News 18 Odia Digital
Sara Tendulkar On Arjun Tendulkar Century: କ୍ରିକେଟର ଭଗବାନ ତଥା ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ରଣଜୀ ଟ୍ରଫିର ଡେବ୍ୟୁ ମ୍ୟାଚ୍ରେ ଶତକ ସ୍କୋର କରି ଧମକା କରିଥିଲେ। ଏହା ପରେ ସମସ୍ତେ ତାଙ୍କ ଇନିଂସକୁ ପ୍ରଶଂସା କରିଛନ୍ତି । ଏଥି ସହିତ ସେ ତାଙ୍କ ପିତା ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡ ସହ ସମାନ ପ୍ରଦର୍ଶନ ମଧ୍ୟ କରିଛନ୍ତି । ଭଉଣୀ ସାରା ତେନ୍ଦୁଲକର ଅର୍ଜୁନ ତେନ୍ଦୁଲକରଙ୍କ ଶତକକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ବହୁତ ପ୍ରଶଂସା କରିଛନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ ।
ସାରା ତେନ୍ଦୁଲକର କିଛି କହିଲେ ଏହି କଥାଅର୍ଜୁନ ତେନ୍ଦୁଲକରଙ୍କ ଭଉଣୀ ସାରା ତେନ୍ଦୁଲକର ଇନଷ୍ଟାଗ୍ରାମ ଷ୍ଟୋରୀରେ ତିନୋଟି ଫଟୋ ପୋଷ୍ଟ କରିଛନ୍ତି । ଏଥିରେ ସେ ଅର୍ଜୁନ ତେନ୍ଦୁଲକରଙ୍କ ଶତକ ପାଇଁ ପ୍ରଶଂସା କରିଛନ୍ତି । ପ୍ରଥମ ଫଟୋ ସହିତ ସେ ଲେଖିଛନ୍ତି ଯେ ଆଜି ଭଉଣୀ ଗର୍ବିତ । ତା’ପରେ ସେ ଭିଡିଓର କ୍ୟାପସନରେ ଲେଖିଛନ୍ତି, 'ତୁମର ସମସ୍ତ ପରିଶ୍ରମ ଏବଂ ଧୌର୍ଯ୍ୟ ଧୀରେ ଧୀରେ ଫଳ ଦେଉଛି ଏବଂ ଏହା କେବଳ ଆରମ୍ଭ।
ଗୋଆ ପାଇଁ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚରେ ଅର୍ଜୁନ ତେନ୍ଦୁଲକର ଆରମ୍ଭରୁ ଆକ୍ରାତ୍ମକ ବ୍ୟାଟିଂ କରି ମୈଦାନରେ ଚାରିଆଡେ ଷ୍ଟ୍ରୋକ ଲଗାଇଥିଲେ । ତାଙ୍କ ବ୍ୟାଟିଂ ଦେଖି ବିପକ୍ଷ ବୋଲରମାନେ ଚିନ୍ତାରେ ପଡ଼ିଯାଇଥିଲେ । ଅର୍ଜୁନ ୧୨୦ ରନ ସ୍କୋର କରିଥିଲେ, ଯେଉଁଥିରେ ୧୬ ଚୌକା ଓ ୨ ଲମ୍ବା ଛକା ଅନ୍ତଥିଲା । ୧୯୮୮ ରଣଜୀ ଟ୍ରଫିରେ ମୁମ୍ବାଇ ପାଇଁ ଡେବ୍ୟୁ କରିବାବେଳେ ସଚିନ ତେନ୍ଦୁଲକର ଏକ ଶତକ ହାସଲ କରିଥିଲେ। ବର୍ତ୍ତମାନ ଅର୍ଜୁନ ତେନ୍ଦୁଲକର ସମାନ ପ୍ରଦର୍ଶନ କରିଛନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସର ଏକ ଅଂଶଅର୍ଜୁନ ତେନ୍ଦୁଲକର ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଏକ ଅଂଶ, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନାହିଁ । ଆଇପିଏଲ୍ ୨୦୨୨ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି । ଆଇପିଏଲ୍ ୨୦୨୨ ରେ ମୁମ୍ବାଇ ଦଳ ଭଲ ପ୍ରଦର୍ଶନ କରିପାରି ନଥିଲା । ଏଭଳି ପରିସ୍ଥିତିରେ, ଆଇପିଏଲ୍ ୨୦୨୩ ରେ ଅର୍ଜୁନ ତେନ୍ଦୁଲକରଙ୍କ ଫର୍ମକୁ ଦେଖି ତାଙ୍କୁ ଖେଳିବାର ସୁଯୋଗ ମିଳିପାରେ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।