News18 Odia Digital
IPL 2023: ଆଇପିଏଲ୍ ୨୦୨୩ର ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଶୁକ୍ରବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଛି । ବର୍ଷା କାରଣରୁ ମ୍ୟାଚ୍ ବିଳମ୍ବ ହୋଇଥିଲା। ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । କିନ୍ତୁ ଶୁଭମନ ଗିଲ୍ଙ୍କ ଐତିହାସିକ ଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୨୩୪ ରନର ଟାର୍ଗେଟ ରଖିଛି ଗୁଜୁରାଟ ଟାଇଟାନ୍ସ । ଆଇପିଏଲ୍ ଫ୍ଲେଅଫ୍ରେ ରେକର୍ଡରେ ଗୁଜରାଟର ରେକର୍ଡ କରିଛି । ସେପଟେ ଟୋଟାଲ, ୪ ଥର ୨୦୦ରୁ ଅଧିକ ରନର ପିଛା କରି ସାରିଛି ମୁମ୍ବାଇ ଇଣ୍ଡିଆନ୍ସ ।
ସୂଚନାଯୋଗ୍ୟ ଯେ, ପ୍ରଥମ କ୍ବାଲିଫାୟର ମ୍ୟାଚ୍ରେ ଗୁଜୁରାଟକୁ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଥିଲା । ଅନ୍ୟପକ୍ଷରେ ମୁମ୍ବାଇ ଏଲିମିନେଟର ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କରିଥିଲା । ବର୍ତ୍ତମାନ ଦ୍ୱିତୀୟ କ୍ବାଲିଫାୟର ହାସଲ କରିଥିବା ଦଳ ଫାଇନାଲରେ ପହଞ୍ଚିବ। ତେଣୁ ଆଜିର ମ୍ୟାଚ୍ରେ ଉଭୟ ଦଳ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଛି ।
ମୁମ୍ବାଇ ଇଣ୍ଡିଆନ୍ସର ଚୁଡ଼ାନ୍ତ ଏକାଦଶଇଶାନ କିଶନ (ଓ୍ବିକେଟ କିପର), ରୋହିତ ଶର୍ମା (ଅଧିନାୟକ), କ୍ୟାମେରନ୍ ଗ୍ରୀନ୍, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଟିମ୍ ଡେଭିଡ, କ୍ରିସ ଜୋର୍ଡାନ, ପୀୟୁଷ ଚାୱଲା, ଜେସନ ବେହେରେଣ୍ଡର୍ଫ, କୁମାର କାର୍ତ୍ତିକେୟ, ଆକାଶ ମାଧୱାଲ
ଗୁଜୁରାଟ ଟାଇଟାନ୍ସର ଚୁଡ଼ାନ୍ତ ଏକାଦଶରିଦ୍ଧିମାନ ସାହା (ଓ୍ବିକେଟ କିପର), ଶୁଭମାନ ଗିଲ, ସାଇ ସୁଦର୍ଶନ, ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ ମିଲର, ରାହୁଲ ତେୱାତିଆ, ରାସିଦ ଖାନ, ମୋହିତ ଶର୍ମା, ନୁର ଅହମ୍ମଦ, ମହମ୍ମଦ ଶାମି
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ବ ଟିମ୍ ଗୁଜୁରାଟ ଚଳିତ ସିଜିନ୍ରେ ଚମତ୍କାର ପ୍ରଦର୍ଶନ କରିଛି। ଟିମ୍ରେ ଭଲ ବ୍ୟାଟରଙ୍କ ସହିତ ଘାତକ ବୋଲର ମଧ୍ୟ ଅଛନ୍ତି। ପାଣ୍ଡ୍ୟା ଏବଂ କୋଚ୍ ଆଶିଷ ନେହେରାଙ୍କ ରଣନୀତି ମ୍ୟାଚ୍ରେ ଅତ୍ୟନ୍ତ ପ୍ରଭାବୀ ସାବ୍ୟସ୍ତ ହୋଇଛି। ସେ ପ୍ରଥମ କ୍ବାଲିଫାୟରରେ ଚେନ୍ନାଇଠାରୁ ପରାସ୍ତ ହୋଇଥିଲେ।
ସେପଟେ ମୁମ୍ବାଇ ଇଣ୍ଡିଆନ୍ସ କଥା ଯଦି କହିବା ତେବେ, ଚଳିତ ସିଜିନ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଉତ୍ଥାନ ପତନରେ ପରିପୂର୍ଣ୍ଣ ଥିଲା। କିନ୍ତୁ ସେ ପ୍ଲେ ଅଫ୍ର ସ୍ଥାନ ପୁରା କରିଥିଲେ।ଦଳ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଥିଲା। ଏହା ପରେ, ଏଲିମିନେଟରରେ ଲକ୍ଷ୍ନୌକୁ ପରାସ୍ତ କରିବା ପରେ ଟିମ୍ ଦ୍ୱିତୀୟ କ୍ବାଲିଫାୟରରେ ପହଞ୍ଚିଥିଲା ।
ପଢନ୍ତୁ ଏହି ଖବର:
Electricity Bill: ୨୫୦ ଟଙ୍କା ଖର୍ଚ୍ଚ କଲେ ଅଧା ଆସିବ ବିଦ୍ୟୁତ୍ ବିଲ୍ ? ଜାଣନ୍ତୁ ସତ୍ୟତା...ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।