T20 WC: ଆୟରଲାଣ୍ଡକୁ ୭୦ ରନରେ ହରେଇଲା ଶ୍ରୀଲଙ୍କା, ସୁପର୍-୧୨ ରାଉଣ୍ଡରେ ଜାଗା ପକ୍କା କଲା

Sri Lanka beats Ireland in T20 World Cup qualifier | ଆୟରଲାଣ୍ଡର ଅଧା ଖେଳାଳି ଦଳର ସ୍କୋର୍ ୮୮ ହେବା ବେଳକୁ ପ୍ୟାଭିଲିୟନକୁ ଫେରି ସାରିଥିଲେ । ଶ୍ରୀଲଙ୍କାର ବୋଲର୍ ମହେଶ ୧୭ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ଚମିକା କରୁଣାରତ୍ନେ ଓ ଲାହିରୁ କୁମାରା ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଶ୍ରୀଲଙ୍କା ଧାର୍ଯ୍ୟ ୨୦ ଓଭରରେ ସାତ ୱିକେଟ୍ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା । (ଫଟୋ: ଏ.ପି.)

ଶ୍ରୀଲଙ୍କା ଧାର୍ଯ୍ୟ ୨୦ ଓଭରରେ ସାତ ୱିକେଟ୍ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା । (ଫଟୋ: ଏ.ପି.)

  • Share this:
News18 Odia Digital

ଆବୁଧାବି: ଟି-୨୦ ବିଶ୍ୱ କପ୍‌ ୨୦୨୧ର (T20 World Cup 2021) ଯୋଗ୍ୟତା (କ୍ୱାଲିଫାୟର୍‌) ମ୍ୟାଚରେ ଶ୍ରୀଲଙ୍କା ଆୟର୍ଲାଣ୍ଡକୁ ୭୦ ରନରେ ହରେଇଛି । ବୁଧବାର ଦିନ ଶେଖ୍‌ ଜାଏଦ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଗୃପ୍ ‘ଏ’ ମ୍ୟାଚରେ ଶ୍ରୀଲଙ୍କା ଧାର୍ଯ୍ୟ ୨୦ ଓଭରରେ ସାତ ୱିକେଟ୍ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା । ତା’ ପରେ ଆୟର୍ଲାଣ୍ଡ୍‌ ୧୮.୩ ଓଭରରେ ୧୦୧ ରନ୍ କରି ଅଲ୍‌-ଆଉଟ୍ ହୋଇଯାଇଥିଲା । ଶ୍ରୀଲଙ୍କା ନିଜର ଏହି ଦ୍ୱିତୀୟ ମ୍ୟାଚ୍ ଜିତିବା ପରେ ଏବେ ତା’ର ୪ ପଏଣ୍ଟ ହୋଇଛି ଓ ଦଳ ଗୃପର ଶୀର୍ଷରେ ରହିଛି । ଶ୍ରୀଲଙ୍କା ସୁପର୍‌-୧୨ ପାଇଁ ବି ଯୋଗ୍ୟତା ଅର୍ଜନ କରିଛି । ଦୁଇ ପଏଣ୍ଟ୍‌ ସହ ଆୟର୍ଲାଣ୍ଡ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବର୍ତ୍ତମାନ ନାମିବିଆର ବି ଦୁଇ ପଏଣ୍ଟ୍‌ ରହିଛି। ଶ୍ରୀଲଙ୍କାର ନେଟ ରନ୍ ହାର ବହୁତ ଭଲ ରହିଛି ।

୧୭୨ ରନର ଟାର୍ଗେଟକୁ ପିଛା କରୁଥିବା ଆରରଲାଣ୍ଡ ଦଳ ଏକ ଖରାପ ଆରମ୍ଭ କରିଥିଲା ଓ​ ପ୍ରଥମ ଓଭରର ଶେଷ ବଲରେ ପ୍ରଥମ ଝଟକା ପାଇଥିଲା ଯେତେବେଳେ କେଭିନ୍‌ ଓ’ବ୍ରାଇନ୍ (୫) ମହେଶଙ୍କ ହାତରେ କ୍ୟାଚ୍‌-ଆଉଟ୍‌ ହେଲେ । ବୋଲିଂ କରିଥିଲେ କରୁଣାରତ୍ନେ । ତା’ ପରେ ୱିକେଟ୍ ଖସିବା ପ୍ରକ୍ରିୟା ଜାରି ରହିଲା ଓ ଦଳର ସ୍କୋର ୩୨ ହେବା ବେଳକୁ ତିନି ୱିକେଟ୍ ଖସିଯାଇଥିଲା । ତା’ ପରେ ଆଣ୍ଡ୍ର୍ୟୁ ବଲବିର୍ଣ୍ଣି ଓ କାର୍ଟିସ୍ କେମ୍ପଫର୍ (୨୪) ଚତୁର୍ଥ ୱିକେଟ୍ ପାଇଁ ୫୩ ରନ୍ ଯୋଡି଼ଥିଲେ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଚାଞ୍ଚଲ୍ୟ: ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ସ୍କୁଲ୍ମାଲିକ ଗୋବିନ୍ଦ ସାହୁ ହତ୍ୟା କରି ପୋଡ଼ିବା ପରେ ପୋତି ଦେଇଥିଲା

ମହେଶ ସେହି ସହଭାଗିତାକୁ ଭାଙ୍ଗିଥିଲେ । ସେ କର୍ଟିନ୍ସଙ୍କୁ ବୋଲ୍ଡ କରିଥିଲେ । କର୍ଟିନ୍ସ ୨୮ଟି ବଲ୍‌ ଖେଳି ଦୁଇଟି ଚୌକା ମାରିଥିଲେ । ଆୟରଲାଣ୍ଡ୍‌ ଦଳର ଅଧା ଖେଳାଳି ଦଳର ସ୍କୋର୍‌ ୮୮ ହେବା ବେଳକୁ ପ୍ୟାଭିଲିୟନକୁ ଫେରି ସାରିଥିଲେ । ଦଳର ଅଷ୍ଟମ ୱିକେଟ୍ ଭାବରେ ବଲବିର୍ଣ୍ଣି ପାଭିଲିୟନକୁ ଫେରିଥିଲେ। ସେ ଦୁଇଟି ଚୌକା ଓ ଦୁଇଟି ଛକ୍କା ମାରି ୩୯ଟି ବଲରୁ ୪୧ ରନ୍‌ ସ୍କୋର୍‌ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସମାନ୍ଥା ପିଲା ଚାହୁଁ ଥିଲେ, ଗର୍ଭପାତ କରିଥିଲେ? ନାଗା ଚୈତନ୍ୟଙ୍କଠାରୁ ଛାଡ଼ପତ୍ରର କାରଣ ଥିଲା?

ଶ୍ରୀଲଙ୍କାର ବୋଲର୍‌ ମହେଶ ୧୭ ରନ୍ ଦେଇ ତିନିଟି ୱିକେଟ୍‌ ନେଇଥିବା ବେଳେ ଚମିକା କରୁଣାରତ୍ନେ ଓ ଲାହିରୁ କୁମାରା ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ଦୁଷ୍ମନ୍ତ ଚାମିରା ଓ ୱାନିନ୍ଦୁ ହାସରାଙ୍ଗାଙ୍କୁ ଗୋଟେ-ଗୋଟେ ୱିକେଟ୍ ମିଳିଥିଲା ।

ଏହା ବି ପଢ଼ନ୍ତୁ | ପୁଅ ଆର୍ୟନ୍ ଖାନ୍ ଗିରଫ ହେବା ପରେ ସୁପରଷ୍ଟାର୍ ଶାହାରୁଖ ଖାନଙ୍କୁ ଲାଗିଲା ବଡ଼ ଆର୍ଥିକ ଝଟକା

ଏହା ପୂର୍ବରୁ ଶ୍ରୀଲଙ୍କା ଏକ ଖରାପ ଆରମ୍ଭରୁ ଉନ୍ନତି କରି ୱାନିନ୍ଦୁ ହାସରାଙ୍ଗା (୭୧) ଓ ଓପନର୍ ପାଥୁମ୍ ନିସାଙ୍କାଙ୍କ (୬୧) ଅର୍ଦ୍ଧଶତକ ଯୋଗୁଁ ଚତୁର୍ଥ ୱିକେଟ୍ ପାଇଁ ୧୨୩ ରନ୍ ସଂଗ୍ରହ କରି ଦଳର ସ୍କୋର୍‌ ୧୭୧ ରନ୍ କରିଥିଲା । ୱାନିନ୍ଦୁ ହାସରାଙ୍ଗା ନିଜ ଅର୍ଦ୍ଧଶତକୀୟ ଇନିଂସରେ ୪୭ଟି ବଲର ସମ୍ମୁଖୀନ ହୋଇଥିଲେ । ସେ ୧୦ଟି ଚୌକା ଓ ଗୋଟିଏ ଛକ୍କାମାରିଥିଲେ । ଓପନର୍ ନିସାଙ୍କା ୧୯ତମ ଓଭରରେ ଆଉଟ୍‌ ହୋଇଥିଲେ । ସେ ୪୭ଟି ବଲ୍‌ ଖେଳି ଗୋଟିଏ ଛକ୍କା ମାରିଥିଲେ । ଏହି ଦୁଇ ଜଣଙ୍କ ବ୍ୟତୀତ ଅଧିନାୟକ ଦାସୁନ୍ ଶାନାକା ୧୧ଟି ବଲରେ ଦୁଇଟି ଚୌକା ଓ ଗୋଟିଏ ଛକ୍କା ମାରି ଅପରାଜିତ ୨୧ ରନ୍ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପ୍ରିୟଙ୍କା ଚୋପ୍ରା ହଳଦିଆ ମୋନୋକିନି ଲାଲ୍ ବିକିନି ପିନ୍ଧି ଚମକାଇଲେ ସ୍ୱାମୀ ନିକ୍ ଜୋନାସ୍ଙ୍କୁ

