News 18 Odia Digital
Partha J Borah
ଗୌହାଟି: ଗତ ୨ ତାରିଖରେ ଗୌହାଟିରେ ଅନୁଷ୍ଠିତ ଟି-ଟ୍ୱେଣ୍ଟି ମ୍ୟାଚର ସପ୍ତମ ଓଭରରେ ପଡ଼ିଆକୁ ପଶିଯାଇଥିଲା ଏକ ସାପ। ଏହି ଦୃଶ୍ୟ ଦେଖିବା ପରେ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା।

କିଛି ସମୟରେ ଏହି ଦୃଶ୍ୟଟି ପୂରା ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଲା। ସେଠାରେ ଉପସ୍ଥିତ ଥିବା କ୍ରିକେଟ୍ ସମୀକ୍ଷକ ହର୍ଷ ଭୋଗଲେ ଏକ ଟ୍ୱିଟରେ ଉଲ୍ଲେଖ କରିଛନ୍ତି, “ଏହି ଦୃଶ୍ୟ ପ୍ରଥମ ଥର ଦେଖିଲି କିନ୍ତୁ କର୍ମଚାରୀମାନେ ସାପକୁ ପଡ଼ିଆରୁ ହଟାଇବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିଲେ।’’
ସେହି ସମୟରେ, ଗୌହାଟିରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଆସାମ କ୍ରିକେଟ୍ ଆସୋସିଏସନ୍ (ଏସିଏ) ର ସଚିବ ଦେବଜିତ୍ ସାଇକିଆ ଏହି ଘଟଣାକୁ ଏକ ମନୋରଞ୍ଜନ ସହ ଯୋଡିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ସାଢ଼େ ୨ ବର୍ଷ ଧରି ଷ୍ଟାଡିୟମରେ କୌଣସି କାର୍ଯ୍ୟକଳାପ ହୋଇନଥିବାରୁ ଗୋଟିଏ ସାପ ପଡ଼ିଆରେ ପ୍ରବେଶ କରିଥିଲା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।