ସ୍ୱତନ୍ତ୍ର ଅଲିମ୍ପିକ ମୁଭମେଣ୍ଟର ବ୍ରାଣ୍ଡ ଅମ୍ବାସାଡ଼ର ହେଲେ ସୋନୁ ସୁଦ; ଖେଳାଳିଙ୍କୁ କରିବେ ଉତ୍ସାହିତ

୨୦୨୨ରେ ଋଷିଆରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ ଶୀତକାଳୀନ ଖେଳରେ ସୋନୁ ସୁଦ ସାମିଲ ହେବେ। ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଦେଶର ଗୌରବ ବୃଦ୍ଧି କରିବା ନେଇ ସୋନୁ ଲକ୍ଷ୍ୟ ରଖିଛନ୍ତି।

ସ୍ୱତନ୍ତ୍ର ଅଲିମ୍ପିକ୍ସର ବ୍ରାଣ୍ଡ ଆମ୍ବାସାଡ଼ର ବନିଲେ ସୋନୁ ସୁଦ

ସ୍ୱତନ୍ତ୍ର ଅଲିମ୍ପିକ୍ସର ବ୍ରାଣ୍ଡ ଆମ୍ବାସାଡ଼ର ବନିଲେ ସୋନୁ ସୁଦ

  • Share this:
News18 Odia Digital

ମୁମ୍ବାଇ: ସୋନୁ ସୁଦଙ୍କୁ ସ୍ୱତନ୍ତ୍ର ଅଲିମ୍ପିକ୍ସ ମୁଭମେଣ୍ଟର ବ୍ରାଣ୍ଡ ଆମ୍ବାସାଡ଼ର ଭାବେ ଘୋଷଣା କରାଯାଇଛି। ବଲିଉଡ଼ ଅଭିନେତା ସୋନୁ ସୁଦ ଜୁଲାଇ ୩୦ ରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ପ୍ରିୟ ତାରକାଙ୍କୁ ଭେଟିବା ପାଇଁ କେହି କେହି ମାଇଲ ଦୂରରୁ ମଧ୍ୟ ଆସିଥିଲେ। କରୋନା ସମୟରେ ସୋନୁ ସୁଦ ତାଙ୍କର ମହାନ କାର୍ଯ୍ୟ ପାଇଁ ଦେଶବାସୀଙ୍କ ନିକଟରେ ଲୋକପ୍ରିୟ ହୋଇପାରିଛନ୍ତି। ଆଉ ଏକ ବିରାଟ ଘୋଷଣା ପରେ ଦେଶବାସୀଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି। ଭର୍ଚୁଆଲ୍ ପ୍ରୋଗ୍ରାମରେ ତାଙ୍କୁ  ଆମ୍ବାସାଡ଼ର ଭାବେ ଘୋଷଣା କରାଯାଇଥିଲା।

୨୦୨୨ରେ ଋଷିଆରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ ଶୀତକାଳୀନ ଖେଳରେ ସୋନୁ ସୁଦ ଏକ ଅଂଶ ହେବ। ଏକ ଭର୍ଚୁଆଲ୍ ପ୍ରୋଗ୍ରାମରେ  ସୋନୁ ସୁଦ ୫୦୦ରୁ ଅଧିକ ଆଥଲେଟ୍, କୋଚ୍ ଓ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ସେମାନଙ୍କର କ୍ରୀଡ଼ାର ସଫଳତାକୁ ପ୍ରଶଂସା କରି ସେମାନଙ୍କର ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।

ଏହି ବାର୍ତ୍ତାଳାପରେ ସୋନୁ ସୁଦ କହିଛନ୍ତି, "ଆଜି ମୋ ପାଇଁ ଏକ ବିଶେଷ ଦିନ  କାରଣ, ଆଜି ମୁଁ ସ୍ପେଶାଲ ଅଲିମ୍ପିକ୍ସ ଇଣ୍ଡିଆ ସହିତ ଏହି ଯାତ୍ରାରେ ଯୋଗ ଦେଉଛି। ଏହାକୁ ନେଇ ମୁଁ ବହୁତ ଖୁସି।  ମୁଁ ଏହାକୁ ମୋର ସୌଭାଗ୍ୟ ବୋଲି ମନେ କରେ ଯେ ମୁଁ ଏହି ପରିବାରର ଏକ ଅଂଶ ହେବାର ସୁଯୋଗ ପାଇଲି,"।

ସୋନୁ ସୁଦ କହିଛନ୍ତି ଯେ ମୁଁ ଏହି ପ୍ଲାଟଫର୍ମକୁ ଆହୁରି ବଡ଼ କରିବାକୁ ଓ ଏହାକୁ ସମଗ୍ର ଦେଶର ଲୋକଙ୍କ ସହ ପ୍ରତିନିଧିତ୍ୱ କରିବାକୁ ପ୍ରତିଜ୍ଞା କରୁଛି।ମୁଁ ଏସଓ ଭାରତର ସମର୍ଥନ କରେ। ମୁଁ ସମାବେଶ କ୍ରାନ୍ତିର ସମର୍ଥନ ମଧ୍ୟ କରେ। ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ ଶୀତକାଳୀନ ଖେଳ ପାଇଁ ଋଷିଆରେ ଆମ ଦଳ ସହିତ ରହିବାର ସୁଯୋଗ ପାଇ ମୁଁ ଗର୍ବିତ। ମିଳିତ ଭାବରେ ଆମେ ଆମର ଖେଳାଳିମାନଙ୍କୁ ଭଲ କରିବା ପାଇଁ ଉତ୍ସାହିତ କରିବୁ ଓ ଉତ୍ସାହର ସହିତ ସେମାନଙ୍କୁ ଉତ୍ସାହିତ କରିବୁ ଯେ ଭାରତରେ ମଧ୍ୟ ସେଇ ଶବ୍ଦ ଗୁଞ୍ଜରଣ ହେବ।
Published by:Soumya Das
First published: