦ୍ରାବିଡ ଆହତ ହୋଇଥିଲେ । ତେଣୁ କୋଚ୍ ରବି ଶାସ୍ତ୍ରୀ ଓ ମୁଖ୍ୟ ଚୟନକର୍ତ୍ତା ଦିଲୀପ ଭେଙ୍ଗସରକାର ଚିନ୍ତାରେ ପଡ଼ିଯାଇଥିଲେ ଯେ କାହାକୁ ଅଧିନାୟକ କରାଯିବ । ଦୁହେଁ ଆଲୋଚନା କରୁଥିବା ବେଳେ ମନକୁ ଆସିଥିଲା ଧୋନିଙ୍କ କଥା । ଶାସ୍ତ୍ରୀ କହିଥିଲେ, ଧୋନିଙ୍କ ଭିତରେ ନେତୃତ୍ବ ନେବାର ଯଥେଷ୍ଟ କ୍ଷମତା ରହିଛି । କାରଣ ସେ ଅତ୍ୟନ୍ତ ଶାନ୍ତ ଆଉ ଖେଳକୁ ବୁଝିବା ପାଇଁ ତାଙ୍କର ଯଥେଷ୍ଟ ସମାର୍ଥ୍ୟ ରହିଛି । ଏଥିରେ ଏକଦମ ସହମତ ହୋଇଯାଇଥିଲେ ଭେଙ୍ଗସରକାର । ଧୋନିଙ୍କୁ ଅଧିନାୟକତ୍ବ ଭାର ସମ୍ଭାଳିବାର ପ୍ରସ୍ତାବ ଦେଇଥିଲେ ଶାସ୍ତ୍ରୀ । ଆଉ ତାକୁ ଗ୍ରହଣ କରିନେଇଥିଲେ ମାହି । ତାପରଠାରୁ ଭାରତୀୟ କ୍ରିକେଟରେ ଯାହା ଘଟିଥିଲା, ତାହା ଏଯାଏଁ ରେକର୍ଡ ହୋଇ ରହିଛି । ଧୋନିଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍ ଟିମ୍ ତିନି ତିନିଟି ଆଇସିସି ଟ୍ରଫି ହାସଲ କରିଛି । ୨୦୦୭ରେ ଟି-ଟ୍ବେଣ୍ଟି, ୨୦୧୧ରେ ଦିନିକିଆ ବିଶ୍ବକପ୍ ଓ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ହାସଲ କରିଛି ଟିମ୍ ଇଣ୍ଡିଆ ।

ପଢନ୍ତୁ ଏହି ଖବର :  Smart TV Offer: ଫ୍ଲିପକାର୍ଟରେ ବମ୍ପର ଅଫର...୪୫୦୦ ଟଙ୍କାରେ ୪୩ ଇଞ୍ଚର ସ୍ମାର୍ଟ ଟିଭି !
Published by:Sujit Swain
First published: