- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ସୋମବାର ଦକ୍ଷିଣ ଆଫ୍ରିକାରେ(South Africa) ଖେଳାଯାଉଥିବା ଆଇସିସି ମହିଳା ଅଣ୍ଡର -୧୯ ବିଶ୍ୱକପରେ ଜଣେ ବୋଲର ଏହି ଟୁର୍ନାମେଣ୍ଟର ପ୍ରଥମ ହ୍ୟାଟ୍ରିକ୍ ନେଇଥିଲେ। ଏହି ଖେଳାଳିଙ୍କ ନାମ ହେଉଛି ମ୍ୟାଡିସନ୍ ଲ୍ୟାଣ୍ଡସ୍ମ୍ୟାନ(Madison Landesman)। ବେନୋନିର ୱିଲୋମୋର ପାର୍କରେ(Willmore Park in Benoni) ଖେଳାଯାଇଥିବା ମ୍ୟାଚରେ ସ୍କଟଲ୍ୟାଣ୍ଡ ଦଳ ବିପକ୍ଷରେ ଏହି ବୋଲର ଏହି ହ୍ୟାଟ୍ରିକ ନେଇଥିଲେ। ସେ ହ୍ୟାଟ୍ରିକ୍ ସହିତ ସ୍କଟଲାଣ୍ଡ ଦଳକୁ ଆଉଟ୍ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ ଏବଂ ଦକ୍ଷିଣ ଆଫ୍ରିକାକୁ ୪୫ ରନ୍ ରେ ଜିତିବାରେ ସାହାଯ୍ୟ କରିଥିଲେ।
ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଦଳ ବଡ଼ ସ୍କୋର କରିପାରି ନଥିଲା। ଏହି ଦଳ ଧାର୍ଯ୍ୟ ୨୦ ଓଭରରେ ସାତୋଟି ୱିକେଟ୍ ହରାଇ ମାତ୍ର ୧୧୨ ରନ୍ କରିଥିଲେ।
ମ୍ୟାଡିସନ ୧୫ ତମ ଓଭରରେ ଏହି ହ୍ୟାଟ୍ରିକ୍ ନେଇଥିଲେ। ସେ ଏହି ଓଭରର ଦ୍ୱିତୀୟ ବଲରେ ମରିୟମ ଫୈସଲଙ୍କୁ ଆଉଟ୍ କରିଥିଲେ। ସେ ମାତ୍ର ୬ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ଏହା ପରେ ସେ ତୃତୀୟ ବଲରେ ନିମା ମୁୟୁଏରଙ୍କୁ ପ୍ୟାଭିଲିୟନକୁ ରାସ୍ତା ଦେଖାଇ ପରବର୍ତ୍ତୀ ବଲରେ ଅର୍ଲା ମଣ୍ଟଗୋମେରୀଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ହାସଲ କରିଥିଲେ। ଆଇସିସି ପ୍ରଥମ ଥର ପାଇଁ ମହିଳା ବର୍ଗରେ ଅଣ୍ଡର -୧୯ ବିଶ୍ୱକପ ଆୟୋଜନ କରୁଛି।ତେବେ ମ୍ୟାଡିସନ ଏହି ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ହ୍ୟାଟ୍ରିକ୍ ବୋଲର ହୋଇଛନ୍ତି।
http://ଅନୁଗୋଳ ଏନଏଚ୍ -୫୩ ପାଇଁ ୧୭୪ କୋଟି ମଞ୍ଜୁର - ଧର୍ମେନ୍ଦ୍ର ପ୍ରଧାନPublished by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।