News 18 Odia Digital
ନୂଆଦିଲ୍ଲୀ: ଆସନ୍ତା ୧୭ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ (ind- aus) ଦିନିକିଆ ସିରିଜ । ମୁମ୍ବାଇରେ ଖେଳାଯିବ ଏହାର ପ୍ରଥମ ମ୍ୟାଚ । ହାତରେ ମାତ୍ର ଆଉ ୩ ଦିନ ଥିବା ବେଳେ ଏଥିପାଇଁ ଟିମ୍ ଇଣ୍ଡିଆ (team india) ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଏହା ପୂର୍ବରୁ ଭାରତ- ଅଷ୍ଟ୍ରେଲିଆକୁ ଟେଷ୍ଟରେ ପରାସ୍ତ କରିଛି । ୪ ଟିକିଆ ସିରିଜକୁ ଭାରତ ୨-୧ରେ ଜିତିନେଇଛି । ପ୍ରଥମ ଦୁଇଟି ମ୍ୟାଚରେ ଭାରତ ବିଜୟୀ ହେବା ପରେ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । ତେବେ ରୋମାଞ୍ଚକର ଚତୁର୍ଥ ମ୍ୟାଚ ଡ୍ର ରହିଥିଲା ।
ଟେଷ୍ଟ ସିରିଜ ଜିତିବା ପରେ ଟିମ୍ ଇଣ୍ଡିଆର ମନବଳ ଦୃଢ଼ ରହିଛି । ହେଲେ ଭାରତ ପାଇଁ କାଳ ସାଜିଛି ଟପ୍ ଅର୍ଡର ଟ୍ୟାଟ୍ସମ୍ୟାନ (top order batsman) । କାରଣ ମୁମ୍ବାଇରେ ଖେଳ ହେବାକୁଥିବା ପ୍ରଥମ ଦିନିକିଆରେ ଓପନର ରୋହିତ ଶର୍ମା ଖେଳିବେନି । ଏହାସହ ଆହତ କାରଣରୁ ବାଦ ପଡ଼ିଛନ୍ତି ଶ୍ରେୟସ ଆୟର । ଚତୁର୍ଥ ଟେଷ୍ଟରେ ଫିଲ୍ଡଂ ବେଳେ ହଠାତ ଆହତ ହୋଇଥିଲେ ଶ୍ରେୟସ ଆୟର । ଫଳରେ ଶେଷ ଦିନିକିଆରେ ବ୍ୟାଟିଂ କରିବାକୁ ଆସିପାରିନଥିଲେ । ଏହାପରେ ପୁରା ମ୍ୟାଚରୁ ବାଦ ପଡ଼ିଥିଲେ । ଶ୍ରେୟସଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ମ୍ୟାଚକୁ ଡ୍ର ରଖିଥିଲା ।
ତେବେ ଆହତ ପରେ ଏବେ ଦିନିକିଆ ସିରିଜରୁ ବାଦ ପଡ଼ିଛନ୍ତି ଶ୍ରେୟସ ଆୟର । ଏହାସହ ଆଇପିଏଲ୍ର ମଧ୍ୟ କିଛି ମ୍ୟାଚରୁ ବାଦ ପଡ଼ିପାରନ୍ତି । ବର୍ତ୍ତମାନ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳୁଛନ୍ତି ଶ୍ରେୟସ । ଦିନିକିଆରୁ ଶ୍ରେୟସ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବଙ୍କୁ ନିଆଯାଇଛି । ଟି-ଟ୍ବେଣ୍ଟିରେ ୩୬୦ ଡିଗ୍ରୀରେ ବ୍ୟାଟିଂ ପାଇଁ ଫେମସ ଥିବା ସୂର୍ଯ୍ୟ କୁମାର (surya kumar) ଏଥର ଦିନିକିଆରେ ବି ଧୂମ ମଚାଇବା ଆଶା କରାଯାଉଛି ।
ଏହି ଖବର ପଢ଼ନ୍ତୁ -
http://ବିଜୁ ଏକ୍ସପ୍ରେସ ୱେ ବଦଳାଇଲା ଚାଷୀଙ୍କ ଭାଗ୍ୟ: କ୍ଷତି ବଦଳରେ ଏବେ ମିଳୁଛି ଲାଭଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମୁମ୍ବାଇର (mumbai) ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ସେହିପରି ଦ୍ବିତୀୟ ମ୍ୟାଚ ବିଶାଖାପଟନମ୍ ଏବଂ ଶେଷ ଦିନିକିଆ ଚେନ୍ନାଇରେ ଖେଳାଯିବ ।
ରିପୋର୍ଟ- କୁଞ୍ଜ ବିହାରୀ ବିଷୋୟୀPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।