ଏହି ମ୍ୟାଚରେ ଆୟର୍ଲାଣ୍ଡର ଜୋସ୍ ଲିଟିଲ୍ ସବୁଠୁ ସଫଳ ବୋଲର୍‌ ଥିଲେ । ସେ ଚାରି ଓଭରରେ ୨୩ ରନ୍ ଦେଇ ଚାରିଟି ୱିକେଟ୍ ନେଇଥିଲେ । ମାର୍କ ଏଡେୟର୍‌ ଦୁଇଟି ଓ ପଲ୍ ଷ୍ଟର୍ଲିଂ ଗୋଟିଏ ୱିକେଟ୍ ନେଇଥିଲେ । ଶ୍ରୀଲଙ୍କା ଏକ ଭଲ ଆରମ୍ଭ କରି ନ ଥିଲା । ଦଳ ଆଠ ରନ୍‌ କରି ତିନୋଟି ୱିକେଟ୍ ହରାଇଥିଲା । ପଲ୍ ଷ୍ଟର୍ଲିଂ ଇନିଂସର ଦ୍ୱିତୀୟ ବଲରେ କୁସାଲ୍‌ ପେରେରାଙ୍କୁ ଆଉଟ୍‌ କରିଥିଲେ । ସେ ଖାତା ବି ଖୋଲିପାରି ନ ଥିଲେ । ଦ୍ୱିତୀୟ ଓଭରରେ ଜୋସ୍‌ ଲିଟିଲ୍‌ ତାଙ୍କୁ ଦୁଇ ଥର ଝଟକା ଦେଇଥିଲେ । ତୃତୀୟ ବଲରେ ଦୀନେଶ ଚାନ୍ଦିମାଲଙ୍କୁ (୬) ବୋଲ୍ଡ କରିବା ପରେ ସେ ପର ବଲରେ ଅଭିଷ୍କା ଫର୍ଣ୍ଣାଣ୍ଡୋଙ୍କୁ ବୋଲ୍ଡ କରିଥିଲେ ।

ଏହା ବି ପଢ଼ନ୍ତୁ | PM Kisan: ଚାଷୀଙ୍କ ପାଇଁ ଜରୁରୀ ଖବରଏହି ସବୁ ଡକ୍ୟୁମେଣ୍ଟ୍ ବିନା ମିଳିବ ନାହିଁ ,୦୦୦ ଟଙ୍କା

ତା’ ପରେ ନିସାଙ୍କା ଓ ୱାନିନ୍ଦୁ ହାସରାଙ୍ଗା ଦାୟିତ୍ୱବାନ ଭାବରେ ଖେଳି ଚତୁର୍ଥ ୱିକେଟ୍ ପାଇଁ ୮୨ଟି ବଲରେ ୧୨୩ ରନର ଚମତ୍କାର ଭାଗିଦାରୀ କରିଥିଲେ ଓ ନିଜ ଦଳକୁ ଏକ ଭଲ ସ୍କୋରକୁ ନେଇଥିଲେ । ଏହି ଶତକୀୟ ସହଭାଗୀତାର ଅନ୍ତ ହୋଇଥିଲା ୧୬ତମ ଓଭରରେ, ଯେତେବେଳେ ମାର୍କ ଏଡେୟର ୱାନିନ୍ଦୁ ହାସାରଙ୍ଗାଙ୍କୁ ଆଉଟ୍‌ କରିଥିଲେ । ଏଡେୟରଙ୍କ ଏକ ଧୀର ବଲକୁ କ୍ରେଗ୍‌ ୟଙ୍ଗ୍‌ ବ୍ୟାକୱାର୍ଡ଼ ପଏଣ୍ଟରେ କ୍ୟାଚ୍‌ ନେଇଥିଲେ । ତା’ପରେ ଜୋସ୍‌ ଲିଟଲ୍‌ ନିଜ ଦ୍ୱିତୀୟ ଓଭରର ବୋଲିଂରେ ଭାନୁକା ରାଜପକ୍ଷେଙ୍କ (୧) ପରେ ନିସାକାଙ୍କ ୱିକେଟ୍ ନେଇଥିଲେ । ଶେଷ ଓଭରରେ ଚମିକା କରୁଣାରତ୍ନେଙ୍କୁ ଆଉଟ୍‌ କରିଥିଲେ ଅଡେୟର୍‌ । ଏହା ତାଙ୍କର ଦ୍ୱିତୀୟ ୱିକେଟ୍ ଥିଲା ।
Published by:Anand S.T. Das
First published: